ଆଜିଠାରୁ ୧୦୫ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ମୂଲ୍ୟ

lpg

ଆପଣ ମାନଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ । ବନ୍ଧୁଗଣ ଋଷ-ୟୁକ୍ରେନ ମଧ୍ୟ ରେ ଯୁଦ୍ଧ ପରିସ୍ଥିତି ଚାଲି ଥିବା ବେଳେ ଆଜି ଠାରୁ ଏଲପିଜି ମୂଲ୍ୟ 105 ଟଙ୍କା ବଢିଛି । ତେବେ ଏହି ବର୍ଦ୍ଧିତ ମୂଲ୍ୟ ବାଣିଜ୍ୟିକ ସିଲିଣ୍ଡର ପାଇଁ ଲାଗୁ ହୋଇଛି । ଏବଂ ମାର୍ଚ୍ଚ 7 ପରେ ଘୋରଇ ଏଲପିଜି ସିଲିଣ୍ଡର ମଧ୍ୟ ବଢି ପାରେ ବୋଲି କୁହାଜାଉଛି । କାରଣ ବର୍ତମାନ ଉତ୍ତର ପ୍ରଦେଶ ର ବିଧାନ ସଭା ନିର୍ବାଚନ ର ଷଷ୍ଟ ପର୍ଯ୍ୟାୟ ପାଇଁ ମତ ଦାନ ମାର୍ଚ୍ଚ 3 ରେ ହେବାକୁ ଥିବା ବେଳେ ସପ୍ତମ ପର୍ଯ୍ୟାୟ ଭୋଟ ମାର୍ଚ୍ଚ 7 ରେ ହେବ ।

ଏଭଳି ପରିସ୍ଥିତିରେ ମାର୍ଚ୍ଚ 7 ପରେ ଘରେ ବ୍ୟବହୃତ ହେଉଥିବା ଏଲପିଜି ସିଲିଣ୍ଡର ମୂଲ୍ୟ ବଢିପାରେ । ସୂଚନା ରହିଛି କି ଘରେ ବ୍ୟବହାର ହେଉଥିବା ଏଲପିଜି ସିଲିଣ୍ଡର ର ମୂଲ୍ୟ 6 ଅକ୍ଟୋବର 2021 ଠାରୁ ପରିବର୍ତିତ ରହିଛି । ଅକ୍ଟୋବର ପର ଠାରୁ ସିଲିଣ୍ଡର ର ମୂଲ୍ୟ ଶସ୍ତା କିମ୍ବା ମହଙ୍ଗା ହୋଇନାହିଁ । ଅବଶ୍ୟ ଏହି ସମୟ ଅବଧି ରେ ତୈଳ ମୂଲ୍ୟ ବ୍ୟାରେଲ ପିଛା 102 ଡଲାର ଅତିକ୍ରମ କରିଛି ।

lpg

ଅକ୍ଟୋବର 2021 ଫେବୃଆରୀ 1, 2022 ମଧ୍ୟରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ 170 ଟଙ୍କା ବୃଦ୍ଧି ପାଇଛି। ଅକ୍ଟୋବର 1 ରେ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ 1736 ଟଙ୍କା ଥିବା ବେଳେ ନଭେମ୍ବର ରେ ଏହା ବର୍ଦ୍ଧିତ ହୋଇ 2000 ଟଙ୍କା ରେ ପହଁଥିଲା ।

ଜାନୁଆରୀରେ ଏବଂ ଫେବୃଆରୀ 2022 ରେ ଏଲପିଜି ମୂଲ୍ୟ କମି 1907 ଟଙ୍କାରେ ପହଞ୍ଚିଥିଲା । ଆଉ ଆଜିଠାରୁ ପୁଣି 19 କିଲୋଗ୍ରାମର ଏଲପିଜି ସିଲିଣ୍ଡର ମୂଲ୍ୟ 1907 ଟଙ୍କା ବଦଳରେ 2012 ଟଙ୍କାକୁ ବୃଦ୍ଧି ପାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *