ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ କ’ଣ ରହିଛି ନୂଆ ରେଟ୍

suna

ଆପଣ ମାନଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ । ବନ୍ଧୁଗଣ ସପ୍ତାହର ପ୍ରଥମ ଦିନ ଅର୍ଥାତ ମାର୍ଚ୍ଚ 14 ତାରିଖ ରେ ସୁନା ଓ ରୁପା ମୂଲ୍ୟ ରେ ହ୍ରାସ ଘଟିଛି । ସେପଟେ ବିଗତ ଦୁଇ ଦିନ ଧରି ଦେଶରେ ମୂଲ୍ୟବାନ ଧାତୁ ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଥିଲା । ଋଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଆଜି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ହ୍ରାସ ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି ।

ଦେଶରେ ଗତକାଲି ସୁନାର ମୂଲ୍ୟରେ 10 ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ଆଜି ଦେଶରେ 24 କ୍ୟାରେଟ 10 ଗ୍ରାମ ସୁନା ଦରରେ 340 ଟଙ୍କାର ହ୍ରାସ ଘଟିଛି । ଯାହା ପରେ 10 ଗ୍ରାମ ସୁନା ମୂଲ୍ୟ 52,470 ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଦିନ ଏହାର ମୂଲ୍ୟ 52,810 ଟଙ୍କା ଥିଲା । ସେହିପରି 22 କ୍ୟାରେଟ 10 ଗ୍ରାମ ସୁନା ଦରରେ 310 ଟଙ୍କାର ହ୍ରାସ ଘଟିଛି । ଫଳରେ 10 ଗ୍ରାମ ସୁନା ଦର 48,100 ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ 48,410 ଟଙ୍କା ଥିଲା ।

ସେହିପରି ଆଜି ଦେଶରେ ରୁପା ମୂଲ୍ୟ ରେ ହ୍ରାସ ଘଟିଛି । ଗତକାଲି ଦେଶରେ ରୁପା ମୂଲ୍ୟରେ 4400 ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ଆଜି ରୁପା ଦରରେ 4700 ଟଙ୍କାର ହ୍ରାସ ଘଟିଛି । ଫଳରେ ଗୁରୁବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ 70,000 ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ 74,700 ଟଙ୍କା ଥିଲା । ସେହିପରି 100 ଗ୍ରାମ ରୁପା ମୂଲ୍ୟ 7,000 ଟଙ୍କା ରହିଛି । ଗତକାଲି 7,470 ଟଙ୍କା ଥିଲା ।

ରାଜଧାନୀ ଭୁବନେଶ୍ୱର ରେ ଆଜି ସୁନା ଦର ରେ ହ୍ରାସ ଘଟିଛି । ଗତକାଲି ଭୁବନେଶ୍ୱର ରେ ସୁନା ଦରରେ 10 ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ଆଜି 10 ଗ୍ରାମ ସୁନା ମୂଲ୍ୟରେ 340 ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଆଜି ଭୁବନେଶ୍ୱର ରେ 24 କ୍ୟାରେଟ 10 ଗ୍ରାମ ସୁନା ମୂଲ୍ୟରେ 52,470 ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି 10 ଗ୍ରାମ ସୁନା ମୂଲ୍ୟ 52,470 ଟଙ୍କା ଥିଲା । ସେହିପରି 22 କ୍ୟାରେଟ 10 ଗ୍ରାମ ସୁନା ଦରରେ 310 ଟଙ୍କାର ହ୍ରାସ ଘଟିଛି । ଯାହା ପରେ 10 ଗ୍ରାମ ସୁନା ମୂଲ୍ୟ 48,100 ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ 48,410 ଟଙ୍କା ଥିଲା ।

ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ଗତକାଲି ରାଜଧାନୀରେ ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିଲା । ଅନ୍ୟପଟେ ଆଜି ରୁପା ଦରରେ 300 ଟଙ୍କାର ହ୍ରାସ ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ 70,000 ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଅର୍ଥାତ ରବିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ 70,300 ଟଙ୍କା ଥିଲା । ସେହିପରି 100 ଗ୍ରାମ ରୁପା ମୂଲ୍ୟ 7,000 ଟଙ୍କା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *