ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦଶନ୍ଧି ଧରି ନରେପେକ୍ଷ ଥିବା ଦେଶ ମାନେ ବି ଯୁଦ୍ଧ ରେ ହେଲେ ସାମିଲ ଆସନ୍ତୁ ଜାଣିନେବା ଏହାକୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ଖବର ଜର୍ମାନୀ , ସ୍ୱିଡେନ ସମେତ ଏହି 5 ଟି ଦେଶ ନେଲେ ବଡ ପଦକ୍ଷେପ ଆସନ୍ତୁ ଜାଣିନେବା କଣ ରହିଛି ସଂମ୍ପର୍ଣ୍ଣ ରିପୋର୍ଟ । ତେବେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ କେତେ ବଡ ଏବଂ କେତେ ଭିଷଣ ହେବାରେ ଲାଗିଛି । ତାହା ଏହିଥିରୁ ଆକଳନ କରାଜାଇ ପାରିବ ଯେ ଦଶନ୍ଧି ଧରି ନରେପେକ୍ଷ ଥିବା ଦେଶ ମାନେ ବି ଏବେ ଯୁଦ୍ଧ ରେ ହେଲେ ସାମିଲ ।
ତେବେ ବନ୍ଧୁଗଣ ଦୁନିଆଁ ରେ ଏମିତି ଦେଶ ରହିଛନ୍ତି ଯେଉଁ ମାନେ ଏକ ପ୍ରକାରର ନିଜକୁ ଯୁଦ୍ଧରୁ ଦୂରେଇ ରଖିଥିଲେ । ହେଲେ ବର୍ତମାନ ସେମାନେ ମଧ୍ୟ ଆଗକୁ ଆସୁଛନ୍ତି । 1939 ପରେ ସ୍ୱିଡେନ ସାମରିକ ମୂର୍ଚ୍ଚା ରେ ଅନ୍ୟ କୈଣସି ଦେଶକୁ ସାହାଯ୍ୟ କରିବାକୁ ଯାଉଛି । ଏହା ସହିତ ଜର୍ମାନୀ ନିଜର ପ୍ରତିରକ୍ଷା ପାଇଁ 100 ବିଲିୟନ ଡଲାର ରୁ ଅଧିକ ଖର୍ଚ୍ଚ କରିବାକୁ ଘୋଷଣା କରିଛି । ତେବେ ଆସନ୍ତୁ ଜାଣିନେବା ସେହି ପାଞ୍ଚ ଗୋଟି ଦେଶ ଯିଏ ଶାନ୍ତ ଥିଲା ହେଲେ ବର୍ତମାନ ଯୁଦ୍ଧ ମୋଡ କୁ ଆସି ଜାଇଛନ୍ତି ।
ପ୍ରଥମେ ସ୍ୱିଡେନ , ଏହି ଦେଶ ର ପ୍ରଧାନ ମନ୍ତ୍ରୀ ମେକଡୋନାଲ ଅଣ୍ଡ୍ରୋସନ , ସୋମବାର ୟୁକ୍ରେନ ର ସାମରିକ ମୋର୍ଚ୍ଚା ପାଇଁ ସହାୟତା ଘୋଷଣା କରିଥିଲେ । ସେ କହିଛନ୍ତି କି ସ୍ୱିଡେନ ଅନ୍ୟ ଦେଶକୁ ସାମରିକ ସହାୟତା ଯୋଗେଇ ନଦେବା ପାଇଁ ଏହି ଡୋଫରିନ କୁ ଭାଙ୍ଗିଛି । ଅଣ୍ଡ୍ରୋସନ କହିଛନ୍ତି ସ୍ୱିଡେନ ୟୁକ୍ରେନ କୁ 5 ହଜାର ଏଣ୍ଟି ଟ୍ୟାଙ୍କ୍ ଯୋଗେଇ ଦେବ । ଏହା ସହିତ 1.35 ଲକ୍ଷ ଫିଲ୍ଡ ରାଇଫଲ , 5 ହଜାର ହେଲମେଟ ଏବଂ 5 ହଜାର ବଟି ଆର୍ମାର ମଧ୍ୟ ପଠାଯିବ । ଶେଷ ଥର ପାଇଁ ସ୍ୱିଡେନ 1945 ରେ ସାହାଯ୍ୟ କରିଥିଲା ଯେତେ ବେଳେ ଫିନଲାଣ୍ଡ ଉପରେ ସୋଭିୟତ ସଙ୍ଘ ଆକ୍ରମଣ କରିଥିଲା ।
ଏହା ପରେ ରହିଛି ସୁଇଜର ଲାଣ୍ଡ ବର୍ତମାନ ପର୍ଯ୍ୟନ୍ତ ନିରେପେକ୍ଷ ଥିବା ସୁଇଜର ଲାଣ୍ଡ ମଧ୍ୟ ଏବେ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁଟିନ ଙ୍କୁ ସମାଲୋଚନା କରିଛି । ରାଷ୍ଟ୍ରପତି ଇଗ୍ନେଜିୟଜ କେସିସ୍ କହିଛନ୍ତି ଏହି ଯୁଦ୍ଧ ଇୟୁରୋପ ର ହୃଦୟ ରେ ଚାଲୁଛି ସେ ଏହି ଯୁଦ୍ଧ ଅନ୍ତର୍ଜାତୀୟ ନିୟମ ର ଉଲଙ୍ଘନ ବୋଲି ସେ କହିଛନ୍ତି । ରାଜନୈତିକ ତରଫ ରୁ ଋଷ ର ଏହି ଆକ୍ରମଣ ଅନୈତିକ ଅଟେ । କେବଳ ଏତି ନୁହେଁ ସୁଇଜର ଲାଣ୍ଡ ଇୟୁରୋପିୟ ସଙ୍ଘ ର ସଦସ୍ୟ ନୁହଁନ୍ତି । କିନ୍ତୁ ସେ ଇୟୁରୋପିୟ ସଙ୍ଘ ଦ୍ୱାରା ଋଷ ଉପରେ ଲାଗୁ କରାଜାଇ ଥିବା ସମସ୍ତ ପ୍ରତିବନ୍ଧକ କୁ ମଧ୍ୟ କାର୍ଯ୍ୟକାରୀ କରିବ ।
ଏହା ପରେ ଫିନଲାଣ୍ଡ ୟୁକ୍ରେନ କୁ ଅସ୍ତ୍ର ଶସ୍ତ୍ର ଯୋଗେଇ ଦେବା ପାଇଁ ସୋନା ମାରି ଘୋଷଣା କରିଛନ୍ତି । ସେ ନିଜର ନିସ୍ପତି କୁ ଐତିହାସିକ ବୋଲି କହିଛନ୍ତି । ସେହି ପରି ଋଷ ଉପରେ ଲାଗି ଥିବା ପ୍ରତିବନ୍ଧକ କୁ ସମର୍ଥନ କରିଛି ଜାପାନ ଏହା ସହିତ ଜାପାନ ରେ ଥିବା ଋଷ ଲୋକ ମାନଙ୍କ ସମସ୍ତ ସମ୍ପତୀ ଜବଦ କରିବାକୁ ଘୋଷଣା ହୋଇଛି । ଏହା ପରେ ରହିଛି ଜର୍ମାନୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ବୈଦେଶିକ ନୀତିରେ ପରିବର୍ତନ ଆଣି ୟୁକ୍ରେନ କୁ ସାମରିକ ସହାୟତା ଘୋଷଣା କରିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।