ଋଷ ଠାରୁ ଶସ୍ତା ତେଲ କିଣିବାକୁ ନେଇ ଭାରତକୁ ଏହି ଚେତାବନୀ ଦେଲା ଆମେରିକା

aera

ଆପଣ ମାନଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ । ବନ୍ଧୁଗଣ ଭାରତ ଋଷ୍ ଠାରୁ ରିହାତି ମୂଲ୍ୟ ରେ ତୈଳ କିଣିବା ସମ୍ଭାବନା ମଧ୍ୟରେ ଆମେରିକା ଭାରତ କୁ ଚେତାବନି ଦେଇଛି । ଏବଂ କହିଛି ଯେ ଯଦି ଭାରତ ଏହା କରେ ତେବେ ଆକ୍ରମଣ କାରୀ ଙ୍କ ସହିତ ଛିଡା ହେବା ଭଳି ହେବ । ଏହା ମଧ୍ୟରେ ପ୍ରଶ୍ନ ଉଠୁଛି ଯେ ଆମେରିକା କୁ ଏହି ଅଞ୍ଚଳ ରେ ନିର୍ମିତ ହେଉଥିବା ଋଷ୍ , ଚୀନ ଏବଂ ଭାରତ ଗଠବନ୍ଧନ କୁ ନେଇ ଭୟ କରୁଛି କି ?

ଗୋଟିଏ ପଟେ ଋଷ ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ସ୍ୱତେ ଆମେରିକା ଭୂମିକା କୁ ନେଇ ବିଶ୍ୱରେ ପ୍ରଶ୍ନ ଉଠୁଛି । ଉଲ୍ଲେଖନୀୟ କଥା ହେଉଛି, ଋଷ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକର ଧ୍ୟାନ ଦେବାକୁ ଆମେରିକା ଚାହୁଁଛି । ଆମେରିକା ର ଚେତାବନି ଉପରେ ଭାରତ ସରକାର ଏପର୍ଯ୍ୟନ୍ତ କୈଣସି ପ୍ରତିକ୍ରିୟା ରଖିନାହାଁନ୍ତି । ଯଦିଓ ଭାରତ ମୂଖ୍ୟ ବିରୋଧୀ ଦଳ କଂଗ୍ରେସ ର ବରିଷ୍ଟ ନେତା ଅଧୀର ରଂଞନ ଚୈଧୁରୀ କହିଛନ୍ତି ଯେ ଆମର ଆମେରିକା ସହିତ ସଂମ୍ପର୍କ ରହିଛି । ହେଲେ ଏହାର ଅର୍ଥ ଏହା ନୁହେଁ କି ଋଷ୍ ସହିତ ଆମର ସଂମ୍ପର୍କ ବନ୍ଦ କରିବା ଉଚିତ ଅଟେ ।

ଋଷ ସହିତ ସମ୍ପର୍କକୁ ନେଇ ଭାରତ ସରକାର ସ୍ଥିର କରିବେ । ସୂଚନା ଅନୁସାରେ ଭାରତ ପେଟ୍ରୋଲିୟ ମନ୍ତ୍ରୀ ହାର୍ଦ୍ଦିକ ସିଂ ଏବଂ ଋଷର ଉପ-ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର୍ ନୋଭାକଙ୍କ ମଧ୍ୟରେ ହୋଇଥିବା ଏକ ଫୋନ୍ ବାର୍ତ୍ତାଳାପ ପରେ ଋଷ୍ ଉପ ପ୍ରଧାନ ମନ୍ତ୍ରୀ ଶସ୍ତା ମୂଲ୍ୟ ରେ ଭାରତ କୁ ତୈଳ ଯୋଗେଇ ଦେବେ ବୋଲି ପ୍ରସ୍ତାବ ଦେଇଥିଲେ । ସେବେ ଠାରୁ ଏହାର ସମ୍ଭାବନା ରହିଛି । ଭାରତ ରିହାତି ମୂଲ୍ୟରେ ଋଷ୍ ରୁ ତେଲ କିଣିବାକୁ ଚିନ୍ତା କରୁଛି ।

ଏହାର ପ୍ରତିକ୍ରିୟା ରେ ଆମେରିକା ଭାରତ କୁ ଏପରି କରିବାକୁ ଚେତାବନି ଦେଇଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *