ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟୋକ ଶିଶୁ ର ଅତି ଛୋଟ ବୟସ ରୁ ହିଁ ତାର ପ୍ରତିଭା ପ୍ରସ୍ଫୁଟିତ ହୋଇଥାଏ । ନିଜ ମନ ଅନୁସାରେ ସେ ନିଜର କଳାକୁ ପରିବେଶଣ କରେ ଏବଂ ସାରା ଦୁନିଆଁ ରେ ସେ ଏକ ନୂତନ ପରିଚୟ ସୃଷ୍ଟି କରେ । କଥା ରେ ରହିଛି କୈଣସି ପ୍ରତିବନ୍ଧକ ଆଗରେ ହାର ମାନିନଥାଏ ପ୍ରତିଭା । ଯେତେ ଖରାପ ପରିବେଶ ହେଲେ ବି ଇଚ୍ଛା ଏବଂ ସାଧନା ରହିଛି ତେବେ ଆପଣ ମାନେ ସଫଳତା ର ସ୍ୱାଦ ଦିନେ ନା ଦିନେ ନିଶ୍ଚିତ ଚାଖିବେ ।
ଠିକ୍ ସେହି ପରି ଚୁଡୀ ବିକାଳୀ ର ପୁଅ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଝାରସୁଗୁଡା ଅଞ୍ଚଳର ରୋସନ ସାହୁ ଜଣେ କୁନି ପ୍ରତିଭା। ସାରା ଭାରତ ବର୍ଷରେ ନିଜର ନାମ କରିଛନ୍ତି । ମୁମ୍ବାଇ ର ଜି ଟିଭି ରିଆଲିଟି ସୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ଅଂଶ ଗ୍ରହଣ କରି ସେ 28 ନମ୍ବର ସ୍ଥାନ ଅଧିକାର କରି ଡେନ୍ସ ଇଣ୍ଡିଆ ଡେନ୍ସ ର ଲିଟିଲ ମାଷ୍ଟର ସୁପର ଉଇଙ୍ଗ୍ସ ପାଇଛନ୍ତି ।
ଏହା କେବଳ ତାଙ୍କ ପାଇଁ ନୁହେଁ ବରଂ ଏହା ସାରା ଓଡିଶା ବାସୀ ଙ୍କ ପାଇଁ ଗର୍ବ ଏବଂ ଗୈରବ ର କଥା ଅଟେ । ଝାଡସୁଗୁଡା ମଳିପଳା ଅଞ୍ଚଳର ସେ ହେଉଛନ୍ତି 11 ବର୍ଷୀୟ ରୋଶନ ସାହୁ। ତାଙ୍କ ମା ଜଣେ ଚୁଡୀ ବିକାଳୀ। ଚୁଡୀ ଧରି ଗାଁ ରେ ବୁଲି ଚୁଡି ବିକ୍ରି କରି ଥାନ୍ତି ଏବଂ ସେଥିରୁ ବହୁତ କମ୍ ପଇସା ପାଇଥାନ୍ତି। ଏହି ରୋଜଗାର ଟଙ୍କାରେ ଯାହା ଘର ଚାଲିଥାଏ। ତେବେ ଏହି ଗରିବ ଘରୁ ବଢିଛନ୍ତି 11 ବର୍ଷିୟ ରୋସନ ଏବେ ନିଜ ପୁଅ ର ସଫଳତା ଦେଖି ଆତ୍ମବିଭ୍ୱର ହୋଇପଡିଛନ୍ତି ।
ତାଙ୍କ ମାଆ କହିଛନ୍ତି କି ତାଙ୍କ ପୁଅ ତାଙ୍କ ଜିବନ ର ସବୁଠୁ ବଡ ଖୁସୀ ଦେଇଛି । ତାଙ୍କର ଦୁଖଃ ଦୂର ହୋଇଛି ରୋଶନ ନିଜର ମାଆ ଙ୍କ ଦୁଖଃ ଦେଖି ନିଜର ସଫଳତା କରିବାରେ ପ୍ରୟାସ କରୁଛନ୍ତି । ତାଙ୍କ ମାଆ କାଚ ଚୁଡୀ ବୀକ୍ରି ପଇସା ରେ ତାଙ୍କୁ ମୁମ୍ବାଇ ନେଇ ଜାଇଥିଲେ । ସାଥିରେ ଚୁଡୀ ପସରା ମଧ୍ୟ ନେଇଥିଲେ ।
ତେବେ ଏହି ଶିକ୍ଷା ତାଙ୍କ ଗୁରୁ ସହିଦ ଖାନ ତାଙ୍କୁ ଦେଇଛନ୍ତି । ଏବଂ ଧିରେ ଧିରେ ରୋଶନ ଆଗକୁ ବଢିବେ ବୋଲି ସେ କାମନା କରିଛନ୍ତି । ପାରିବାରିକ କଷ୍ଟ ଏବଂ ଅର୍ଥଅଭାବ ଥାଇ ମଧ୍ୟ ନିଜକୁ ପ୍ରମାଣିତ କରି ଦେଖେଇଛନ୍ତି ରୋଶନ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।