କାଳିଆ ଯୋଜନା ନୁଆ ଅପଡେଟ । ପୁଣି ମିଳିବ ପଇଶା ଏହି ଲୋକଙ୍କୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା କୁ ନେଇ ଆସୁଛି ଆଉ କିଛି ବଡ ଖବର ଆପଣ ମାନେ ସମସ୍ତେ ଜାଣି ରଖିବା ଜରୁରୀ । କାଳିଆ ଯୋଜନା ରେ ପୁଣି ମିଳିବାକୁ ଯାଉଛି ଟଙ୍କା ଏହା ସହିତ ଆରମ୍ଭ ହେବ ନୂଆ ଆବେଦନ ତେବେ ଆଗକୁ ସଂମ୍ପର୍ଣ୍ଣ ଆପଡେଟ ଉପରେ ନଜର ପକେଇବା । ରାଜ୍ୟ ସରକାର ଙ୍କ ପକ୍ଷରୁ କୃଷକ ମାନଙ୍କୁ ପ୍ରଦାନ କରାଜାଉଥିବା କାଳିଆ ଯୋଜନା ର ଅବଦ୍ଧି କୁ ବୃଦ୍ଧି କରାଜାଇଛି । ତେବେ 2019 ମସିହା ର ସାଧାରଣ ନିର୍ବାଚନ ପୂର୍ବରୁ ଏହି ଯୋଜନା କୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ।

ତେବେ ଆସନ୍ତା 31 ତାରିଖ ରେ ଏହି ଯୋଜନା ସମାପ୍ତ ହେଉଥିବା ବେଳେ ରାଜ୍ୟ ସରକାର ଏହାକୁ ପୂନରନବିକରଣ କରିଛନ୍ତି । କାଳିଆ ଯୋଜନା କୁ ଆଉ ତିନି ବର୍ଷ ବଢେଇବା ପାଇଁ ରାଜ୍ୟ କେବିନେଟ ରେ ନିସ୍ପତ ହୋଇଛି । ତେବେ ଗତ କାଲି ରାଜ୍ୟ ରେ କେବିନେଟ ବୈଠକ ବସିଥିବା ବେଳେ ସେଥିରେ 27 ଟି ପ୍ରସ୍ତାବ ଉପରେ ମୋହର ବାଜିଥିଲା ।

money

ତେବେ ବିଧାନସଭା ଚାଲିଥିବାରୁ ଏହି ଉପରେ ସବିଶେଷ ସୂଚନା ଦିଆଜାଇନାହିଁ । ତେବେ ଆସନ୍ତା 3 ବର୍ଷ ପର୍ଯ୍ୟନ୍ତ ବର୍ଷ କୁ 2 ଟି କିସ୍ତିରେ କୃଷକ ଙ୍କୁ କାଳିଆ ଯୋଜନା ର ସହାୟତା ମିଳିବ । ତେବେ ଅକ୍ଷୟ ତୃତିଆ ଏବଂ ନୂଆଖାଇ ରେ ଚାଷୀ ଙ୍କ ଏକାଉଣ୍ଟ କୁ 2 ହଜାର ଲେଖାଏଁ ପଠାଯିବ । ଏହା ସହିତ ପୁଣି ଥରେ କାଳିଆ ଯୋଜନା ରେ ନୂଆ ଆବେଦନ ବି ହୋଇପାରେ ।

ଏହା ମଧ୍ୟ ବହୁତ ଜଲ୍ଦି କାର୍ଯ୍ୟକାରୀ ହେବ ବୋଲି ଏହା ମଧ୍ୟ ବିଷେଶ ସୂତ୍ର ରୁ ସୂଚନା ମିଳିଥିବାର ଜଣା ପଡିଛି । ଏହା ସହିତ କୋଭିଡ ଗୋ ଅନାଥ ଙ୍କ ପାଇଁ ଆଶ୍ରୀବାଦ ଯୋଜନା ସମଲେଶ୍ୱରୀ ମନ୍ଦିର ଉନ୍ନତି କରଣ ପାଇଁ ସମଲେଇ ପ୍ରକଳ୍ପ ପୁରୀ ରେ ଅଭଡା ଯୋଜନା ଆଉ ସହର ଉନ୍ନତି କରଣ ପାଇଁ ବ୍ୟବସ୍ଥା କରିବା ପାଇଁ ନିସ୍ପତି ନିଆଜାଇଛି ।

naveen

ରାଜ୍ୟ ଡାଟା ସେଣ୍ଟର ପୋଲିସ 2022 ଉପରେ କେବିନେଟ ମୋହର ମାରିଛି ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚେଇ ଯୋଜନା ରେ 255 କୋଟି ଅନୁଦାନ ସଂଙ୍କ୍ରାନ୍ତ ହୋଇଛି । ତେବେ ବହୁତ ଜଲ୍ଦି କାଳିଆ ଯୋଜନା 2 ଥର କରି ଟଙ୍କା ମିଳିବାକୁ ଯାଉଛି ବହୁତ ଜଲ୍ଦି ନୂଆ ଆବଦେନ ହେବାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *