ରୁଷ୍-ଆମେରିକା ବିବାଦ ଭିତରେ ଫାଇଦାରେ ରହିବ ଭାରତ !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ୟୁକ୍ରେନ-ରୁଷ୍ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିଛି । କ୍ରୁଡ୍‌ ଅଏଲ ବ୍ୟାରେଲ ପିଛା 3 ଶହ ଡଲାରକୁ ବୃଦ୍ଧି ପାଇଥିବାରୁ ଏହା ସାରା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବ। କିନ୍ତୁ ଅର୍ଥନୈତିକ ଦୃଷ୍ଟିକୋଣକୁ ବିଚାର କଲେ ଏହାକୁ ନେଇ ଦୁଇ ମହାଶକ୍ତି ଆମେରିକା ଓ ରୁଷ୍‌। ପ୍ରତ୍ୟେକ୍ଷ୍ୟ ଭାବେ ରୁଷ୍-ୟୁକ୍ରେନ ଯୁଦ୍ଧ ଚାଲିଥିଲେ ବି ପୋରକ୍ଷରେ ଋଷ୍ ବିପୋକ୍ଷ୍ୟ ରେ ରହିଛି ଆମେରିକା ନାଟୋ ପ୍ରଶଂଙ୍ଗ ହେଉ କିମ୍ବା ଅର୍ଥନୈତିକ ସହାୟତା ପ୍ରସଙ୍ଗ । ସବୁଥିରୁ ଆପଣ ଏହି ଦୁଇ ଦେଶ ଭିତରେ ଥିବା ମତ ପାର୍ଥକ୍ୟ ବାରି ପାରୁଥିବେ ।

ଏବେ ଆସିଲା ଭାରତ କଥାକୁ ଭାରତ ଏବେ ବଡ ଯୁଦ୍ଧ ସ୍ଥିତି ସମୟ ରେ କୈଣସି ଗୋଟିଏ ଦେଶକୁ ସମର୍ଥନ କିମ୍ବା ବିରୋଧ କରିନାହଁ । ନା କେବେ ଋଷ ର ଅଭିମୂଖ୍ୟ କୁ ବିରୋଧ କରିଛି । ନା କେବେ ଆମେରିକା ନାଟୋ କିମ୍ବା ୟୁକ୍ରେନ ବିରୋଧ ରେ କିଛି କହିଛି । ସମତୁଲ ଭାବେ ଯୁଦ୍ଧ ସ୍ଥିତି କୁ ଦେଖିଛି ଭାରତ । କେବଳ ଏତିକି କହିଛି ଯୁଦ୍ଧ ନୁହେଁ ବିଶ୍ୱ କୁ ଶାନ୍ତି ଫେରିଆସୁ । ଏବେ ଏହି ସମଦୂରତା ଏବଂ ବୃହତ କୁଟନୈତିକ ବୁଦ୍ଧି ପାଇଁ ଭାରତ ଭଗବାନ ହୋଇପାରେ । ତାହା ପୁଣି ତୈଳ ଦର କ୍ଷେତ୍ର ରେ ।

oil

ତେବେ ଯେଉଁ ପେଟ୍ରୋଲ ଏବଂ ଡିଜେଲ ଆପଣ ମାନେ କିଣୁଛନ୍ତି ପାଖା ପାଖି ଲିଟର ପିଛା 100 ଟଙ୍କା ରହିଛି । ଯଦି ଆମେ ମାନେ ଦର ବୃଦ୍ଧି ପ୍ରସଙ୍ଗ କୁ ଯିବା ତେବେ ଏହି ତେଲ ଦର ଲିଟର ପିଛା .300 ଟଙ୍କା ହୋଇପାରେ । ଭାରତ ଅଶୋଧିତ ତୈଳ ପାଇଁ କିଛି ପ୍ରାଚ୍ୟ ଦେଶ ଓ ଆମେରିକା ଉପରେ ନିର୍ଭର କରେ । ଯେଉଁ ଗୁଡିକ ଆମେରିକା ର ପ୍ରତ୍ସୋହନ କିମ୍ବା ଆର୍ଥିକ ସହାୟତା କୁ ନିର୍ଭର କରିଥାନ୍ତି । ହେଲେ ୟୁରୋପର ସବୁଠାରୁ ବଡ ତୈଳ ଉତ୍ପାଦକ ଭାବେ ଋଷ ଜଣା ସୁଣା । ଆମେରିକା ଋଷ୍ ଠାରୁ ଅଳ୍ପ ପରିମାଣ ରେ ତେଲ ଆମଦାନୀ କରିଥାଏ ।

2015 ମସିହା ପୂର୍ବରୁ ଆମେରିକା ତେଲ କାହାକୁ ବିକ୍ରି କରୁ ନ ଥିଲା। ପରବର୍ତ୍ତି ସମୟରେ ବିଶ୍ୱର ବଡ଼ ତୈଳ ଉତ୍ପାଦକ ଦେଶ ଭାବେ ଆମେରିକା ତେଲ ଉତ୍ପାଦନ ଆରମ୍ଭ କଲା। 2017 ବେଳକୁ ଆମେରିକା ଅଧିକ ପରିମାଣର ତେଲ ଆମଦାନୀ କରି ଭିନ୍ନ ଦେଶକୁ ରତ୍ପାନୀ କଲା ଏମିତିକି ଭାରତ ବି ଆମେରିକା ଠାରୁ ତେଲ କିଣିଲା। ସାଉଦି ଆରବ, ଇରାକ୍ ଏବଂ ଭେନେଜୁଲା ଭଳି ଦେଶ ତେଲ ଉତ୍ପାଦନ କରନ୍ତି। କିନ୍ତୁ ଏ ସମସ୍ତ ହେଉଛନ୍ତି ଆମେରିକାର ପାର୍ଟନର। ଏଣୁ ଯୁଦ୍ଧ ସମୟରେ ଆମେରିକା ଆର୍ଥୀକ ସହାୟତା ବନ୍ଦ କରି ଚତୁରତାର ସହିତ ଯୁଦ୍ଧ ସ୍ଥିତିରେ ତେଲ ବିକି ମୁନାଫା କରିବାକୁ ଚେଷ୍ଟା କରିଛି।

ଆମେରିକା ଅନ୍ୟ ଦେଶ ଗୁଡିକୁ ନିଜର ଗଚ୍ଛିତ ତୈଳ ବ୍ୟବହାର କରିବାକୁ ପରାମର୍ଶ ଦେଇଛି। ଏମିତି କରି ନିଜ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବ୍ୟବସ୍ଥା କରୁଛି ଆମେରିକା। ତୈଳ ଦର ବଢିବା କମିବା ସମୟ ରେ ଏହାକୁ ମୁକାବିଲା କରିବା ଓ ଉତ୍ପାଦକ ବ୍ୟବହାର ପାଇଁ ଅଧିକାଂଶ ଦେଶ ଗୋଟିଏ ବର୍ଷ 6 ମାସ ଲାଗି ତୈଳ ଗଚ୍ଛିତ କରି ରଖିଥାନ୍ତି। ତେଣୁ ଆମେରିକା ନିଜ ବେପାର ପାଇଁ 2017 ରେ ଚତୁରତାର ସହ କୁହେ ସମସ୍ତ ଦେଶ ଗଚ୍ଛିତ ତୈଳ ବ୍ୟବହାରର କଲେ ଦାମ୍‌ କମିଯିବ।

Petrol

ଏପଟେ ୟୁରୋପର ସବୁଠାରୁ ବଡ଼ ତେଲ ଉତ୍ପାଦନକାରୀ ଦେଶ ହେଉଛି ରୁଷ୍‌। ହେଲେ ଏହି କଥା ମଧ୍ୟ ସତ ଯେ, ଏଠାରୁ ଆମେରିକାକୁ ରତ୍ପାନୀ ହେଉଥିବା ତେଲର ପରିମାଣ ବହୁତ୍ କମ୍। ରୁଷିଆର ତେଲ ରପ୍ତାନୀ କରୁଥିବା ପାଟନର ଗୁଡିକ ମଧ୍ୟରେ ସବୁଠୁ ବଡ଼ ହେଉଛି ଚାଇନା। । ଋଷ୍ ଉପରେ ଲଗାମ ଲଗେଇବା ର ଆମେରିକାର ମୂଳ ଉଦ୍ଧେଶ୍ୟ । ଆମେରିକା ର ଆଭିମୂଖ୍ୟ ନିଜ ବ୍ୟବସାୟ ଭଲ ଚାଲୁନି ତେବେ ଅନ୍ୟର ଦୋକାନ ବନ୍ଦ କରିଦିଅ ନଚେତ ନିଜ ପାଖରେ ମାଲ ନାହିଁ ତ ବନ୍ଦ ରହିଥିବା ଅନ୍ୟର ଦୋକାନ ଖୋଲି ନିଜେ ବ୍ୟପାର କର ।

ହେଲେ ଏଠି ସମସ୍ତଙ୍କ ଚତୁରତାକୁ ଭଙ୍ଗ କରିବାପାରେ ଭାରତ। ଯୁଦ୍ଧ ସମୟରେ ସମ ଦୂରତ୍ୱ ରଖିଥିବାରୁ ଭାରତ ଆମେରିକା ପାଖରେ ବି ଭଲ, ରୁଷ୍ ପାଖରେ ବି ଭଲ। ଆମ ତୁମ ଭାଷାରେ ଆମେରିକା ପାଖରେ ବି ତେଲ ଆଉ ରୁଷ୍‌ ପାଖରେ ବି ତେଲ। ଆଉ ଏହି ସମୟ ର ସଦୁପୋଯୋଗ କରି ଆମ ସରକାର ଋଷ୍ ରୁ ତେଲ ଆମଦାନୀ କରି ପାରନ୍ତି ।

ଯେହେତୁ ରୁଷ ଭାରତକୁ 25 ରୁ 27 ପ୍ରତିଶତ ଡିସକାଉଣ୍ଟ ରେ ତେଲ ରପ୍ତାନୀ କରିବାକୁ ଚିନ୍ତା କରୁଛି। ଏମିତି କଲେ କେହି କିଛି କହିବାର ନାହିଁ। ଆମେରିକାରୁ ଅଳ୍ପ ପରିମାଣର ତେଲ ଆଉ ରୁଷ୍ ଠାରୁ ଭଲ ଦାମରେ ତେଲ ଆଣି ଭାରତ ବିକି ପାରିବ। କାରଣ ଭାରତ ଉଭୟ ରଷ୍ଟ୍ର ର ମିତ୍ରରାଷ୍ଟ୍ର । ଏବେ କୁହନ୍ତୁ ଆମେରିକା ଋଷ୍ କଳି ରେ ଭାରତ ଲାଭ ପାଇବ କି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *