ଭାରତ ଓ ପାକିସ୍ତାନ ମଧ୍ୟରେ ଆୟୋଜନ ହେବ କ୍ରିକେଟ ସିରିଜ: BCCI ସଭାପତିଙ୍କ ସହ ଆଜି ଆଲୋଚନା କରିବେ PCB ଚେୟାରମ୍ୟାନ

cricket

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତ ପାକିସ୍ତାନ କ୍ରେକେଟ ମ୍ୟାଚ୍ କୁ ସମଗ୍ର ବିଶ୍ୱ ଉତ୍ସୁକତା ର ସହିତ ଚାହିଁଥାନ୍ତି । କାରଣ ଏହି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଙ୍କୁ ଲଢେଇବାର ମଜା ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ । ଭାରତ ଓ ପାକିସ୍ତାନ ର ଟିକେଟ କେଇ ଘଣ୍ଟା ରେ ଶେଷ ହୋଇଯାଏ । ତେବେ ଦୀର୍ଘ ବର୍ଷ ଧରି ଦୁଇ ଦେଶ ମଧ୍ୟରେ କୈଣସି ଦ୍ୱିପାକ୍ଷିକ ସିରିଜ ର ଆନ୍ଦୋଳନ କରାଜାଇ ନାହିଁ । କେବଳ ICC ର ଇଭେଣ୍ଟରେ ହାତ ଗଣତି ମ୍ୟାଚ୍ ରେ ଭାରତ ଓ ପାକ୍ ସାମ୍ନା ସାମ୍ନା ହୋଇଥାନ୍ତି ।

ତେବେ କ୍ରୀଡା ପ୍ରେମି ଙ୍କ ପାଇଁ ଏକ ଖୁସୀ ଖବର ପୁଣି ଥରେ ଦୁଇ ଦେଶ ମୁହାଁ ମୁହିଁ ହୋଇ ପାରନ୍ତି । ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ଅଦକ୍ଷ ରମିଜ ରାଜା ଦୁଇ ରାଷ୍ଟ୍ର ମଧ୍ୟରେ କ୍ରେକେଟ ଆୟୋଜନ ନେଇ ଆଶାବାଦୀ ରହିଛନ୍ତି । ଆଜି ଦୁବାଇ ଠାରେ ଏସିଆନ କ୍ରିକେଟ କାଉନସିଲ ର ଏକ ବୈଠକ ବସିବାର ରହିଛି । ସେହି ବୈଠକ ରେ ଭାରତୀୟ କ୍ରିକେଟ କୋଣ୍ଟ୍ରଲ ବୋର୍ଡ ସଭାପତି ସୈରଭ ଗାଙ୍ଗୁଲୀ ଯୋଗ ଦେବାର ରହିଛି ।

 India and Pakistan

ତେବେ ରମିଜ ଏହି ଅବସରରେ ଗାଙ୍ଗୁଲୀ ଙ୍କ ସହିତ ଏକ ଚତୁଃରାଷ୍ଟ୍ରୀୟ କ୍ରିକେଟ ସିରିଜର ଆୟୋଜନ ନେଇ ଆଲୋଚନା କରିବେ । ଏହି ନେଇ ରମିଜ କହିଛନ୍ତି ଯେ ଭାରତ , ପାକିସ୍ତାନ , ଇଂଲଣ୍ଡ , ଏବଂ ଅଷ୍ଟ୍ରେଲିଆ କୁ ନେଇ ଏକ ସିରିଜ ଆୟୋଜନ ର ଯୋଜନା ରହିଛି । ଗାଙ୍ଗୁଲୀ ଓ ମୁଁ ଦୁହେଁ ପୂର୍ବରୁ ନିଜ ନିଜ ଦେଶର କ୍ରିକେଟ ଦଳର ଅଧିନାୟକ ଦାୟୁତ୍ୱ ତୁଲାଇ ସାରିଛୁ ।

କ୍ରେକେଟ ରେ ରାଜନୀତି ର କୈଣସି ସ୍ଥାନ ନାହିଁ । ଯଦି ଭାରତ ଏହିଥିରେ ରାଜି ହେବ ନାହିଁ ତେବେ ଆମେ ଏକ ତ୍ରୀରାଷ୍ଟ୍ରିୟ ସିରିଜ ର ଆୟୋଜନ କରିବୁ । ଆସନ୍ତା ବର୍ଷ ଏସିଆ କପ୍ ରେ ଖେଳିବା ପାଇଁ ଭାରତ ପାକିସ୍ତାନ ଗସ୍ତରେ ଆସିବାର ଯୋଜନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *