ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ହାଣ୍ଡିଶାଳ ଉପରେ ପଡିଛି ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ । ଚୁଲା ରେ କଢେଇ ବସିଲେ ପ୍ରଥମେ ଲୋଡା ପଡୁଥିବା ତେଲ ରେ ଏମିତି ନିଆଁ ଲାଗିଛି ଯେ ଲୋକ ମାନେ ଏବେ କଢେଇ ବସିବା ପୂର୍ବରୁ ଚିନ୍ତା ରୁ ପଡୁଛନ୍ତି । ସୂଚନା ଅନୁସାରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ଯୁଦ୍ଧ ରତ ଉପରୋକ୍ତ ଦୁଇଦେଶ ରୁ ତେଲର ଆମଦାନୀ ହୋଇ ପାରୁନଥିବା ବେଳେ ଅନ୍ୟ ଦେଶ ରୁ ବି ଠିକ୍ ଭାବେ ତେଲ ଆସି ପାରୁ ନାହିଁ ।
ପାମୋଲିନ ତେଲ 50 ଟଙ୍କା , ରିଫାଇନ ତେଲ 55 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ତେଣୁ ପୁୁରୁଣା ଷ୍ଟକ କୁ ବି କିଛି ଲୋକ ମାନେ ଅଧିକ ଦାମ୍ ରେ ବୀକ୍ରି କରୁଥିବାର ଦେଖିବା ପାଇଁ ମିଳିଛି । କେବଳ ସେତିକି ନୁହେଁ ଝଟ୍କା ପରେ ପରେ ଏବେ ଜଳଖିଆ ଦୋକାନୀ ମାନେ ଜଳଖିଆ ପ୍ଲେଟ ର ଦର ମଧ୍ୟ 5 ଟଙ୍କା ବୃଦ୍ଧି କରିଛନ୍ତି । ରେସ୍ତୋରାଁରେ ଖାଇବା ଦରର ନୂଆ ତାଲିକା ବାହାରିଗଲାଣି ।
ଯେଉଁ ଖାଇବା ତେଲ ସପ୍ତାହେ ତଳେ 120 ଟଙ୍କାରେ ମିଳୁଥିଲା ଏବେ 150 ରେ ପହଞ୍ଚିଲାଣି । ସୂର୍ଯ୍ୟମୁଖୀ ତେଲ 140 ରୁ 142 ଟଙ୍କା ମଧ୍ୟରେ ସୀମିତ ଥିଲେ ହେଲେ ଏହା 180 ଛୁଇଁଲାଣି । କିଛି ସ୍ଥାନରେ ସୂର୍ଯ୍ୟମୁଖୀ ତେଲ ଲିଟର ପିଛା 200 ଟଙ୍କା ଦାବି କରାଯାଉଥିବା ଦେଖିବାକୁ ମିଳୁଛି । ପ୍ରକାଶ ପାଉଛି କି ଆମ ଦେଶ ରେ 70 ପ୍ରତିଶତ ଖାଇବା ତେଲ ବିଦେଶ ରୁ ଆମଦାନୀ ହୋଇଥାଏ ।
ତେବେ ଚାହିଦା ଅନୁସାରେ ବଜାର ରେ ତେଲ ଦାମ୍ କମିବା ସେସ୍ ଅଧିକ ଲାଗିବା ଯୋଗୁଁ ଖାଇବା ତେଲ ର ଦାମ୍ ବଢୁଛି । ଆଗକୁ ଏହା ମଧ୍ୟ ଜାରି ରହିବ ବୋଲି ଜଣା ପଡୁଛି । ଗତ 6 ଦିନ ହେବ ଯେଉଁ ତେଲ ଦର 110 ଟଙ୍କା ରହିଥିଲା ତାହା ଏବେ 160 ଟଙ୍କା, ଆଗକୁ ଏହା ଆହୁରି ମଧ୍ୟ ବଢ଼ିପାରେ । ତେଣୁ ଲୋକ ମାନେ ଆବଶ୍ୟକତା ମେଣ୍ଟେଇବାକୁ ଆମକୁ ଷ୍ଟକ୍ ରଖି ବ୍ୟବସାୟ କରିବାକୁ ପଡୁଛି । ଗ୍ରାହାକ ଯେମିତି ପ୍ରଭାବିତ ନହୁଅନ୍ତୁ ସେହିଥି ପାଇଁ ଅଳ୍ପ ଫାଇଦା ରଖି ବୀକ୍ରି କରିବାକୁ ବାଧ୍ୟ ହେଉଛୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।