ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାତ୍ୟା ନାମ ସୁଣିଲେ ମନରେ ଖେଳିଯାଏ ଭୟ ଓ ଦେହ ଥଋ ଉଠେ । ସେହି ଆତଙ୍କର ରାଜଧାନୀ ଆମ ରାଜ୍ୟର ଖୁବ୍ ନିକଟ ରେ ରହିଛି । ପଶ୍ଚିମବଙ୍ଗର ସୁନ୍ଦରବାନ ବିଷୟରେ ଭାରତୀୟ ପାଣିପାଗ ବିଭାଗ କହିଛି ସୁନ୍ଦରବନ ହେଉଛି ବାତ୍ୟାର ରାଜଧାନୀ । ଓଡିଶା ର କେନ୍ଦ୍ରାପଡା ଓ ବାଲେଶ୍ୱର ରେ ବାତ୍ୟା ବ୍ୟବଧାନ ବହୁତ କମ୍ ବୋଲି ରିପୋର୍ଟ ଦେଇଛି ପାଣିପାଗ ବିଭାଗ । ଓଡିଶା ସୀମା କୁ ଲାଗିଥିବା ସୁନ୍ଦରବନ କୁ ଦେଶର ବାତ୍ୟା ରାଜଧାନୀ ବୋଲି ଅଭୀଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । କାରଣ ଏହି ଅଞ୍ଚଳ ବାତ୍ୟା ପ୍ରବଣ ବୋଲି ବିଶେଷ ସୂତ୍ର ରୁ ଜଣା ପଡିଛି ।
ପଶ୍ଚିମବଙ୍ଗର ର ଦକ୍ଷିଣ 24 ପରଗଣା ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା IMD ରିପୋର୍ଟରେ କୁହାଯାଇଛି । ପନେ ଠାରେ ଥିବା ପାଣିପାଗ ବିଭାଗ ର କାର୍ଯ୍ୟାଳୟ କରିଥିବା ବିଶ୍ଳେଷଣ ଅନୁସାରେ ବିଭିନ୍ନ ସମୟରେ ହୋଇଥିବା ବାତ୍ୟା ମଧ୍ୟରେ ସମୟ ବ୍ୟବଧାନ ନେଇ ଦକ୍ଷିଣ 24 ପରଗଣା ଜିଲ୍ଲାରେ ସାମୁଦ୍ରିକ ବାତ୍ୟାର ପ୍ରତ୍ୟାବର୍ତ୍ତନ ସମୟ 1.5 ରୁ 6.0 ବର୍ଷ ସ୍କେଲ ମଧ୍ୟରେ 1.67 ରହିଛି । ଅପେକ୍ଷା ବର୍ତ୍ତ ପ୍ରତ୍ୟାବର୍ତ୍ତନ ଅଧିକ ସାମୁଦ୍ରିକ ବାତ୍ୟାର ସୂଚନା ଦେଇଥାଏ । ଏଠାରେ ଆସିଥିବା ବାତ୍ୟା ଆସିବାର ବ୍ୟବଧାନ ତୁଳନାତ୍ମକ ଭାବରେ କମ ରହିଛି ।
କ୍ଲାଇମେଟ ହଜାର୍ଟ୍ସଅନ ଭଲେଲିଭିଟି ଅରଟେନ ଇଣ୍ଡିଆରୁ ଦେଖା ଯାଇଛି ଯେ ଭୀଷଣ ସାମୁଦ୍ରିକ ବାତ୍ୟାର ପ୍ରତ୍ୟାବର୍ତ୍ତନ ସମୟ ଥିଲା 2.61 ବର୍ଷ । 2021ରେ ଦେଶରେ ସଂଘଠିତ 10 ଟି ସାଇକୋଲେନିକ ଡିଷ୍ଟମାସରୁ ସୁନ୍ଦରବନରେ ପ୍ରଭାବିତ ହୋଇଥିବା 2 ଟି ବାତ୍ୟା ହେଉଛି ୟଶ ଓ ଜୱାଦ । 1961 ରୁ 2020 ମଧ୍ୟରେ ଏହି ଉପକୂଳ ବର୍ତ୍ତୀ ଜିଲାର ପ୍ରାୟ 90 କିମି ଅଞ୍ଚଳ ଦେଇ ପ୍ରଭାବିତ ସାମୁଦ୍ରିକ ବାତ୍ୟା ଗୁଡିକ ଉପରେ ଗବେଷକ ମାନେ ଅଧ୍ୟୟନ କରିଛନ୍ତି ।
ଓଡିଶାର ଉପକୂଳ ବର୍ତ୍ତୀ ଜିଲା କେନ୍ଦ୍ରାପଡା, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ମଧ୍ୟ ବାତ୍ୟା ଅଧିଶ୍ରୁତ ବୋଲି ଅଧ୍ୟୟନରୁ ଜଣା ପଡିଛି । କେନ୍ଦ୍ରାପଡା ର ବାତ୍ୟା ପର୍ତ୍ୟାବର୍ତନ ସମୟ 2 ବର୍ଷ ରହିଛି । 2.8 ବର୍ଷ ଓ 3 ବର୍ଷ ପ୍ରତ୍ୟାବର୍ତ୍ତନ ସମୟ ଥାଇ ଓଡିଶାର ବାଲେଶ୍ଵର ଜିଲ୍ଲା ତାମିଲନାଡୁର ବେଲପୁରମ, ଦକ୍ଷିଣ 24 ପ୍ରଗଣା ଭୀଷଣ ବାତ୍ୟା ପ୍ରବଳ ବୋଲି କୁହାଯାଉଛି ।
ବାତ୍ୟା 24 ପ୍ରଗଣାରେ ଉପକୂଳ ବର୍ତ୍ତୀ ଆଞ୍ଚଳ ଦେଶର ସବୁଠାରୁ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ ବୋଲି ସ୍ପଷ୍ଟ ହୋଇଛି । ସେଠାରେ ଥିବା ହେନ୍ତାଳବନ ମହାବଳବାଘ ମାନଙ୍କର ବାସ ସ୍ଥାନ ଭାବେ ବେସ ପରିଚିତ ଅଟେ । ଏପରିକି ବନ୍ୟ ଜୀବଜନ୍ତୁଙ୍କ ପାଇଁ ସୁରକ୍ଷିତ ସୁନ୍ଦରବନ । ତେବେ ସୁନ୍ଦରବନରେ ଅଧିକାଂଶ ସମୟରେ ବାତ୍ୟା ହେଉଛି ବୋଲି ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆଯାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।