Weather Update: ଆଜି ରାତିରୁ ପ୍ରବଳ ବର୍ଷା ପବନ, ଏହି ସବୁ ଜାଗାରେ ସବୁଠୁ ଅଧିକ ହେବ, ଜାଣନ୍ତୁ ପୁରା ଖବର

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶା କୁ ପୁଣି ମାଡି ଆସୁଛି ପଶ୍ଚିମା ଝଡ ଜାନୁଆରୀ 4 ତାରିଖ ରୁ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହାକୁ ନେଇ 8 ଟି ଜିଲ୍ଲା କୁ ହାଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତେବେ 4 ତାରିଖ ରୁ କେଉଁ କେଉଁ ଜିଲ୍ଲାକୁ ବର୍ଷା ହେବାର ସମ୍ଭାବନା ରହିଛି ଆସନ୍ତୁ ଜାଣିନେବା । ରାଜ୍ୟ ରେ ଏବେ ଶୀତ ର ପ୍ରୋକପ କମିବା ଆରମ୍ଭ କରିଛି ।

rains

ଆଗାମୀ 2 ଦିନ ରେ ରାତ୍ରୀ ତାପମାତ୍ରା 3 ଡୀଗ୍ରି ବଢିବାର ସମ୍ଭାବନା ରହିଛି । ଏହା ଦ୍ୱାରା ତାପମାତ୍ରା ରେ ବିଶେଷ ପିବର୍ତନ ଦେଖାଦେବ ନାହିଁ । କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ନୟାଗଡ଼ ଓ କଟକ ଆଦି ଜିଲ୍ଲାରେ କେତେକ ସ୍ଥାନରେ କୁହୁଡି ପଡ଼ିବାର ସମ୍ଭାବନା ରହିଛି । ଏହିଥି ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସବୁ ଜିଲ୍ଲାକୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।

5 ତାରିଖ ଦିନ ବର୍ଷାର ବିସ୍ତୃତି ଓ ପରିମାଣ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହି ପରି ବେଳେ ପାଣି ପାଗ ବିଭାଗ ପକ୍ଷରୁ କୁହାଜାଇଛି କି ପଶ୍ଚିମା ଝଡ ଗତ କାଲି ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ମୟୁରଭଞ୍ଜ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

raine

ସେହି ପରି 5 ତାରିଖ ଦିନ ରାଜ୍ୟର କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ ହୋଇଛି । ତେବେ ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *