ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁସ୍ଥ ସୁନ୍ଦର, ଘନ ଏବଂ ଲମ୍ବା ବାଳ ସମସ୍ତ ଙ୍କୁ ପସନ୍ଦ ହୋଇଥାଏ । ଏହିଥି ପାଇଁ ଉଭୟ ପୁରୁଷ ଏବଂ ମହିଳା ଘଣ୍ଟା ଘଣ୍ଟା ଧରି ପାର୍ଲର ରେ ସମୟ ବିତେଇ ଥାନ୍ତି । କିନ୍ତୁ ଉପଯୁକ୍ତ ଜୀବନଶୈଳୀ ସହ ସୁସ୍ଥ ତ୍ଵଚା ଓ କେଶ ପାଇଁ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ନିଜ ତ୍ଵଚା ଓ କେଶକୁ ସୁସ୍ଥ ରଖିବା ପାଇଁ କେଉଁ ଭଳି ଖାଦ୍ୟ ଖାଇବା ଉଚିତ ତାହା ଆସନ୍ତୁ ଜାଣିବା ଡାକ୍ତର ନିହାରିକା ଦାସ ଙ୍କ ଠାରୁ । ତେବେ ଉପଯୁକ୍ତ ଜିବନ ଶୈଳି ପାଇଁ ଆମକୁ ଶରୀର ର ଫିଟନେସ ଏବଂ ସୁସ୍ଥ କେଶ ଉପରେ ଧ୍ୟନ ଦେବାକୁ ହେବ । ବିଷେଶ କରି ସୁସ୍ଥ କେଶ ଏବଂ ତ୍ୱଚ୍ଚା ର ଯତ୍ନ ନେବା ଯଥେଷ୍ଟ ନୁହେଁ ।
ସେହିଥି ପାଇଁ ଆମକୁ ଆଭ୍ୟନ୍ତରଣିୟ ଭାବେ ପୋଷଣ ଆବଶ୍ୟକ ରହିଛି । ଆମ ଶରୀର ରେ କାର୍ଯ୍ୟ କରିବା ପାଇଁ ସେହି ଭଳି କାର୍ଯ୍ୟ କାରୀ ପୋଷକ ତତ୍ୱ ଆବଶ୍ୟକ ରହିଛି । ଏଥିପାଇଁ ଆମକୁ ଉପଯୁକ୍ତ ପ୍ରୋଟିନ, କାର୍ବୋ ହାଇଡ୍ରେଡ, ଫ୍ୟାଟ୍ସ । ଭିଟାମିନ୍ସ ଓ ମିନେରାଲ୍ସ ଆଦି ସମସ୍ତ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ ରହିଛି । କିନ୍ତୁ ଆମେ ସେପରି ନକରି ନିଜ ପସନ୍ଦର ଖାଦ୍ୟ କେବଳ ଖାଇଥାଉ । ଯାହା ଦ୍ଵାରା ଆମ ଖାଦ୍ୟରେ ସନ୍ତୁଳନ ରହିପାରେ ନାହିଁ । ତେଣୁ ତ୍ଵଚା, କେଶ ଓ ଶରୀରର ଓଜନ ଠିକ ରଖିବା ପାଇଁ ଆମକୁ ସନ୍ତୁଳିତ ଡାଏଟ ଖାଇବାର ଆବଶ୍ୟକ ରହିଛି ।
ତେବେ କେଶ କେମିତି ଭଲ ରହିବ ଏହା ଆଜିର ସବୁଠୁ ବଡ ସମସ୍ୟା ଅଟେ । ତେବେ ଏହିଥି ପାଇଁ ଗୁରୁତ୍ୱ ପୂର୍ଣ୍ଣ ହେଲା ପାଣି । ପ୍ରତି ଦିନ ଆପଣ ମାନେ ତିନି ଚାରି ଲିଟର ପାଣି ପଇବା ପାଇଁ ଚେଷ୍ଟା କରନ୍ତୁ । ତେଲ ଜାତୀୟ ଖାଦ୍ୟ ସେବନ କରିବା ରୁ ନିଶ୍ଚିତ ଦୂରରେ ରୁହନ୍ତୁ । ପେଟ ଯେମିତି ଖାଲି ନରହିବ । ଗ୍ୟାସ ନହେବ ସେହିଥି ପାଇଁ ନିଶ୍ଚିତ ଭାବେ ଧ୍ୟନ ଦିଅନ୍ତୁ । ପ୍ରଚୁର ପରିମାଣ ରେ ନୁଟ୍ସ ପରିବା ଏବଂ ଫଳମୂଳ ଜାତୀୟ ଖାଦ୍ୟର ସେବନ କରନ୍ତୁ । ବାହାର ଖାଦ୍ୟ ନିଶ୍ଚିତ ବନ୍ଦ କରିବା ଆବଶ୍ୟକ ଅଟେ ।
ତେବେ ଆପଣ ମାନେ ବାହାରର ଖାଇବା ଯଥା ସମ୍ଭବ ବନ୍ଧ କରିବା ପାଇଁ ଚେଷ୍ଟା କରନ୍ତୁ । ମ ତ୍ଵଚା, କେଶ ଓ ନଖ ବାୟୋଟିନ ତଥା ପ୍ରୋଟିନ ଉପରେ ନିର୍ଭର କରେ । ସେଥିପାଇଁ ଅଣ୍ଡା, ଚିନାବାଦାମ, ନଟ୍ସ, କଞ୍ଚା ପିଆଜ, ସଲାଡ, ଦହି ଓ ଡାଲି ଆଦି ପ୍ରୋଟିନ ଜାତୀୟ ଖାଦ୍ୟ ଯଥେଷ୍ଟ ପରିମାଣରେ ଖାଆନ୍ତୁ । ଯଦି ଆପଣ ମାନେ ପ୍ରତି ଦିନ ସନ୍ତୁଳା ଖାଦ୍ୟ ସେବନ କରିବେ ଓ ହାଲୁକା ସୂର୍ଯ୍ୟ କିରଣ ନେବେ ତେବେ ଆପଣ ମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ । ଯାହା ଆପଣ ମାନଙ୍କ ଶରୀର କୁ ଫିଟ୍ ରଖିବା ପାଇଁ ଆବଶ୍ୟକ ଅଟେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।