ରାଜବୀର ମା’ଙ୍କ ଆଉ ଏକ ଭାଇରଲ ଭିଡ଼ିଓ , ହରିୟାଣାରେ ଟଙ୍କା କଲେକ୍ସନ ପାଇଁ ଫୋନରେ କଥାବାର୍ତା..

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୁନିଆଁ ରେ ଭଗବାନ ବୋଲି ପ୍ରଥମେ ମାଆ ବାପା ଙ୍କୁ କୁହାଯାଏ । ମାଆ ବାପା ଗୋଟେ ପିଲାକୁ ଜନ୍ମ ଦେବା ତାକୁ ବଡ କରିବା ପର୍ଯ୍ୟନ୍ତ । କେତେ ଦୁଖଃ କଷ୍ଟ ସହ୍ୟ କରିଥାନ୍ତି । ଗୋଟେ ପିଲା ଯେତେ ବେଳେ ଗର୍ଭରେ ରହିଥାଏ ସେତେ ବେଳେ ସେହି ମାଆ ଟି କୁ ଦଶ ମାସ ଦଶ ଦିନ ଧରି ତାକୁ ଗର୍ଭରେ ପାଳିଥାଏ । ସେହି ସମୟ ରେ କେତେ ଦୁଖଃ କଷ୍ଟ କୁ ସହ୍ୟ କରିବାକୁ ପଡେ । ହେଲେ ମଆ ଟି ନିଜର ଦୁଖଃକୁ ନଦେଖି ନିଜ ପିଲାର କଥା ଚିନ୍ତା କରୁଥାଏ । କିପରି ଭାବେ ପିଲାଟି ଭଲ ଭାବେ ଜନ୍ମ ହୋଇଯିବ । ଭଲରେ ଏହି ଦୁନିଆଁ ର ଆଲୋକ ଦେଖିବ । ଆଉ ପିଲାଟି ଯେତେ ବେଳେ ଜନ୍ମ ହୁଏ ସେତେବେଳେ ପିଲାଟିର ମୁହଁ ଦେଖି ମାଆ ର ସେହି ଦୁଖଃ କଷ୍ଟ ଦୂର ହୁଏ ।

ବାପା ମାଆ ମାନେ ସବୁବେଳେ ଏହି ଭାବନା ରେ ଥାଆନ୍ତି କି ଆମ ପିଲା ସବୁବେଳେ ଭଲ ରେ ଥାଉ । ସବୁବେଳେ ହସୁଥାଉ ଭଗବାନ ତା କଷ୍ଟ ସବୁ ଆମକୁ ଦେଇ ଦିଅନ୍ତୁ ପଛେ କିନ୍ତୁ ଏହି ତାକୁ ସବୁବେଳେ ଭଲରେ ରଖି ଥାଆନ୍ତୁ । ପିଲା ଟି ବୟସ ରେ ଯେତେ ବଡ ହୋଇଗଲେ ବି ନିଜ ମାଆ ବାପା ଙ୍କ ପାଇଁ ସିଏ ସବୁବେଳେ ଛୋଟ ପିଲା ହୋଇଥାଏ। ଏବେ କଳିଯୁଗ ଚାଲିଛି ଏହି ଦୁନିଆଁ ରେ ସବୁ କିଛି ସ୍ୱାର୍ଥ ଅନୁସାରେ ହେଉଛି ।

ଏପରିକି ବାପା ମାଆ ରହିଛନ୍ତି ଯେଉଁ ମାନେ ନିଜର ଜନ୍ମ କଲା ପିଲାର ଜିବନ ବି ନେବାକୁ ପଛାଉ ନାହାଁନ୍ତି । ହେଲେ ଏମିତି ବି ମାଆ ବାପା ରହିଛନ୍ତି ଯେଉଁ ମାନେ ନିଜର ଜନ୍ମ କଲା ସନ୍ତାନ କୁ ବ଼ଞ୍ଚେଇବା ପାଇଁ ରାସ୍ତା କଡ ରେ ଭୀକ ମାଗିବାକୁ ପଛାଉ ନାହାଁନ୍ତି । ସରି ଆସୁଛି ରାଜବୀରର ସମୟ। ହାତରେ ଆଉ ମାତ୍ର ଦେଢ଼ମାସ, ବାପା ମାଆ ବି ଧୈର୍ଯ୍ୟ ହରା ହୋଇଗଲେଣି ।

Rajbir

କେତେ ବେଳେ ଭଗବାନ ଙ୍କୁ ଡାକୁଛନ୍ତି ତ ଆଉ କେତେ ବେଳେ ଲୋକଙ୍କ ଆଗରେ ଭିକ ମାଗୁଛନ୍ତି । 16 କୋଟି ଟଙ୍କା ହେଲେ ପୁଅର ଜୀବନ ବଞ୍ଚିବ। ଏବେ ମାଆ ରାଜବୀରକୁ କହୁଛନ୍ତି ସେ ନିଜେ ହାତ ଯୋଡି ଲୋକଙ୍କୁ ଗୁହାରି କରୁ। ଆପଣମାନେ ଜାଣି ସାରିବେଣି ଆମେ କାହା କଥା କହୁଛୁ । ଆମେ ସେଇ ଛୋଟ ପିଲା ରାଜବୀରର କଥା କହୁଛୁ। ଯାହାର ଜୀବନ କାଳ ସରି ସରି ଆସୁଥିବା ବେଳେ ତାର ମାଆ ନିଜ ପୁଅର ଜୀବନ ବଞ୍ଚାଇବା ପାଇଁ ନିଜର ସମସ୍ତ ପ୍ରକାରର ଚେଷ୍ଟା ଲଗାଇ ଦେଇଛନ୍ତି।

ଏବେ ଆଉ ଏକ ଭିଡିଓ ଦେଖିବାକୁ ମିଳୁଛି। ଯେଉଁଥିରେ ରାଜବୀରଙ୍କ ମାଆ ନିଜ ପୁଅ ପାଇଁ ହରିୟାଣାରୁ ଟଙ୍କା ମାଗିବାକୁ ଜଣଙ୍କୁ ଫୋନ୍ ରେ କହୁଛନ୍ତି। ସିଏ ମଧ୍ୟ କିଭଳି ଭାବରେ ଟଙ୍କା ଅଧିକ ଆସି ପାରିବ, କିଭଳି ଲୋକମାନେ ଟଙ୍କା ଦେବେ ସେହି ବିଷୟରେ ତାଙ୍କୁ ବୁଝାଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *