ଆପଣ ମାନଙ୍କୁ ଆମର ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମଧ୍ୟପ୍ରଦେଶର ରାଜଗଡ଼ରେ ଜଣେ ବିବାହିତା ମହିଳା ତାଙ୍କ ପ୍ରେମିକ ଙ୍କୁ ଘରକୁ ଡାକି ସ୍ୱାମୀ ଙ୍କୁ ହତ୍ୟା କରିଛନ୍ତି । ତାଙ୍କ ସ୍ୱାମୀ ଙ୍କର ମୃତ ଦେହ କୁ ପାଖରେ ରଖି ପ୍ରେମିକ ସହିତ ସେକ୍ସ କରିଥିଲେ । ସକାଳେ ପ୍ରେମିକ ଚାଲିଯିବା ପରେ ସ୍ୱାମୀ ଙ୍କ ମୃତ୍ୟୁ ବିଷୟ ରେ ସଶୁର ଙ୍କୁ ଜଣେଇଥିଲେ । ଏହି ସନ୍ଧେହ ଜନକ ଘଟଣା ବିଷୟ ରେ ପରିବାର ଲୋକ ପୋଲିସ କୁ ଜଣେଇ ଥିଲେ । ତେବେ ପୋଲିସ କୁ ମିଳିଥିବା ପ୍ରେମିକ ର ପୁରୁଣା ଭଙ୍ଗା ମୋବାଇଲ ରହସ୍ୟ ଉପରୁ ପରଦା ଉଠେଇ ଥିଲା । ସ୍ୱାମୀ ଙ୍କ ମୃତ ଦେହ ପାଖରେ ରୋମାନ୍ସ କରିଥିବା ମହିଳା ଙ୍କୁ ଏବେ ପୋଲିସ ହାଜତ କୁ ପଠାଜାଇଛି ।
ରାଜଗଡ଼ ଏସପି ପ୍ରଦୀପ ଶର୍ମା କହିଛନ୍ତି । ଯେ 21 ତାରିଖ ରାତିରେ ସୁଠାଲିଆ ଥାନା ରେ ବେରିଆଖେଡି ଗ୍ରାମରେ 30 ବର୍ଷିୟ ରାମ ଦୀନେଶ ମିଣାଙ୍କ ହତ୍ୟା କରାଯାଇଛି । କେହି ଜଣେ ଘରେ ପସି ଦୀନେଶ ଙ୍କୁ ହତ୍ୟା କରିଥିଲେ । ଘଟଣା ସମୟ ରେ ଦୀନେସ ଙ୍କ ପତ୍ନୀ ନିଜେ ଉପସ୍ଥିତ ରହିଥିଲେ । ପରିବାର ଲୋକ ଙ୍କ ସୂଚନା କ୍ରମେ ପୋଲିସ ଘଟଣା ସ୍ଥଳ ରେ ପହଁଚି ଥିଲା । ଅନୁସନ୍ଧାନ ରୁ ଜଣା ପଡିଛି କି ସ୍ୱାମୀ ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଜାଇଛି । ଏବଂ ପରେ ନିକଟ ରେ ଶୋଇଥିବା ପତ୍ନୀ ଜ୍ୟୋତି ସେଠାରେ ଶୋଇ ପାରି ନଥିଲେ । ପତ୍ନୀ ଙ୍କ କଥା ସୁଣିବା ପରେ ପୋଲିସ ର ସନ୍ଧେହ ଅଧିକ ହୋଇଥିଲା ।
ତଦନ୍ତ ସମୟ ରେ ପୋଲିସ କୁ ଘରୁ ଏକ ଭଙ୍ଗା ମୋବାଇଲ ମିଳିଥିଲା । ଏହାର ମରାମତି କରିବା ପାଇଁ ପୋଲିସ ମରାମତି କାର୍ଯ୍ୟାଳୟ କୁ ପଠେଇ ଥିଲା । ଯେତେ ବେଳେ ଏହି ମୋବାଇଲ ମରାମତି ପରେ ଜ୍ୟୋତି ର ସବୁ ରହସ୍ୟ ଉନ୍ନୋଚନ ହୋଇଥିଲା । ସେତେ ବେଳେ ପୋଲିସ ଆଶ୍ଚର୍ଯ୍ୟ ହୋଇଜାଇଥିଲା । ପୋଲିସର ପଚରାଉଚରା ବେଳେ 25 ବର୍ଷ ବୟସ୍କା ଜ୍ୟୋତି କହିଛନ୍ତି ଯେ ତାଙ୍କର ଏକ ଗ୍ରୋସରି ଦୋକାନ ଅଛି । ସ୍ୱାମୀ ଦୀନେଶଙ୍କ ସହ ସେ ମଧ୍ୟ ଦୋକାନରେ ବେଳେ ବେଳେ ବସନ୍ତି । ଗାଁରେ ରହୁଥିବା ଜଣେ ଯୁବକ ଚେନ ସିଂ ଲୋଧା ଜ୍ୟୋତିଙ୍କ ଦୋକାନକୁ ସାମଗ୍ରୀ ଆଣିବାକୁ ଆସୁଥିଲେ । ଏଥି ମଧ୍ୟରେ ଦୁହେଁ ପ୍ରେମରେ ପଡ଼ିଗଲେ ।
ପ୍ରେମିକ ଚେନ ସିଂ ଜ୍ୟୋତିଙ୍କୁ ଏକ ମୋବାଇଲ୍ ଉପହାର ଦେଇଥିଲେ । ତାପରେ ଉଭୟ ଫୋନରେ କଥା ହେବା ଆରମ୍ଭ କରିଥିଲେ । ଯେତେ ବେଳେ ଦୀନେସ ଜ୍ୟୋତି ଙ୍କ ପ୍ରେମ ସଂମ୍ପର୍କ ବିଷୟ ରେ ଜାଣିଲେ ସେତେ ବେଳେ ସେହି ମୋବାଇଲ ଫୋନ କୁ ଭାଙ୍ଗି ଦେଇଥିଲେ । ହେଲେ ମୋବାଇଲ ଫୋନ କୁ ପୋଲିସ୍ ଉଦ୍ଧାର କରିଥିଲା । କିଛି ଦିନ ପରେ ଚେନ୍ ସିଂ ଜ୍ୟୋତିଙ୍କୁ ଆଉ ଏକ ମୋବାଇଲ୍ ଦେଇଥିଲେ । ଏହି ଘଟଣା ଜାଣିବା ପରେ ଜ୍ୟୋତି ଏବଂ ଦୀନେଶ ଙ୍କ ମଧ୍ୟ ରେ ଆହୁରୀ ଝଗଡା ହୋଇଥିଲା । ପରେ ଏହି ଘଟଣା ରେ ପ୍ରେମିକ ଏବଂ ଜ୍ୟୋତି ମିଶି ସ୍ୱାମୀ ଙ୍କୁ ରାସ୍ତା ରୁ ହଟେଇବା ପାଇଁ ଯୋଜନା କରିଥିଲେ ।
ଦୀନେଶ ଏବଂ ଜ୍ୟୋତି ଙ୍କର ଦୁଇଟି ସନ୍ତାନ ରହିଛି । ଯେଉଁମାନେ ପ୍ରାୟତଃ ସେମାନଙ୍କର ଦାଦା ମଦନଲାଲଙ୍କ ପାଖରେ ଅନ୍ୟ ଏକ ଘରେ ରହୁଥିଲେ । ତେବେ ସେମାନଙ୍କ ଯୋଜନା ଅନୁସାରେ 21 ତାରିଖ ରାତ୍ରୀ ଭୋଜନ ପରେ ଦୀନେଶ ରୁମ୍ ରେ ଶୋଇ ଥିଲେ । ପରେ ପ୍ରେମିକ ଙ୍କୁ ଜ୍ୟୋତି ଘରକୁ ଡାକିଥିଲେ ପରେ ଏକ ବାଡି ରେ ଚେନ୍ ସିଂ ଦୀନେଶ ଙ୍କୁ ଆକ୍ରମଣ କରିଥିଲେ । ମୁଣ୍ଡ ରେ ଜୋର ରେ ଆଘାତ ଲାଗିଲା ପରେ ତାଙ୍କର ନିଶ୍ୱାସ ବନ୍ଦ ହୋଇଜାଇଥିଲା । ସ୍ୱାମୀ ଙ୍କ ମୃତ ଦେହ ଖଟ ଉପରେ ପଡି ରହିଥିଲା ଜ୍ୟୋତି ପ୍ରେମିକ ସହିତ ସଂମ୍ପର୍କ ସ୍ଥାପନା କରିଥିଲେ ।
ପରେ ଜ୍ୟୋତି ଦୀନେଶ ଙ୍କ ମୃତ ଦେହ ରୁ ରକ୍ତ ସଫା କରିଥିଲେ । ଏବଂ ନୂଆ ଡ୍ରେସ ପିନ୍ଧାଇ କରି ପ୍ରେମିକ ଙ୍କୁ ଘରକୁ ପଠେଇ ଥିଲେ ପରେ ସକାଳୁ ହେବା ମାତ୍ରେ ଜ୍ୟୋତି ଅନ୍ୟ ଘରେ ରହୁଥିବା ଶ୍ୱଶୁର ମଦନ ଲାଲଙ୍କ ନିକଟରେ କାନ୍ଦି କାନ୍ଦି ଆସି କହିଥିଲେ ଯେ ରାତିରେ କେହି ଜଣେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ସେ ସେଠାରେ କହିଥିଲେ କି ସ୍ୱାମୀ ତଳ ମହଲା ରୁମ ରେ ଶୋଇ ଥିଲେ ସେ ଉପର ମହଲା ରେ ଶୋଇ ଥିଲେ । ତେଣୁ ଏହି ବିଷୟ ରେ ରାତ୍ରୀ ସମୟ ରେ ଜାଣି ପାରି ନାହାଁନ୍ତି । ପୋଲିସ ଘଟଣା ର ତଦନ୍ତ ପରେ ଏବେ ଚେନ ସିଂ ଏବଂ ଜ୍ୟୋତି ଙ୍କୁ ଗିରୋଫ କରିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।