ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ କୋରୋନା ସଂକ୍ରମଣ ଅଣାୟତ ହେବାରେ ଲାଗିଛି। ଗତ ତିନି ତାରିଖରୁ ଲଗାତାର ଦୈନିକ ମାମଲା ବୃଦ୍ଧି ପାଉଛି। କ୍ରମାଗତ 4 ଦିନ ହେଲା ରାଜ୍ୟରେ 10 ହଜାରରୁ ଅଧିକ କୋରୋନା ପଜେଟିଭ ଚିହ୍ନଟ ହେଉଥିବା ବେଳେ ଗତ 24 ଘଣ୍ଟାରେ ଏହା 11 ହଜାର ଟପିଛି। ଅନ୍ୟପଟେ ଦେଶରେ ଦୈନିକ ସଂକ୍ରମଣ ତିନି ଲକ୍ଷ ମୁହାଁ ହେଲାଣି। ଓଡ଼ିଶାରେ ଗତ 3 ଦିନ ହେବ ଦୈନିକ କୋରୋନା ସଂକ୍ରମଣ 10 ହଜାର ଉପରେ ରହିବା ପରେ ରବିବାର 11 ଟପିଛି। ଜାନୁଆରୀ 13 ରେ 10089, 14 ରେ 10273, 15 ରେ 10856 ଓ 16 ରେ 11177 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟିନ ରୁ 6479, ଲୋକାଲ୍ କେସ୍ 4698 ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ 18 ବର୍ଷରୁ କମ୍ ବର୍ଗର 1016 ଚିହ୍ନଟ ହୋଇଛନ୍ତି। ଏହା ସହିତ ଗଞ୍ଜାମ, ସନ୍ଦରଗଡ ଓ ନୟାଗଡରେ କୋରୋନା ଆକ୍ରାନ୍ତ ହୋଇ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ 132 ବାଲେଶ୍ୱର ଜିଲ୍ଲାରୁ 342 ଜଣ ବରଗଡ଼ ଜିଲ୍ଲାରୁ 123 ଜଣ ଭଦ୍ରକ ଜିଲ୍ଲାରୁ 92 ଜଣ ବଲାଙ୍ଗୀର ଜିଲ୍ଲାରୁ 312 ଜଣ ବୌଦ୍ଧ ଜିଲ୍ଲାରୁ 71 ଜଣ କଟକ ଜିଲ୍ଲାରୁ 829 ଜଣ ଦେଓଗଡ଼ ଜିଲ୍ଲାରୁ 25 ଜଣ ଢେଙ୍କାନାଳ ଜିଲ୍ଲାରୁ 65 ଜଣ ଗଜପତି ଜିଲ୍ଲାରୁ 73 ଜଣ ଗଞ୍ଜାମ ଜିଲ୍ଲାରୁ 108 ଜଣ ଜଗତସିଂହପୁର ଜିଲ୍ଲାରୁ 164 ଜଣ ଯାଜପୁର ଜିଲ୍ଲାରୁ 179 ଜଣ ଝାରସୁଗୁଡ଼ା ଜିଲ୍ଲାରୁ 193 ଜଣ
କଳାହାଣ୍ଡି ଜିଲ୍ଲାରୁ 173 ଜଣ କନ୍ଧମାଳ ଜିଲ୍ଲାରୁ 47 ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ 71 ଜଣ କେନ୍ଦୁଝର ଜିଲ୍ଲାରୁ 69 ଜଣ ଖୋର୍ଦ୍ଧା ଜିଲ୍ଲାରୁ 3424 ଜଣ କୋରାପୁଟ ଜିଲ୍ଲାରୁ 152 ଜଣ ମାଲକାନଗିରି ଜିଲ୍ଲାରୁ 49 ଜଣ ମୟୁରଭଞ୍ଜ ଜିଲ୍ଲାରୁ 276 ଜଣ ନବରଙ୍ଗପୁର ଜିଲ୍ଲାରୁ 155 ଜଣ ନୟାଗଡ଼ ଜିଲ୍ଲାରୁ 159 ଜଣ ନୂଆପଡ଼ା ଜିଲ୍ଲାରୁ 79 ଜଣ ପୁରୀ ଜିଲ୍ଲାରୁ 141 ଜଣ ରାୟଗଡ଼ା ଜିଲ୍ଲାରୁ 184 ଜଣ ସମ୍ବଲପୁର ଜିଲ୍ଲାରୁ 379 ଜଣ ସୋନପୁର ଜିଲ୍ଲାରୁ 238 ଜଣ ସୁନ୍ଦରଗଡ଼ ଜିଲ୍ଲାରୁ 2136 ଜଣ ଷ୍ଟେଟ ପୁଲ୍ରୁ 737 ଜଣ ରହିଛନ୍ତି। ଆକ୍ଟିଭ କେସରେ ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ରେଡ ଜୋନ୍ରେ ଅଛନ୍ତି।
ଅନ୍ୟପଟେ ହଜାରେ ଆକ୍ଟିଭ୍ କେଶ ପାର କରିଥିବା ପୁରୀ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, ବଲାଙ୍ଗୀର, ଝାରସୁଗୁଡା ଓ କୋରାପୁଟ ଜିଲ୍ଲା ୟେଲୋ ଜୋନ୍ ରହିଛି। ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା 11 ଲକ୍ଷ 33 ହଜାର 912 କୁ ବୃଦ୍ଧି ପାଇଛି। ଏଥି ମଧ୍ୟରୁ 69763 ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ 10,55,615 ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଶନିବାର ସୁଦ୍ଧା କୋରୋନାରେ 8481 ଜଣ ପ୍ରାଣ ହରାଇଛନ୍ତି। ସେହିପରି ଦେଶରେ 24 ଘଣ୍ଟାରେ 2 ଲକ୍ଷ 71 ହଜାର 202 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୈନିକ ସଂକ୍ରମଣ ହାର 16.28 ପ୍ରତିଶତ ରହିଛି ।
ଶନିବାରଠାରୁ ଦେଶରେ 2 ହଜାର 369 ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକରେ ଦେଶରେ 314 କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 4 ଲକ୍ଷ 86 ହଜାର 66 କୁ ବୃଦ୍ଧି ପାଇଛି। 3 କୋଟି 50 ଲକ୍ଷ 85 ହଜାର 721 ଆକ୍ରାନ୍ତ ସୁସ୍ଥ ହେଲେଣି। ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା 15 ଲକ୍ଷ 50 ହଜାର 377 ରହିଛି। ସେପଟେ ଆଇଏଲଏସକୁ ଜିନମ ସ୍ୱିକେନ୍ସ ପାଇଁ ଯାଉଥିବା ନମୁନା ମଧ୍ୟରୁ 75 ପ୍ରତିଶତ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହେଉଛନ୍ତି।
ଆଇଏଲଏସକୁ ଜିନମ ସ୍ୱିକେନ୍ସ ପାଇଁ ଯାଇଥିବା 42 ଟି ନମୁନା ମଧ୍ୟରୁ 32 ଟି ପଜିଟିଭ୍ ବାହାରିଛି। ଭିମସାରର 18 ନମୁନା ମଧ୍ୟରୁ 15 ଟି ଓ ନାଇଜରରୁ ଆସିଥିବା 9 ଟି ନମୂନା ମଧ୍ୟରୁ 6 ଟିରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 202 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା 7 ହଜାର 743 କୁ ବୃଦ୍ଧି ପାଇଛି।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।