ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଲା ଓଡିଶା ର ପାଣିପାଗ କୁ ନେଇ ବଡ ଅପଡେଟ ପୁଣି ଫେରୁଛି ହାଡ ଭଙ୍ଗା ଶୀତ । ରାଜ୍ୟ ରେ ଆଜିଠାରୁ ସୁୁଖିଲା ପାଗ ରହିବା ସହିତ ଥଣ୍ଡା ର ଅନୁଭୂତ ମଧ୍ୟ ଅଧିକ ରହିବ । ତେବେ ଆସନ୍ତୁ ଜାଣିନେବା କଣ ରହିଛି ସଂମ୍ପର୍ଣ୍ଣ ରିପୋର୍ଟ । ପଶ୍ଚିମା ଝଡ ତଥା ନିମ୍ନ ଚାପ ରେଖା ଯୋଗୁ ଗତ 9 ତାରିଖ ରୁ ରାଜ୍ୟ ରେ ଲାଗି ରହିଥିବା କୋହଲା ପାଗରେ ପରିବର୍ତନ ହୋଇଛି । ଆଜିଠାରୁ ରାଜ୍ୟ ର ପାଗ ସୁଖିଲା ଏବଂ ଖରାଟିଆ ରହିବ । ଶୀତ ବଢିବ ଏବଂ କୁହୁଡି ମଧ୍ୟ ବଢିବ ।
ଆସନ୍ତା 3 ଦିନ ଯାଏ ରାଜ୍ୟ ର ତାପମାତ୍ରା ପ୍ରାୟ 4 ଡୀଗ୍ରି ଯାଏ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଜାଇଛି । କେନ୍ଦ୍ର କହିଛି ଆଜିଠାରୁ ଆଭ୍ୟନ୍ତରଣିୟ ଜିଲ୍ଲା ର କିଛି ସ୍ଥାନରେ ଏବଂ ଉପକୂଳ ଓଡିଶା ର କିଛି ସ୍ଥାନ ରେ ହାଲୁକା ରୁ ମଧ୍ୟମ ଧରଣ ର ବର୍ଷା ହୋଇଛି । ସର୍ବାଧିକ ବର୍ଷା ଝାଡସୁଗୁଡା ରେ ହୋଇଥିବା ବେଳେ ସେଠାରେ 48.6 ମିିଲିମିଟର ରେକର୍ଡ ହୋଇଛି । ଏବଂ କେଉଁଝର ଜିଲ୍ଲା ର ଚମ୍ପୁଆ ରେ 43.8 ମିଲିମିଟର ବର୍ଷା ହୋଇଛି ।
ସେହିପରି ସର୍ବନିମ୍ନ ତାପମାତ୍ରା କେଉଁଝର ରେ 13.8 ଡୀଗ୍ରି ଏବଂ ପାହାଡିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡି ରେ 11.5 ଡୀଗ୍ରି ରେକର୍ଡ ହୋଇଛି । ଏହା ସହିତ ରାଜଧାନୀ ଭୁବନେଶ୍ୱର ରେ ରାତି ତାପମାତ୍ରା 16.5 ଡୀଗ୍ରି ରହିଥିବା ବେଳେ ସାରା ରାଜ୍ୟ ରେ ଏବେ ରାତି ତାପମାତ୍ରା ସ୍ୱଭାବିକ ଠାରୁ ଅଧିକ ରହିଛି । ଆସନ୍ତା 4 ଦିନରେ ଏହିଥିରେ ଉଲ୍ଲେଖନିୟ ପରିବର୍ତନ ଦେଖାଦେବ । କନ୍ଦ୍ର ର ସୂଚନା ଅନୁସାରେ ଆସନ୍ତା କାଲି ଠାରୁ ଆଭ୍ୟନ୍ତରଣିୟ ଓଡିଶା ରେ କୁହୁଡି ପଡିବାର ଅଧିକ ସମ୍ଭାବନା ରହିଛି ।
18 ତାରିଖ ଦିନ ନବରଙ୍ଗପୁର , କଳାହାଣ୍ଡି , କନ୍ଧମାଳ ବଲାଙ୍ଗିର , ବୈଦ୍ଧ , ସୋନପୁର , ଏବଂ ଅନୁଗୁଳ ର କେତେକ ସ୍ଥାନରେ ଘନକୁହୁଡି ପଡିବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା ପାଇଁ ୟୋଲ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ । ସେହି ପରି ମାଲକାନାଗିରି , କଳାହାଣ୍ଡି , ରାୟଗଡା , କଳାହାଣ୍ଡି କନ୍ଧମାଳ , ବୈଦ୍ଧ , ନୟାଗଡ , କଟକ , ଅନୁଗୁଳ ଏବଂ ଢେଙ୍କାନାଳ ରେ 18 ଏବଂ 19 ତାରିଖ ରେ ଘନ କୁହୁଡି ଦେଖିବାକୁ ମିଳିବ । ସେହିଥି ପାଇଁ ଏହି ସବୁ ଜିଲ୍ଲା ପାଇଁ ୟୋଲ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।