ବଡ ଖବର – ପାଣିପାଗ ବିଭାଗର ସୁଚନା , ଏହି ସମୟରେ ସ୍ତଳ ଭାଗ ଛୁଇଁବ ବାତ୍ୟା ।

764

ପୁରୀ ସ୍ଥଳଭାଗ ଛୁଇଁ ଯିବ ବାତ୍ୟା! ଆସନ୍ତା ୪ତାରିଖ ସନ୍ଧ୍ୟା କିମ୍ବା ୫ତାରିଖରେ ସ୍ଥଳଭାଗ ଛୁଇଁବ ବାତ୍ୟା। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲା ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ। ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୬୦-୭୦ କିମି ରହିବ ଏବଂ ବେଳେ ବେଳେ ପବନର ଝଟକା ୧୦୦ ଛୁଇଁବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର। ଉପକୂଳ ଛୁଇଁବା ପରେ ଏହା କ୍ରମଶଃ ଦୁର୍ବଳ ହେବ।

୪ ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରକୁ ରେଡ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। କାଲି ମଧ୍ୟାହ୍ନ ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ। ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ରୁ ୧୦୦ କିମି ବେଗରେ ପବନ ବହିବ।

IMD ଓ NDRF ପକ୍ଷରୁ ହୋଇଥିବା ମିଳିତ ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି IMD DG । ସେ କହିଛନ୍ତି ୫ ତାରିଖ ମଧ୍ୟାହ୍ନରେ ଏହା ପୁରୀ ଉପକୂଳରେ ପହଞ୍ଚିବ । ଓଡ଼ିଶା ପାଇଁ ଏବେ ସବୁଠାରୁ ଅଧିକ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଓଡ଼ିଶାର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

୫ ତାରିଖରେ ଓଡ଼ିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବ । ଏହି ସମୟରେ ୮୦ ରୁ ୯୦ କିଲୋମିଟର ବେଗରେ ପବନ ବୋହିପାରେ । ଦରକାର ପଡିଲେ ପବନର ବେଗ ୧୦୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେହିଭଳି ୩ ରୁ ୫ ତାରିଖ ସମୂଦ୍ର ଉପକୂଳ ସୁରକ୍ଷିତ ରହିବ ନାହିଁ ବୋଲି ସୂଚନା ମଧ୍ୟ ରହିଛି ।

rain

ଲାଣ୍ଡଫଲ ବେଳେ ପବନର ବେଗ ୮୦ରୁ ୯୦ କିମି ରହିବ । ସମୁଦ୍ର ଭିତରେ ଥିବା ବେଳେ ରିକର୍ଭ କରିବ ବାତ୍ୟା । ଗଞ୍ଜାମ, କଟକ, ଖୋର୍ଦ୍ଧାରେ ପବନର ବେଗ ୬୦ରୁ ୭୦ କିମି ରହିବ। କିଛି ଜିଲ୍ଲାରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ସମ୍ଭାବନା ରହିଛି ।

ବାତ୍ୟାର ଟିରନିକ ଅପଡେଟ ପାଇବା ପାଇଁ ଉପରେ ଫଲୋ କରିବା ସହିତ ଗୋଟିଏ ଲାଇକ କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *