ଓଡିଶା ଉପକୂଳ ରେ ମାଡ ହେବାକୁ ଯାଉଛି ଆଉ ଏକ ବାତ୍ୟା 3 ରୁ 6 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିସେମ୍ବର ମାସର ପ୍ରଥମ ସପ୍ତାହ ରେ ପୁଣି ଥରେ ବାତ୍ୟା ଆସିପାରେ । 3 ରୁ 5 ତାରିଖ ମଧ୍ୟରେ ଉପକୂଳ ଓଡିଶାରେ ମାଡ ହୋଇପାରେ । ଓଡିଶା କିମ୍ବା ବାଂଲାଦେଶ ରେ ଉପକୂଳ ଛୁଇଁବାର ଅଧିକ ସମ୍ଭାବନା ରହିଛି । ବିଭିନ୍ନ ପାଣିପାଗ ମଡେଲ ପ୍ରାକ୍ ସଂଙ୍କେତ ଦେଖାଦେଇଛି । ଦିନେ ଦୁଇଦିନ ପରେ ଏହାର ଚିତ୍ର ସଂମ୍ପର୍ଣ୍ଣ ଭାବେ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ଦିଆଜାଇଛି ।

ତଥାପି 3 ରୁ 6 ତାରିଖ ମଧ୍ୟରେ ଏହା ଓଡିଶା ଉପକୂଳ ଛଇଁପାରେ ବୋଲି ଆକଳନ ହୋଇଛି । ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ 29 ତାରିଖ ରେ ଦକ୍ଷିଣ ଆଣ୍ଡାମାନ ସାଗର ରେ ସୃଷ୍ଟି ହେବ । ଏହା ପଶ୍ଚିମ ଉତ୍ତର ପଶ୍ଚିମ ମୁହାଁ ମହାଁଇବା ସହିତ 48 ଘଣ୍ଟା ମଧ୍ୟରେ ଅଧିକ ଘନିଭୂତ ହୋଇପାରେ । ଆଇଏମଡିର ପରିବର୍ଦ୍ଧିତ ପୂର୍ବାନୁମାନ କହୁଛିକି, ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବ।

rains

IMD ର GFS ସହିତ କେତେକ ମଡେଲ ଜଣେଇଛି କି 4 ରୁ 5 ତାରିଖ ମଧ୍ୟରେ ସାମ୍ଭାବ୍ୟ ବାତ୍ୟା ଲଘୁଚାପ ଧିରେ ଧିରେ ଘନିଭୂତ ହୋଇ ବାତ୍ୟାର ରୂପ ନେଇ ପାରେ । ହେଲେ ବିଧିବଦ୍ଧ ଭାବେ ଏହି ନେଇ କୈଣସି ସୂଚନା ଦିଆଜାଇ ନାହିଁ । କେତେକ ବିଦେଶୀ ପାଣଇୃିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । ଏହି ଘୂର୍ଣ୍ଣିବଳୟ ବାତ୍ୟାରେ ପରିଣତ ହୋଇପାରେ ।

ଆକ୍ୟୁୱେଦରର ପ୍ରମୁଖ ଆନ୍ତର୍ଜାତିକ ପାଣିପାଗ ବୈଜ୍ଞାନିକ ଜାସନ ନିକୋଲ୍ସ ପୂର୍ବାନୁମାନ କରିଛନ୍ତିକି, ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେଇପାରେ। ଏବଂ ଏହା ସହିତ ଓଡିଶା କିମ୍ବା ବାଂଲାଦେଶ ଉପକୂଳ ରେ ଏହା ଛୁଇଁପାରେ ବୋଲି ଆକଳନ କରିଛନ୍ତି । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଧେଶକ ଡା : ଶରତ ଚନ୍ଦ୍ର ସାହୁଙ୍କର ଅନୁମାନ କ୍ରମେ ସାମ୍ଭାବ୍ୟ ବାତ୍ୟା ଅଧିକ ଘନିଭୂତ ହୋଇ ଅବପାତ କିମ୍ବା ଭୀଷଣ ଅବପାତ ରେ ପରିଣତ ହୋଇପାରେ ।

rain

ହେଲେ ବର୍ତମାନ ସମୟ ରେ ବାତ୍ୟା ହେବା ନେଇ କୈଁଣସି ବି ସେମିତି ସଂଙ୍କେତ ମିଳିନାହିଁ । ବର୍ତମାନ ସମୟ ରେ ଆକଳନ ହୋଇଛି କି ଏହା ପଶ୍ଚିମବଙ୍ଗ ଏବଂ ଓଡିଶା ମୁହାଁ ହେଉଛି ଏବଂ ଆଗାମୀ ଦୁଇ ତିନି ଦିନ ରେ ଏହାର ପ୍ରଷ୍ଟ ଚିତ୍ର ସାମ୍ନା କୁ ଆସିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *