କାହିଁକି ଗଣେଶଙ୍କ ପୂଜାରେ ତୁଳସୀ ଅର୍ପଣ କରାଯାଏନାହିଁ।

Ganesha

ହିନ୍ଦୁ ଧର୍ମରେ ହରିଶୟନ ଏକାଦଶୀର ବହୁତ ମହତ୍ତ୍ଵ ରହିଛି। ଆଷାଢ଼ ମାସ ଶୁକ୍ଳ ପକ୍ଷରେ ଏହି ଦିନଟି ପଡ଼ିଥାଏ। ହରିଶୟନ ଏକାଦଶୀ ପରେ ସବୁ ଧର୍ମ କାର୍ଯ ଆରମ୍ଭ ହୋଇଥାଏ ଯେପରିକି ବିବାହ, ନାମକରଣ ଏବଂ ଗୃହ ପ୍ରବେଶ ଭଳି ଶୁଭ କାର୍ଯ୍ଯ କରାଯାଇଥାଏ। ଏଥି ସହ ଭଗବାନ ବିଷ୍ଣୁଙ୍କ ରୂପ ଶାଳଗ୍ରାମଙ୍କ ସହିତ ତୁଳସୀଙ୍କର ବିବାହ କରାଯାଇଥାଏ।

ଭକ୍ତମାନେ ଶାଳଗ୍ରାମ ଭଗବାନଙ୍କ ବରଯାତ୍ରୀ ନେଇ ଆସିଥାନ୍ତି ଏବଂ ମାଆ ତୁଳସୀଙ୍କୁ ମଧ୍ୟ ବୋହୁ ବେଶରେ ସଜା ଯାଇଥାଏ। ଭଗବାନ ବିଷ୍ଣୁଙ୍କ ସହ ବିବାହ ଏବଂ ସମସ୍ତ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ତୁଳସିକୁ ନେଇ ଗୋଟିଏ କଥା ଖୁବ ପ୍ରଚଳିତ ଅଛି। ତୁଳସୀ ପତ୍ରକୁ ଭଗବାନ ଗଣେଶଙ୍କ ପୂଜାରେ ବ୍ୟବହାର କରାଯାଇନଥାଏ। ତେବେ ଜାଣନ୍ତୁ କାହିଁକି ଭଗବାନ ଗଣେଶଙ୍କ ପୂଜାରେ ତୁଳସୀର ବ୍ୟବହାର ହୋଇନଥାଏ।

ganesha

ପ୍ରଚଳିତ ପୌରାଣିକ କଥା ଅନୁଯାୟୀ ଧାର୍ମାନ୍ତ୍ମଜ ନାମକ ଜଣେ ରାଜା ଯଜ୍ଞ କରୁଥିଲେ। ତାଙ୍କ ଜଣେ କନ୍ୟା ସନ୍ତାନ ଥିଲେ ଆଉ ତାଙ୍କର ନାମ ତୁଳସୀ ଥିଲା । ସେହି ସମୟରେ ତୁଳସୀ ବିବାହ ଯୋଗ୍ୟ ହୋଇଥିବାରୁ ନିଜ ପାଇଁ ଉଚିତ ବର ପ୍ରାପ୍ତ କରିବା ପାଇଁ ତୀର୍ଥଯାତ୍ରା ବାହାରିଥିଲେ। ଅନେକ ସ୍ଥାନରେ ଯାତ୍ରା କରିବା ପରେ ତୁଳସୀ ଗଙ୍ଗା କୂଳରେ ଧ୍ୟାନ କରୁଥିବା ଗଣେଶଙ୍କୁ ଦେଖିଥିଲେ। ଧ୍ୟାନ ସମୟରେ ରତ୍ନରେ ଜଡ଼ିତ ଥିବା ସିଂହାସନ ଉପରେ ବିରାଜମାନ କରିଥିଲେ। ତାଙ୍କର ସମସ୍ତ ଅଙ୍ଗରେ ଚନ୍ଦନ ଲେପ ଥିବା ସହ ଗଳାରେ ସ୍ଵର୍ଣ୍ଣ ଏବଂ ମନିରତ୍ନର ହାର ଏବଂ ଅଣ୍ଟାରେ ରେଶମର ପିତମ୍ବତି ରହିଥିଲା।

ଭଗବାନ ଗଣେଶଙ୍କର ଏହି ରୂପ ଦେଖିବା ପରେ ତୁଳସୀ ଭଗବାନ ଗଣେଶଙ୍କୁ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ତେଣୁ ସେହି ସମୟରେ ତୁଳସୀ ଭଗବାନ ଗଣେଶଙ୍କ ତପସ୍ୟା ଭଙ୍ଗ କରି ତାଙ୍କ ସମ୍ମୁଖରେ ବିବାହ ପ୍ରସ୍ତାବ ରଖିଥିଲେ। ତପସ୍ୟା ଅଧାରୁ ଭଙ୍ଗ ହେବାରୁ ଭଗବାନ ଗଣେଶ ଅସନ୍ତୁଷ୍ଟ। ହୋଇଥିଲେ ଏବଂ ବିବାହ ପ୍ରସ୍ତାବକୁ ଭଙ୍ଗ କରିଦେଇଥିଲେ।

ganesha

ସେ କହିଥିଲେ ଯେ ମୁଁ ଜଣେ ବ୍ରହ୍ମଚାରୀ। ଭଗବାନ ଗଣେଶଙ୍କର ଏହି କଥାକୁ ଶୁଣିବା ପରେ ମାତା ତୁଳସୀ ରାଗିଯାଇ ତାଙ୍କୁ ଅଭିଶାପ ଦେଇଥିଲେ ଯେ ଆପଣଙ୍କର ୨ ଜଣଙ୍କ ସହ ବିବାହ ହେବ। ଏଥିରେ ପ୍ରଭୁ ଗଜାନନ ମଧ୍ୟ ରାଗିଯାଇ ତୁଳସୀଙ୍କୁ ଅଭିଶାପ ଦେଇଥିଲେ ଯେ ଆପଣଙ୍କର ମଧ୍ୟ ଅସୁର ଶଙ୍ଖଚୂର୍ଣ୍ଣ ସହ ବିବାହ ହେବ।

ରାକ୍ଷସଙ୍କ ସହ ବିବାହ ହେବାର ଅଭିଶାପ ଶୁଣିବା ପରେ ମାତା ତୁଳସୀ ଭଗବାନ ଗଣେଶଙ୍କୁ କ୍ଷମା ମାଗିଥିଲେ।ଏହାପରେ ଭଗବାନ ଗଣେଶ ତୁଳସୀଙ୍କୁ କହିଥିଲେ ଯେ ଆପଣ ଭଗବାନ ବିଷ୍ଣୁ ଏବଂ କୃଷ୍ଣଙ୍କର ଅତି ପ୍ରିୟ ହେବ ସହ କଳିଯୁଗରେ ଜଗତକୁ ଜୀବନ ଏବଂ ମୋକ୍ଷ ପ୍ରଦାନ କରିବେ କିନ୍ତୁ ମୋ ପୂଜାରେ ତୁଳସୀ ଅର୍ପଣ କରିବା ଅଶୁଭ ହେବ। ସେହି ଦିନ ଠାରୁ ଭଗବାନ ଗଣେଶଙ୍କ ପୂଜାରେ ତୁଳସୀ ଅର୍ପଣ କରାଯାଇନଥାଏ।

Leave a Reply

Your email address will not be published. Required fields are marked *