କୋର୍ଟ ସାମ୍ନାରେ ସ୍ୱାମୀକୁ ଗଡ଼ାଇ ମାରିଲେ ସ୍ତ୍ରୀ। ପୁରା ଘଟଣା ବିଷୟରେ ପଢିଲେ ହୋସ ଉଡିଯିବ

ଆଜିର ଏହି ସ୍ୱାର୍ଥପର ଦୁନିଆଁରେ କେହି କାହାରି ନୁହେଁ। ଯୌତୁକ ପାଇଁ ଗୋଟେ ସ୍ବାମୀ ଆଉ ତାର ପରିବାର ମିଶି ତା ସ୍ତ୍ରୀ ଉପରେ କରିଥିବା ଅତ୍ୟାଚାରର ଗୋଟେ ଘଟଣା ସାମ୍ନାକୁ ଆସିଛି। ଏହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପାଇବା ପାଇଁ ଆମ ସହ ଯୋଡ଼ି ରୁହନ୍ତୁ।

ଆମକୁ ସୂଚନା ମିଳିଛି କି ପୁରୁଷ ଜଣକ ତାଙ୍କ ସ୍ତ୍ରୀ ବିରୁଦ୍ଧରେ ଡିଭର୍ସ କେଶ କରିଥିଲେ। ସେହି କେଶର ଶୁଣାଣି ଦିନ କୋର୍ଟ ମାଜିଷ୍ଟ୍ରେଟ ସେହି ପୁରୁଷଙ୍କୁ ଡିଭର୍ସ ନ ନେବା ପାଇଁ ବୁଝାଇବାକୁ ଚେଷ୍ଟା କରିଥିଲେ। ସେହି ପୁରୁଷଙ୍କୁ ଡିଭର୍ସର କାରଣ ପଚରାଯିବାରୁ ସିଏ କହିଥିଲେ କି ତାଙ୍କ ସ୍ତ୍ରୀଙ୍କ ପାଖରୁ ତାଙ୍କୁ ଜୀବନ ପ୍ରତି ବିପଦ ରହିଛି ଏବଂ ତାଙ୍କ ସ୍ତ୍ରୀ ହିଁ ତାଙ୍କୁ ଜୀବନରୁ ମାରିଦେବାକୁ ଚାହୁଁଚନ୍ତି।

cot

ଆମକୁ ସୂତ୍ରରୁ ଜାଣିବାକୁ ମିଳିଛି ଯେ ତାଙ୍କର ବାହାଘରକୁ ୪ ବର୍ଷ ହୋଇଥିଲା ଆଉ ତାଙ୍କର ଗୋଟେ ୨ ବର୍ଷର ପିଲା ମଧ୍ୟ ରହିଛି। ତାଙ୍କ ସ୍ତ୍ରୀ ଦେଇଥିବା ମନ୍ତବ୍ୟରୁ ଜଣାପଡିଛି ଯେ ସେହି ପୁରୁଷ ଜଣକ ତାଙ୍କୁ ବାହାଘର ପରଠାରୁ ନିର୍ଯାତନା ଦେଉଥିଲେ। ତାଙ୍କର ପୁଅଙ୍କୁ ମଧ୍ୟ ସିଏ ବେଶୀ ଭଲ ପାଉନଥିଲେ। ଏହି ସବୁର କାରଣ ଥିଲା ଯୌତୁକ।

ପୁରୁଷ ଜଣକ ତାଙ୍କ ସ୍ତ୍ରୀଙ୍କ ପରିବାର ଲୋକଙ୍କ ପାଖରୁ ମୋଟା ଧରଣର ଯୌତୁକର ଆଶା ରଖିଥିଲେ। କିନ୍ତୁ ତାହା ତାଙ୍କୁ ମିଳିପାରିନଥିଲା। ଆଉ ସେହି ମହିଳାଙ୍କ ବୟାନରୁ ଜଣା ପଡ଼ିଛି ଯେ ବାହାଘର ବେଳେ ପୁରୁଷଙ୍କର କିଛି ଡିମାଣ୍ଡ ନଥିଲା କିନ୍ତୁ ବାହାଘର ପରେ ତାଙ୍କ ଶଶୁର ଘର ଲୋକେ ତାଙ୍କୁ ଯୌତୁକ ପାଇଁ ବହୁତ୍ ହଇରାଣ କରିଥିଲେ। ସେମାନଙ୍କର ଆରେଞ୍ଜ ମେରେଜ ହୋଇଥିଲା।

co

ସୂଚନା ଅନୁସାରେ ସେହି ପୁରୁଷ ଜଣକ ଭୁବନେଶ୍ୱରରେ ସିଭିଲ ଡିପର୍ଟମେଣ୍ଟରେ ଏକ ସରକାରୀ ଚାକିରିଆ ଅଟନ୍ତି। ତାପରେ ବି ସିଏ ନିଜ ସ୍ତ୍ରୀ ଉପରେ ଯୌତୁକଟର ଆଶା ରଖି ନିର୍ଯାତନା ଦେଉଥିଲେ। ତାପରେ ବି ସ୍ତ୍ରୀ ଜଣକ ସବୁ ଦୁଃଖ କଷ୍ଟ ସହି ଚାଲି ଆସୁଥିଲେ। କିନ୍ତୁ ଗଣେଶ ପୂଜା ଦିନ ତାଙ୍କ ଶଶୁର ଘର ଲୋକେ ମିଶି ତାଙ୍କ ତଣ୍ଟି ଚିପିଦେବାର ଚେଷ୍ଟା କରିଥିବାରୁ ସେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ।

ଏତେ ପରେ ବି ସିଏ ତାଙ୍କ ସ୍ଵାମୀଙ୍କ ଉପରେ ପୋଲିସ କେଶ ନ କରି ତାଙ୍କୁ କେବଳ ବୁଝାମଣା ପାଇଁ ଥାନାକୁ ଡାକିଥିଲେ ଆଉ ତାଙ୍କର କେବଳ ତାଙ୍କର ପାଳନ ପୋଷଣ ପାଇଁ ଖର୍ଚ୍ଚ ମାଗିଥିଲେ। ଏହା ତାଙ୍କ ସ୍ବାମୀ ସେହିଠାରେ ମାନିଯାଇଥିଲେ କିନ୍ତୁ ପୁଣି ଘରକୁ ଫେରିଯିବା ପରେ ମଧ୍ୟ ପରିସ୍ଥିତିରେ କିଛି ସୁଧାର ଆସିନଥିଲା। ଶଶୁର ଘର ପରିବାରର ଲୋକଙ୍କ କଥାରେ ପଡି ପୁରୁଷ ଜଣକ ତାଙ୍କ ସ୍ତ୍ରୀ ବିରୁଦ୍ଧରେ କୋର୍ଟରେ ଡିଭର୍ସ କେଶ କରିଥିଲେ। ଆଉ ସେହି କେଶର ଶୁଣାଣି ଦିନ କୋର୍ଟର ବାହାରେ ହିଁ ତାଙ୍କ ସ୍ତ୍ରୀ ଙ୍କୁ ଗାଳି ଗୁଲଜ କରିବା ସହ ପିଟିବାକୁ ଲାଗିଥିଲେ।

Leave a Reply

Your email address will not be published. Required fields are marked *