ସିଦ୍ଧାର୍ଥ ଶୁକ୍ଲାଙ୍କର ପରିବାର। ଆଗରୁ କେବେ ଦେଖି ନଥିବେ

Siddharth

ଆଜି ଆମେ ଆଉ ଜଣେ ବଲିଉଡ ଅଭିନେତାଙ୍କ ବାବଦରେ କହିବାକୁ ଯାଉଛୁ। ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଆଜି ଆମେ ଓଲିଉଡ ନୁହଁ ବରଂ ବଲିଉଡ ବାବଦରେ କହିବାକୁ ଯାଉଛୁ।

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ବଡ ଖବର ନେଇକି ଆସିଛୁ ଯାହା କି ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ତଥା ଦୁଃଖିତ କରିପାରେ। ଆମେ ଆଜି ଆପଣଙ୍କ ପାଖରେ ଆପଣଙ୍କ ପ୍ରିୟ ମଡେଲ, ତଥା ଫିଲ୍ମ ଅଭିନେତା ଆଉ ବିଗ ବସର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ବାବଦରେ କହିବାକୁ ଯାଉଛୁ। ଯାହା ଖବର ଅନୁସାରେ ଜଣା ପଡୁଛି କି ହୃଦ୍ଘାତ ପାଇଁ ତାଙ୍କର ଦେହାନ୍ତ ହେଇଯାଇଛି। ଆଜି ଆମେ ତାଙ୍କରି ବାବଦରେ କଥା ହେବା ଆଉ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଖବର ବାବଦରେ। ତେବେ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

Siddharth

ସିଦ୍ଧାର୍ଥ ଶୁକ୍ଲା ଟିଭି ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା କଳାକାର ଥିଲେ। ସିଏ ନିଜର ଫିଟ୍ ପରସନାଲିଟୀ କାରଣରୁ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ ଥିଲେ। ସିଦ୍ଧାର୍ଥଙ୍କୁ ତାଙ୍କ ଅଭିନୟ ପାଇଁ ବହୁତ୍ ଆୱାର୍ଡ଼ ମଧ୍ୟ ମିଳିଥିଲା। ଟିଭି ଇଣ୍ଡଷ୍ଟ୍ରିରେ ତାଙ୍କୁ ବେଶୀ ଦିନ ହୋଇନଥିଲେ ମଧ୍ୟ ସିଏ ବହୁତ୍ ସୁନାମଧନ୍ୟ ଅଭିନେତା ହୋଇଯାଇଥିଲେ। ସିଏ ବିଗ ବସ ସିଜିନ ୧୩ର ବିଜେତା ମଧ୍ୟ ଥିଲେ।

ଆପଣମାନଙ୍କୁ ଜଣାଇବାକୁ ଆମକୁ ବହୁତ୍ ଦୁଃଖ ଲାଗୁଛିକି ୨ ଦିନ ତଳେ ଅର୍ଥାତ୍ ୨ ସେପ୍ଟେମ୍ୱର ୨୦୨୧ ତାରିଖ ଦିନ ହାର୍ଟ ଆଟାକ୍ ଯୋଗୁ ତାଙ୍କର ମୃତ୍ୟୁ ହୋଇଯାଇଛି। ସିଦ୍ଧାର୍ଥ ଶୁକ୍ଲା ଟିଭି ଇଣ୍ଡଷ୍ଟ୍ରିରେ ୨୦୦୮ରେ ପାଦ ଦେଇଥିଲେ। ସିଏ ଟିଭି ସୋ “ବାବୁଲ କା ଆଙ୍ଗନ ଛୁଟେନା” ରୁ ନିଜର ଟେଲିଭିଜନ କ୍ୟାରିୟର ଆରମ୍ଭ କରିଥିଲେ।

Siddhartha Shukla

କିଛି ଦିନ ପୂର୍ବରୁ ସିଏ କରନ୍ ଯୋହରଙ୍କ ପ୍ରଡ଼କ୍ସନ ଧର୍ମା ପାଇଁ “ହମ୍ପ୍ଟୀ ଶର୍ମା କି ଦୁଲହ୍ନିଆ” ରେ ସପୋର୍ଟିଂ ରୋଲରେ କାମ କରିଥିଲେ। ଆସନ୍ତୁ ତାଙ୍କ ପରିବାର ବିଷୟରେ ଜାଣିବା। ସିଦ୍ଧାର୍ଥ ଶୁକ୍ଳାଙ୍କ ଜନ୍ମ ୧୨ ଡିସେମ୍ବର ୧୯୮୦ରେ ମୁମ୍ବାଇର ଏକ ବ୍ରାହ୍ମଣ ପରିବାରରେ ହେଇଥିଲା।ତାଙ୍କ ପିତାଙ୍କ ନାମ ଅଶୋକ ଶୁକ୍ଲା ଏବଂ ତାଙ୍କ ମାଆଙ୍କ ନାମ ରିତା ଶୁକ୍ଲା ଅଟେ। ତାଙ୍କ ବାପା ଜଣେ ସିଭିଲ ଇଂଜିନିୟର ଥିଲେ।

ତାଙ୍କ ପରିବାରରେ ତାଙ୍କର ଆଉ ୨ ଜଣ ବଡ ଭଉଣୀ ମଧ୍ୟ ଥିଲେ। ମୁଖ୍ୟତଃ ତାଙ୍କ ପରିବାର ଉତ୍ତରପ୍ରଦେଶର ଇଲ୍ଲାହାବାଦରେ ରହୁଥିଲେ। ସିଏ ବର୍ତ୍ତମାନ ପର୍ଯ୍ୟନ୍ତ ଅବିବାହିତ ଥିଲେ । ତାଙ୍କର କାହା ସହ ବି ବିବାହ ହୋଇନଥିବା କଥା ଜଣା ପଡୁଚି। ମାନେ ତାଙ୍କର କେହି ସ୍ତ୍ରୀ ନଥିଲେ। କିନ୍ତୁ ବିଗ ବସ ୧୩ରେ ସିଦ୍ଧାର୍ଥ ଆଉ ସେହନାଜଙ୍କ ନାମ ଯୋଡ଼ା ଯାଇଥିଲା। ଏହି ୨ ଜଣଙ୍କର ଯୋଡିକୁ ଦର୍ଶକ ବହୁତ୍ ପସନ୍ଦ ମଧ୍ୟ କରିଥିଲେ। କିନ୍ତୁ କଥା ବିବାହ ସହ ପହଞ୍ଚି ନଥିଲା।

Leave a Reply

Your email address will not be published. Required fields are marked *