ଆଜିଠୁ ପୁଣି ନିର୍ଧୁମ ଛେଚିବ ବର୍ଷା । ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ।

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିଠାରୁ ପୁଣି ପ୍ରବଳ ବର୍ଷା ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରିୟ ଓଡିଶାର ଅନେକ ସ୍ଥାନରେ ହାଲ୍କା ରୁ ମଧ୍ୟମ ଧରଣ ର ବର୍ଷା ଓ ବଜ୍ରପାତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚିଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଆସନ୍ତୁ ନଜର ପକେଇବା ସେହି ଜିଲ୍ଲା ଗୁଡିକ କଣ ଅଟେ । କଣ ରହିଛି ପାଣିପାଗ ବିଭାଗର ସଂମ୍ପର୍ଣ୍ଣ ରିପୋର୍ଟ ।

rain

ପୂର୍ବ କେନ୍ଦ୍ରିୟ ବୋଙ୍ଗପସାଗର ଏବଂ ଏହାର ନିକଟସ୍ଥ ମିଆଁମାର ଉପକୂଳ ରେ ଗୁରୁବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରି ଚଳିତ ମାସର 19 ତାରିଖ ଅର୍ଥାତ୍ ଆଜିଠାରୁ ଉତ୍ତର ଓଡିଶା ଉପକୂଳରେ ଲଘୁଚାପ କ୍ଷେତ୍ର ରେ ପରିଣତ ହେବ । ଏବଂ ଏହି ଲଘୁଚାପ ପରିଣତ ହେବା ପରେ ଏହାର ପ୍ରଭାବ ରେ 19 ତାରିଖ ଅର୍ଥାତ୍ ଆଜି ଠାରୁ ବର୍ଷାର ପରିମାଣ ବୃଦ୍ଧି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି । ଏହା ସହିତ 3 ଦିନ ପର୍ଯ୍ୟନ୍ତ ଏହା ଅଧା ଓଡିଶା କୁ ଭିଜାଇବ ବୋଲି ପୂର୍ବାନୁମାନ କରାଜାଇଛି ।

ତେବେ ପାଣିପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ଦିଆଜାଉଛି ଯେ ଚଳିତ ମାସ 19 ତାରିଖ ରେ ମୟୁରଭଞୀ, ଭଦ୍ରକ ଓ ବାଲେଶ୍ୱର ରେ ପ୍ରବଳ ବର୍ଷା ହେବ । ସେହି ପରି 20 ତାରିଖ ପାଇଁ 12 ଟି ଜିଲ୍ଲା କୁ ୟୋଲ ୱାର୍ଣ୍ଣଂ ଜାରି ହୋଇଥିବା ବେଳେ ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ ,କେଉଁଝର , ମୟୁରଭଞୀ, ଭଦ୍ରକ ଓ ବାଲେଶ୍ୱର , ଜୀଜପୁର , ଢେଙ୍କାନାଳ , କେନ୍ଦ୍ରାପଡା ,ଜଗତସିହଂପୁର ,କଟକ,ପୁରୀ , ଖୋର୍ଦ୍ଧା ।

heavy rain

ସେହି ପରି 21 ତାରିଖ ରେ 5 ଟି ଜିଲ୍ଲା କୁ ଅଧିକ ବର୍ଷା ହେବ । ସୁନ୍ଦରଗଡ ଏବଂ ଝାଡସୁଗୁଡା କୁ ଅଧିକ ପରିମାଣ ରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ପକ୍ଷ୍ୟ ରୁ ରିପୋର୍ଟ ଜାରି କରାଜାଇଛି । ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ , ଝାଡସୁଗୁଡା , ବରଗଡ , ଦେଓଗଡ ଏବଂ ସମ୍ବଲପୁର ରେ ଏହି ବର୍ଷା ହୋଇପାରେ । ସେହି ପରି ଛତିସଗଡ ରେ ବି ଆସନ୍ତା 3 ଦିନ ପ୍ରବଳ ରୁ ଅଥି ପ୍ରବଳ ବର୍ଷା ହେବାର ସମ୍ଭାବାନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *