ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ୱେବ ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା କପରି ଈ-ଶ୍ରମ କାର୍ଡ ଅନଲାଇନରେ ଆପ୍ଲାଇ କରିବେ । ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଏହି ପୋଷ୍ଟ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। ତେବେ ଆସନ୍ତୁ ଜାଣିନେବା ଏହି ବିଷୟରେ, ଈ-ଶ୍ରମ କାର୍ଡ ଆପ୍ଲାଇ କରିବା ଦ୍ୱାରା କେଉଁ ସବୁ ଲାଭ ମିଳିବ ଏହି ସବୁର ସମସ୍ତ ତଥ୍ୟ ଏହି ପୋଷ୍ଟରେ ଜାଣିବା ।
ଯେଉଁ ଶ୍ରମିକ ମାନଙ୍କ ମୋବାଇଲ ନମ୍ବର ସେମାନଙ୍କ ଆଧାର କାର୍ଡ ସହିତ ଲିଙ୍କ ଅଛି ଏବଂ ସେମାନେ ଚାହୁଁଛନ୍ତି ଘରେ ବସି ଈ-ଶ୍ରମ କାର୍ଡ କେଉଁଭଳି ଭାବରେ ଆପ୍ଲାଇ କରିବେ। ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ଲୋକ ନିଜ ମୋବାଇଲ ଫୋନ ଦ୍ୱାରା କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଇ-ଶ୍ରମ କାର୍ଡ ଆପ୍ଲାଇ କରୁଛନ୍ତି ଯାହା ଫଳରେ ୱେବସାଇଟରେ ଅଧିକ ଟ୍ରାଫିକ ଆସୁଛି ଏଥିପାଇଁ ଆପଣ ସକାଳ ତିନିଟାରୁ ଚାରିଟା ସମୟ ମଧ୍ୟରେ ଏହା କରିବକି ଚେଷ୍ଟା କରନ୍ତୁ ନଚେତ ସନ୍ଧ୍ୟା ଆଠଟାରୁ ନଅଟା ମଧ୍ୟରେ କିମ୍ବା ଦିନ ତିନିଟାରୁ ଚାରିଟା ସମୟରେ ଚେଷ୍ଟା କରନ୍ତୁ ଯାହାଦ୍ୱାରା ଆପଣଙ୍କ କୌଣସି ଏରର ଆସିବ ନାହିଁ ।
ତେବେ ଏହି ଈ-ଶ୍ରମ କାର୍ଡ ଆପ୍ଲାଇ କରିବାର ଶେଷ ଦିନ ହେଉଛି ଡିସେମ୍ବର ୩୧ ତାରିଖ । ତେବେ ଆପଣ ମାନେ ଡିସେମ୍ବର ୩୧ ତାରିଖ ପୂର୍ବରୁ ଯେଉଁ ଚାଷୀଭାଇ ମାନେ ଇ-ଶ୍ରମ କାର୍ଡ ଆପ୍ଲାଇ କରି ନାହାନ୍ତି ସେମାନେ ଏହାକୁ ତୁରନ୍ତ ଆପ୍ଲାଇ କରନ୍ତୁ । ଯଦି ଆପଣ ଇ-ଶ୍ରମ କାର୍ଡରେ ନୋମିନି ରଖିବାକୁ ଚାହୁଁଛନ୍ତି ତେବେ ଆପଣ ଏଥିରେ ନିଜ ସ୍ତ୍ରୀ, ସ୍ୱମୀ, ବାପା, ମାଆ କିମ୍ବା ପରିବାରର ଅନ୍ୟ ଯେକୌଣସି ସଦସ୍ୟଙ୍କ ନାମ କରିପାରିବେ।
ଯାହା ଫଳରେ ଯଦି ଆପଣ ଯେକୌଣସି ସ୍ଥାନରେ ଶ୍ରମିକ ଭାବରେ କାମ କରିବା ସମୟରେ ଯଦି ଆପଣଙ୍କର ଦୁର୍ଘଟଣା ବଶତଃ ମୃତ୍ୟୁ ହୋଇଯାଉଛି ତେବେ ଦୁଇ ଲକ୍ଷ ଟଙ୍କା ଆପଣଙ୍କ ଘର ପରିବାର ଲୋକ ପାଇପାରିବେ, ଯଦି ଆପଣଙ୍କ କୌଣସି ସରିର ଅଙ୍ଗ ଡ୍ୟାମେଜ ହେଉଛି ତେବେ ଏକ ଲକ୍ଷ ଟଙ୍କା ସହାୟତାର ରାଶି ମିଳିବ।
ଲେବର କାର୍ଡ ହେଉଛି ରାଜ୍ୟ ସରକାର ଙ୍କ ଦ୍ୱାରା ଲଞ୍ଚ କରିଥିବା ଲେବର ଭାଇ ମାନଙ୍କ ପାଇଁ ଅଟେ ଏବଂ ଇ-ଶ୍ରମ କାର୍ଡ ହେଉଛି କେନ୍ଦ୍ର ସରକାରଙ୍କ ତରଫରୁ ଏବଂ ଆପଣ ଚାହିଲେ ଇ-ଶ୍ରମ କାର୍ଡ ସହିତ ଲେବର କାର୍ଡ ମଧ୍ୟ ଅପ୍ଲାଇ କରିପାରିବେ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।