ଆସିଗଲା ବନ୍ୟା – ଏହି ଜିଲ୍ଲାରେ ବନ୍ଧ ଭାଙ୍ଗିବ । ଆପଣଙ୍କ ଜିଲ୍ଲାର ସ୍ତିତି ଜାଣନ୍ତୁ

bandhaaa

ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ମାଆଁମାର ଉପକୂଳ ଉପରେ ଏବେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତାରେ ରହିଛି। ଏହା ଧୀରେଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୧୮ ତାରିଖ ଆଡ଼କୁ ଉତ୍ତର ଓଡ଼ିଶା ତଥା ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ। ଏହା ପ୍ରଭାବରେ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ୧୮ ତାରିଖ ଦିନ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ମହାନଦୀର ଉପର ମୁଣ୍ଡ ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ଏହା ମହାନଦୀ ଓ ଶାଖା ନଦୀରେ ଚଳିତବର୍ଷର ପ୍ରଥମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ସ୍ଥିତି ଏପରି ହୋଇଛି ଯେ, ଶନିବାର କଟକ, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ନଦୀରେ ବନ୍ୟା ଆସିବ। ଏହାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ କମିସନର ୪ ଜିଲ୍ଲାର ପ୍ରଶାସନ ଓ ବାସିନ୍ଦାଙ୍କୁ ସତର୍କ କରାଇଛନ୍ତି।

rain

ବଡ଼ ବନ୍ୟା ନହେଲେ ବି ନିମ୍ନ/ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି କରିବ ବୋଲି ଏସ୍‌ଆର୍‌ସି କହିଛନ୍ତି। ପୂର୍ଣ୍ଣିମା ଓ ପ୍ରବଳ ବର୍ଷା ସବୁ ଆକଳନ ବିଗାଡ଼ି ଦେବାର ଭୟ ମଧ୍ୟ ରହିଛି। ତେବେ ଏହି ଜିଲ୍ଲାର କେତେକ ସ୍ତାନରେ ଦୁର୍ବଳ ନଦୀ ବନ୍ଧ ଥିବାରୁ ଏହା ଚିନ୍ତା ଆହୁରି ବଢେଇଛି ।

ସୋମବାର ପୂର୍ଣ୍ଣିମା ଥିବାରୁ ସମୁଦ୍ର ପାଣି ଟାଣିବନି। ଶନିବାର ବନ୍ୟା ଆସିବା ପରେ ତିନିରୁ ଚାରିଦିନ ଅଧିକାଂଶ ସ୍ଥାନରେ ନଦୀ କୂଳ ଲଂଘିବ। ଏପରି ସ୍ଥିତିରେ ତଳିଆ ଅଞ୍ଚଳରେ ଘାଇ ସୃଷ୍ଟି ହୋଇପାରେ। ଅଧିକାଂଶ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଥିବାବେଳେ ଘଳିଆ ଓ ଘାଇ ପରିସ୍ଥିତିକୁ ଏଡ଼ାଇବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି।

ହେଲେ ନଦୀରେ ଭରା ପାଣି ଥିବାବେଳେ ବର୍ଷା ଅଧିକ ବିପଦ ସୃଷ୍ଟି କରିବ। ସ୍ଥିତି ଅଣାୟତ୍ତ ହେବାର ‌ଭୟ ଥିବାରୁ ଉପକୂଳ ଜିଲ୍ଲା ଗୁଡିକରେ ଓଡ୍ରାଫର ୩୦ଟି ଟିମ୍, ଏନ୍‌ଡିଆର୍‌ଏଫ୍‌ର ୧୨ଟି ଟିମ ଓ ଅଗ୍ନିଶମର ୧୦ଟି ଟିମ୍‌କୁ ମୁତୟନ କରାଯାଇଛି। ଜଳସମ୍ପଦ ବିଭାଗର ଜଣେ ଲେଖାଏଁ ଅଧିକାରୀଙ୍କୁ ପ୍ରତି ଅଞ୍ଚଳ ପାଇଁ ଦାୟିତ୍ବ ଦିଆଯାଇଛି। ବିଭିନ୍ନ ସ୍ଥାନରେ ଘଳିଆ ଘାଇ ପରିସ୍ଥିତି ମୁକାବିଲା ପାଇଁ ବାଲି ବସ୍ତା ଓ ଆବଶ୍ୟକ ସରଞ୍ଜାମ ରଖିବାକୁ କୁହାଯାଇଛି।

rain

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ୧୮ରୁ ୨୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ୧୮ ଓ ୧୯ରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜରେ, ୧୯ ଓ ୨୦ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳରେ, ୨୦ ଓ ୨୧ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼, ସମ୍ବଲପୁରରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସବୁବେଳେ ସବୁଠୁ ପ୍ରଥମେ ଭଲ ଖବର ନିଜ ମୋବାଇଲରେ ପଢିବା ପାଇଁ ଏବେ ହିଁ ଗୋଟିଏ ଲାଇକ କରିବା ସହ ଉପରେ ଫଲୋ ନିଶ୍ଚୟ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *