ଓଡିଶାରେ ଆହୁରି ଭୟଙ୍କର ରୂପ ନେଲା ଲଘୁଚାପ, ଆଜି ରାତି ରୁ ଏହି ସବୁ ଜିଲ୍ଲାରେ ହେବ ଭୀଷଣ ବର୍ଷା,

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଆସୁଛି ଆଉ ଏକ ଲଘୁଚାପ ଯେଉଁଥି ପାଇଁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ଏଥି ମଧ୍ୟରେ ଜାରି ରହିଥିବା ଏକ ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବନ୍ୟାର ରୂପ ନେଇ ସାରିଲାଣୀ ତେବେ ଆସନ୍ତୁ ନଜର ଦେବା କଣ ରହିଛି ପାଣି ପାଗ ବିଭାଗ ର ସଂମ୍ପର୍ଣ୍ଣ ଆପଡେଟ୍ । ତେବେ ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା ଏବଂ ଲଘୁଚାପ ଟି ବର୍ତମାନ ସମୟ ରେ ଡିପ୍ ଡିପରେସନ୍ ର ରୂପ ନେଇଛି ।

ତେବେ ଘନିଭୂତ ହୋଇ ତୀବ୍ର ଅବପାତ ରେ ପରିଣତ ହୋଇଛି ଲଘୁଚାପ । ଆଜି ସକାଳ 5.30 ରୁ 6.30 ମଧ୍ୟରେ ଘନିଭୂତ ହୋଇ ଚାନ୍ଦବାଲୀ ଦେଇ ଗତି କରିଛି । ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡିଶା ଅତିକ୍ରମ କରିବ । ଆସନ୍ତା 48 ଘଣ୍ଟା ମଧ୍ୟରେ ଉତ୍ତର ଛତିସଗଡ ଏବଂ ମଧ୍ୟପ୍ରଦେଶ ଗତି କରିବାର ସମ୍ବାବନା ରହିଛି ।

rains

ପରବର୍ତି 24 ଘଣ୍ଟା ରେ ଏହା ଦୂର୍ବଳ ହୋଇ ଅବପାତ ରେ ପରିଣତ ହେବ । ତେବେ ଆଜି ରାଜ୍ୟ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହିତ ସ୍ଥାନେ ସ୍ଥାନେ ମଧ୍ୟମ ଧରଣ ର ବର୍ଷା ହେବ । ଆଜି ପଶ୍ଚିମ ଓଡିଶା ରେ ମଧ୍ୟ ପ୍ରବଳ ପରିମାଣ ରେ ବର୍ଷା ହେବାର ସମ୍ବାବନା ରହିଛି । ଏହି ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଜିଲ୍ଲାପାଳଙ୍କୁ 24 ଘଣ୍ଟିଆ କୋଣ୍ଟୋଲ ରୁମ୍ ଖୋଲିବା ସହିତ ସ୍ଥିତି ଉପରେ ନଜର ରଖିବାକୁ ନିଦ୍ଧେଶ ଦିଆଜାଇଛି ।

ଆଜି ଉପକୂଳ ଓଡିଶା ରେ ଘଣ୍ଟା ପ୍ରତି 40 ରୁ 50 କିଲୋମିଟର ବେଗ ରେ ପବନ ବହିବା ନେଇ ବି ସୂଚନା ପ୍ରଦାନ କରାଜାଇଛି । ଏହା ସହିତ ସମସ୍ତ ବନ୍ଦର ରେ 3 ନଂ ବିପଦ ସଂଙ୍କେତ ଜାରି ହୋଇଛି । ଆସନ୍ତା କାଲି ଯାଏ ମତ୍ସ୍ୟ ଜିବି ଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ମନା କରାଜାଇଛି । ଆଜି 5 ଜିଲ୍ଲା କୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ତେବେ ସେହି ଜିଲ୍ଲା ଗୁଡିକ ହେଉଛି ସମ୍ବଲପୁର , ଅନୁଗୁଳ , ସୋନପୁର , ବରଗଡ ,ଏବଂ ଦେଓଗଡ । ତେବେ ଏହି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ରହିଛି ।

ତେବେ ଏହି ସବୁ ଜିଲ୍ଲା ଗୁଡିକ କେତେକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ପରି 7 ଜିଲ୍ଲା କୁ ୟୋଲ ୱାର୍ଣ୍ଣଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ବଲାଙ୍ଗିର୍ , ଝା଼ଡସୁଗୁଡା , ସୁନ୍ଦରଗଡ , ବୈଦ୍ଧ , କେନ୍ଧୁଝର , ଢେଙ୍କାନାଳ , ଓ କଟକ ଜିଲ୍ଲା ପାଇଁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲା ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *