ମାଡି ଆସୁଛି ଭୟଙ୍କର ଲଘୁଚାପ ଆଜି 6 ଜିଲ୍ଲାକୁ ପ୍ରବଳ ବର୍ଷା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଗାମୀ 24 ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲା ରେ ବର୍ଷା ସମ୍ଭାବନା ଜାହା ପାଇଁ କିଛି ଜିଲ୍ଲା କୁ ୟୋଲ ୱାର୍ଣିିଂ ଜାରି ହୋଇଛି । ତେବେ ଗତ କାଲି ର ଲଘୁଚାପ ଝାଡଖଣ୍ଡ ର ଦକ୍ଷିଣ ପୂର୍ବ ଅଞ୍ଚଳ ରେ ଶକ୍ରିୟ ରହିଛି । ମୈଶୁମୀ ଜନିତ ନିମ୍ନ ଚାପ ରେଖା ଲଘୁଚାପ କ୍ଷେତ୍ର ଦେଇ ଓଡିଶା ର ବାଲେଶ୍ୱର ଦକ୍ଷିଣ ପୂର୍ବ ଦିଗରେ ଉତ୍ତର ପୂର୍ବ ବଙ୍ଗୋପ ସାଗର ଯାଏ ଲମ୍ବିଛି ।

ସେହି ପରି ଆଉ ଏକ ନିମ୍ନ ଚାପ ରେଖା ଲଘୁଚାପ କ୍ଷେତ୍ର ରୁ ବାହାରି ଆଭ୍ୟନ୍ତରଣିୟ ଓଡିଶା ଦେଇ ତେଲେଙ୍ଗାନା ରାଜ୍ୟ ଯାଏ ଶକ୍ରିୟ ରହିଛି । ଆଉ ଜାହାର ପ୍ରଭାବରେ ଏବେ ରାଜ୍ୟରେ ବର୍ଷା ଜାରି ରହିଛି । ଆଗାମୀ 24 ଘଣ୍ଟା ମଧ୍ୟରେ ଓଡିଶା ର ବିଭିନ୍ନ ଜିଲ୍ଲାରେ ହାଲ୍କା ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ବାବନା ରହିଛି ।

rain

ତେବେ ଏହି ସମୟ ରେ ବରଗଡ ,ସମ୍ବଲପୁର , ଝାଡସୁଗୁଡା , ସୁନ୍ଦରଗଡ , ଦେଓଗଡ ଓ କେଉଁଝର ପରି 6 ଟି ଜିଲ୍ଲାରେ ଗୋଟିଏ କିମ୍ଭା ଦୁଇଟି ସ୍ଥାନ ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହା ସହିତ ଆସନ୍ତା କାଲି ଅର୍ଥାତ୍ 24 ତାରିଖ ପାଇଁ କୈଣସି ଚେତାବନି ଜାରି ହୋଇନାହିଁ ।

ଏହା ପରେ 25 ତାରଖ ବେଳକୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ସୂଚନା ରହିଛି । ଏହି ସମୟ ରେ ବିଜୁଳୀ ଘଡଘଡି ସହିତ ଉପକୂଳ ଓଡିଶାର ଚାରି ଜିଲ୍ଲାର ପ୍ରବଳ ବର୍ଷା ହୋଇପାରେ । 26 ତାରିଖ ରେ ଉପକୂଳ ଓଡିଶା ର 10 ଜିଲ୍ଲା ରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଜାଇଛି ।

raining

ତେବେ ଚଳିତ ମୈଶୁମୀ ପ୍ରଭାବ ରେ ଗତ 1 ତାରିଖ ରୁ ଆଜି ଯାଏ 989.63 ମିଲିମିଟର ବର୍ଷା ରେକର୍ଡ ହୋଇଛି । ଜାହା ସ୍ୱଭାବିକ ବର୍ଷା ଠାରୁ 11 ପ୍ରତିଶତ କମ୍ ଅଟେ । ଏହା ସହିତ ଆଗାମୀ ଲଘୁଚାପ ବର୍ଷା ରେ ଏହି ଅଙ୍କ ପୂରଣ ହେବ ବୋଲି ଆଶା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *