ଘରେ ଗାଡିଥିଲେ ହୋଇ ଜାଆନ୍ତୁ ସାବଧାନ । ନ ହେଲେ ଜାଇ ପାରନ୍ତି ଜେଲ ।

ଆଜି ଆମେ ଆପଣଙ୍କ ପାଖରେ ଏକ ବହୁତ ବଡ଼ ଗୁରୁତ୍ତ୍ୱପୂର୍ଣ ଖବର ନେଇକି ଆସିଛୁ। ଆର୍ଟିଓ ବିଭାଗ କିଛି ନୂତନ ଟ୍ରାଫିକ ନିୟମ ମାନ ଜାରି କରିଛି ଯାହା କି ଆମକୁ ଜାଣିବା ନିହାତି ଦରକାର। ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଅନେକ ସମୟରେ ଟ୍ରାଫିକ ରୁଲ ହେଉ କି ସଡ଼କ ସୁରକ୍ଷା ନିୟମ ହେଉ କିମ୍ବା ଆପଣ ଚାଲୁ ଥିବା ଗାଡ଼ି ପାଇଁ ଅନେକ ରୁଲ୍ ବା ନିୟମ ବାହାରୁଛି ଯାହାକି ଆରଟିଓ ନିୟମ ଅଟେ। କିଛି ଦିନ ପୂର୍ବରୁ ଡିଏଲ ବା ଡ୍ରାଇଭିଙ୍ଗ ଲାଇସେନ୍ସକୁ ନେଇ ଆସିଥିଲା ଏକ ଖବର ଯାହାକି ଆମେ ଆପଣଙ୍କୁ ଜଣାଇଥିଲୁ। ସେହି ଭଳି ଟ୍ରାଫିକ ନିୟମକୁ ନେଇ ଆସିଛି ଏକ ବଡ଼ ଖବର। ସେଇ ବିଷୟରେ ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ।

ବନ୍ଧୁଗଣ ଏଥରକ ପ୍ରଥମ ଥର ଟ୍ରାଫିକ ନିୟମ ଉଲଂଘନ କଲେ ଆପଣଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସକୁ ତିନି ମାସ ପାଇଁ ଅସ୍ଥାୟୀ ଭାବେ ରଦ୍ଧ କରାଯିବ। ବର୍ତ୍ତମାନ ପାଇଁ ଯଦି ଆପଣ ଟ୍ରାଫିକ ନିୟମରେ ସାମାନ୍ୟ ମାତ୍ର ଭୁଲ କରୁଛନ୍ତି ତେବେ ଆପଣଙ୍କର ଡିଏଲକୁ ରଦ୍ଧ କରାଯିବ। ସିଦ୍ଧା ଲାଇସେନ୍ସ ରଦ୍ଧ କରିବା ପାଇଁ ଆରଟିଓ ମାନଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର।ତେବେ ଆସନ୍ତୁ ଜାଣିବା ସେଇ ଟ୍ରାଫିକ ନିୟମ ଗୁଡିକ କଣ କଣ!

Traffic rules

୧.ହେଲମେଟ ନ ପିନ୍ଧି ଦୁଇ ଚକିଆ ଯାନ ଚଲାଇଲେ।
୨. ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ
୩. ମଦ ପିଇ ଗାଡ଼ି ଚଳାଇଲେ ଏବଂ ଅଧିକ ବେଗରେ ଗାଡ଼ି ଚଳାଇଲେ

୪. ମାଲବାହୀ ଗାଡିରେ ଯାତ୍ରୀ ପରିବହନ କଲେ
୫. ଅଧିକ ମାଲ ପରିବହନ କଲେ
୬. ଟ୍ରାଫିକ ପଏଣ୍ଟରେ ରେଡ ସିଗ୍ନାଲ ଭାଙ୍ଗିଲେ
୭. ଭୁଲ ଦିଗରୁ ଗାଡ଼ି ଚଳାଇଲେ
୮. ରେଡ ଲାଇଟ୍ ଉଲଘଂନ ଏବଂ ରଙ୍ଗ ରୁଟରେ ଗାଡ଼ି ଚଳାଇଲେ

Traffic

ଆରଟିଓ ମାନଙ୍କୁ ଚିଠି ଲେଖି ପରିବହନ କମିଶନର କହିଛନ୍ତି କି ସୁପ୍ରିମକୋର୍ଟ କମିଟି ଏହି ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏହାକୁ କଡାକଡି ଭାବେ ଲାଗୁ କରାଯିବ। ତେବେ ବନ୍ଧୁଗଣ ଦେଶର ଜଣେ ସଚ୍ଚୋଟ ନାଗରିକ ଭାବେ ଆମକୁ ଟ୍ରାଫିକ ର ସବୁ ନିୟମ ମାନିବା ଦରକାର କାହିଁକି ନାଁ ବର୍ତ୍ତମାନ ସଡ଼କ ଦୁର୍ଘଟଣା ମଧ୍ୟ ବଢିବାରେ ଲାଗିଛି। ଆଜିକାଲି ଏତେ ମାତ୍ରାରେ ଆକ୍ସିଡେଣ୍ଟ ବଢିବାରେ ଲାଗିଛି ପ୍ରତ୍ୟେକ ଦିନ ଖବର କାଗଜ ତଥା ନିୟୁଜ ହେଡ ଲାଇନରେ ଏହି ବିଷୟରେ ନି ପଢିବାକୁ ମିଳୁଛି।

ତେଣୁ ଆପଣ ଟ୍ରାଫିକର ସବୁ ନିୟମ ମାନିଲେ ହୁଏତ ଏହି ଦୁର୍ଘଟଣାରୁ ବର୍ତ୍ତି ପାରିବେ ଏବଂ ନିଜର ମୂଲ୍ୟବାନ ଜୀବନକୁ ମଧ୍ୟ ବଞ୍ଚାଇ ପାରିବେ ଏବଂ ନିଜ ପରିବାରର ମଧ୍ୟ ଜୀବନ ବଞ୍ଚାଇ ପାରିବେ।ଟ୍ରାଫିକ ନିୟମର ପାଳନ କଲେ ଆପଣଙ୍କୁ କିଛି ଅସୁବିଧା ନ ହେବ ସହ ନିଜ ଜୀବନ ମଧ୍ୟ ସୁରକ୍ଷିତ ରହିବ।

Leave a Reply

Your email address will not be published. Required fields are marked *