ଏକାବେଳେ ୨ଟି ଲଘୁଚାପ ମାଡି ଆସୁଛି ପୁଣି ହେବ ବନ୍ୟା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପୁଣି ଜାରି ରହିବ ବର୍ଷା ପୁଣି ବଙ୍ଗୋପସାଗର ରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ,ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଶଂ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ 25 ତାରିଖ ରେ ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗର ରେ ସୃଷ୍ଟି ହେବ ଘୂର୍ଣ୍ଣିଂ ବଳୟ ଉତ୍ତର ପୂର୍ବ ବଙ୍ଗୋପ ସାଗର ଅଞ୍ଚଳରେ ଘୂର୍ଣ୍ଣିଂ ବଳୟ ର ପ୍ରଭାବ ବଢିବ ।

rain

ତେବେ ଘନିଭୂତ ହୋଇ ଘୂର୍ଣ୍ଣିଂ ବଳୟ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗ ରେ ଗତି କରିବ । ତେବେ ଏହାକୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ୍ ଆପଣ ମାନଙ୍କୁ ଏଠାରେ ଜଣେଇବା ପାଇଁ ଚାହିଁବୁ । ଆଗାମୀ 10 ଦିନ ମଧ୍ୟରେ ବଙ୍ଗୋପସାଗର ଅଞ୍ଚଳ ରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ତେବେ ଏହାର ପ୍ରଭାବରେ ଓଡିଶା ର ଏକାଧିକ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ନେଇ ସୂଚନା ପ୍ରଦାନ କରିଛି ଶିକ୍ଷା ଏବଂ ଅନୁସନ୍ଧାନ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର । ତେବେ ଗୋଟିଏ ଘୂର୍ଣ୍ଣିଂ ବଳୟ ବର୍ତମାନ ସମୟ ରେ ବଙ୍ଗୋପସାଗର ଅଞ୍ଚଳ ରେ ରହିଥିବା ବେଳେ ଆଉ ଗୋଟିଏ ଘୂର୍ଣ୍ଣିଂ ବଳୟ ପୁଣି ଦାନା ବାନ୍ଧୁଛି ବୋଲି କହିଛନ୍ତି CC ର ନିର୍ଦ୍ଧେଶକ ଡ: ଶରତ ଚନ୍ଦ୍ର ସାହୁ । ତେବେ ଏହି ଘୂର୍ଣ୍ଣିଂ ବଳୟ ଗୁଡିକ ଦକ୍ଷିଣ ଚାଇନା ସାଗର ରୁ ପଶ୍ଚିମ ଦିଗ କୁ ଗତି କରୁଥିବା ବେଳେ ମିଆଁମାର ଏବଂ ଥାଇଲାଣ୍ଡ ଦେଇ ବଙ୍ଗୋପସାଗର ଆଡକୁ ଗତି କରୁଛି ।

heavy rain

ଏହା ମଧ୍ୟରୁ ଗୋଟିଏ ଘୂର୍ଣ୍ଣିଂ ବଳୟ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିର ରହିଥିବା ବେଳେ ଆଉ ଗୋଟିଏ ଘୂର୍ଣ୍ଣିଂ ବଳୟ କିଛି ଦିନ ମଧ୍ୟ ରେ ସୂଷ୍ଟି ହେବାକୁ ଯାଉଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷ୍ୟ ରୁ ସୂଚନା ଦିଆଜାଇଛି । ଯେଉଁଥି ପାଇଁ ଆଗାମୀ 24 ଘଣ୍ଟା ତଥା 26 ତାରିଖ ପର୍ଯ୍ୟନ୍ତ ଓଡିଶା ର ବିଭିନ୍ନ ସ୍ଥାନ ମାନଙ୍କ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *