ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନିଜର ଘର ହେଉ କିମ୍ବା କୈଣସି ପ୍ରତିଷ୍ଟାନ ଆଜିର ସମୟ ରେ ବିଜୁଳୀ ବିନା ଫ୍ୟାନ୍, ଫ୍ରିଜ୍, ଟିଭି, ହିଟର, ୱାସିଂମେସିନ୍, କୁଲର୍, ଏସି ଭଳି ଜିନିଷ ଆମ ଜିବନ ର ମୂଲ୍ୟହୀନ ଅଂଶ ହୋଇ ଜାଇଥାଏ । ଏହି ପରି ବ୍ୟବହାର କରିବା ଆମ ଜିବନ କୁ ସହଜ କରିଦେଇଥାଏ । ହେଲେ ଅନ୍ୟ ପକ୍ଷ୍ୟ ରେ ମାସ ସେଷ ରେ ଉଠୁଥିବା ବିଜୁଳୀ ବିଲ ଆମ ମାନଙ୍କୁ ବ୍ୟଥିତ କରେ । ସେମିତି ବେଳେ ଆମେ ଆଜି ଆପଣ ମାନଙ୍କୁ କିଛି ପଦକ୍ଷେପ ବିଷୟ ରେ କହିବୁ ଜାହା କରି ଆପଣ ମାନେ ଅତ୍ୟାଧିକ ଭାବେ ମାସ ସେଷରେ ଉଠୁଥିବା ବିଜୁଳୀ ବାଲ କୁ ଆପଣ ମାନେ କୋଣ୍ଟ୍ରଲ କରି ପାରିବେ ।
1. ଯଦି ଆପଣ ବିଦ୍ୟୁତ ଦ୍ୱାରା ଚାଲୁଥିବା ଓଭେନ୍ ବ୍ୟବହାର କରନ୍ତି ତେବେ ଏହାକୁ ବାରମ୍ବାର ଖୋଲନ୍ତୁ ନାହିଁ। ଏପରି କରିବା ଦ୍ୱାରା ଏହାର ତାପମାତ୍ରା ହ୍ରାସ ପାଇଥାଏ ଫଳରେ ଅଧିକ ବିଦ୍ୟୁତ ଖର୍ଚ୍ଚ କରିବାକୁ ପଡ଼ିଥାଏ।
2. ଯଦି ଆପଣ ଗୀଜର୍ ବ୍ୟବହାର କରୁଛନ୍ତି ତେବେ ଏହାକୁ ସବୁବେଳେ ଅନ୍ ରଖନ୍ତୁ ନାହିଁ। କେବଳ ଦରକାର ସମୟରେ ହିଁ ମିଡିୟମ୍ ହିଟ୍ ରେ ଚଲାନ୍ତୁ।ଦରକାର ନଥିଲେ କମ୍ପ୍ୟୁଟର କୁ ସ୍ୱିଚ୍ ଅଫ୍ କରି ରଖନ୍ତୁ। କିମ୍ବା, ଅଧିକ ସମୟ ଅନ୍ ରଖିଲେ ଏହାର ମନିଟର୍ କୁ ଅଫ୍ କରି ରଖନ୍ତୁ।
3. ତେବେ ଏସି କିଣୁଥିଲେ କେବଳ ଷ୍ଟାର ରେଟେଡ଼ ଏସି ହିଁ କିଣନ୍ତୁ ଯେତେ ଅଧିକ ଷ୍ଟାର୍ ରହିଥିବା ସେତେ କମ୍ ବିଦ୍ୟୁତ ଖର୍ଚ୍ଚ ହୋଇଥାଏ। ବିଦ୍ୟୁତ କମ କରିବା ପାଇଁ ଏସି ର ୱାଟର୍ ଫିଲ୍ଟର କୁ ସବୁବେଳେ ସଫା ରଖିବା ଉଚିତ।
4. ମୋବାଇଲ, ଲ୍ୟାପଟପ ଅଥବା କ୍ୟାମେରା ଚାର୍ଜ କରାଇବା ପରେ ଏହାର ଚାର୍ଜର ଗୁଡିକୁ ପ୍ଲଗ୍ ରୁ କାଢ଼ିଦେବା ଉଚିତ। ଏଥିସହିତ ଦରକାର ନଥିବା ବେଳେ ଘରର ଲାଇଟ ଲିଭାଇ ରଖିଲେ ଅଧିକାଂଶ ମାତ୍ରାରେ ବିଜୁଳି ଦର କମିଯାଇଥାଏ।
5. ପ୍ରାୟତଃ ସମସ୍ତଙ୍କ ଘରେ ସିଲିଂ ଫ୍ୟାନ ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ। ଏହି ଫ୍ୟାନକୁ ଦିନ ତମାମ ଚଲାଇବା ଦ୍ୱାରା ଅଧିକ ବିଲ୍ ଦେବାକୁ ପଡିଥାଏ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ପୁରୁଣା 75 ୱାଟ୍ ର ପଙ୍ଖା ଗୁଡିକୁ ହଟାଇ ଏହା ଯାଗାରେ 35 ୱାଟ୍ ର ପଙ୍ଖା ଲଗାଇବା ଉଚିତ। ଘର କିମ୍ଭା ପ୍ରତିଷ୍ଠାନ ଗୁଡିକରେ 100 ୱାଟ୍ ର ଇଲେକ୍ଟ୍ରି ବଲବ୍ ବଦଳରେ 15 ୱାଟ୍ ର LED ବଲବ୍ ଲଗାନ୍ତୁ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।