ଦେଖନ୍ତୁ ଏହି ପ୍ରଶ୍ନର ଉତ୍ତର କୁ ମୁଁ ଦୁଇ ଭାଗରେ ବିଭକ୍ତ କରିବି। ଗୋଟିଏ ଭାଗ ହେଲା ଯେ ପ୍ରଥମ ଡୋଜ ନେଲା ପରେ ଦ୍ୱିତୀୟ ଡୋଜ ନେଲା ପରେ ଆକ୍ରାନ୍ତ ହେବା, ଦ୍ୱିତୀୟ ଡୋଜର ୧୪ ଦିନ ପରେ ଆକ୍ରାନ୍ତ ହେବା। ପ୍ରଥମ ଡୋଜ ଓ ଦ୍ୱିତୀୟ ଡୋଜ ନେବା ପରେ ଯେତେବେଳେ ପର୍ଯ୍ୟନ୍ତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକରେ ଉତ୍ପନ ହୋଇନଥିବା ସେତେ ବେଳେ ପର୍ଯ୍ୟନ୍ତ ଆମର ପୋଜିଟିଭ ହେବାର ସମ୍ଭାବନା ବେଶୀ ଅଛି। କିନ୍ତୁ ଆପଣଙ୍କ ପ୍ରଶ୍ନ ଏଟା କି ଦ୍ୱିତୀୟ ଡୋଜ ନେବାର ୧୪ ଦିନ କିମ୍ୱା ୨୧ ଦିନ ପରେ ଭି ଲୋକ ଆକ୍ରାନ୍ତ ହେଉଛନ୍ତି।
ବର୍ତ୍ତମାନ ବୈଜ୍ଞାନିକ ମାନେ ପରୀକ୍ଷଣ କରି ଦେଖିଲେ ଯେ ଭେକ୍ସିନ କେମିତି କାମ କରୁଛି। ଯେତେବେଳେ ମୁଁ ଭେକ୍ସିନ ନେଉଛି ଦେହ ଚିହ୍ନଟ କରୁଛି ଯେ ଭୁତାଣୁ ଆସି ଦେହ ଭିତରେ ପହଞ୍ଚିଲା। ସଙ୍ଗେ ସଙ୍ଗେ ମୋ ଦେହରେ ରୋଗ ଲଢ଼ିବାର ଶକ୍ତି ଉତ୍ପନ୍ନ ହେଲା। କିନ୍ତୁ ଏହା ଭେକ୍ସିନ ଭାଇରସ ସହ ଯୁଦ୍ଧ କରୁନି। ଭବିଷ୍ୟତରେ ଯଦି ପ୍ରକୃତ ଭାଇରସ ଆସିବ ତା ସହିତ ଯୁଦ୍ଧ କରିବ।
ଯୁଦ୍ଧ କରିକି ପରାଜୟ କରିବ ଯଦି ଆମେ ୨ଟି ଡୋଜ ନେଇଥିବା। ଏହା ୨ ପ୍ରକାରର ଥାଏ। ପ୍ରଥମଟି ଯେଉଁଟା ଆମ ରକ୍ତରେ ବ୍ୟାପି ଥାଏ। ଆଉ ଗୋଟେ ହେଉଛି ଯେତେ ବେଳେ ଭୁତାଣୁ ଆସି ନାକ କିମ୍ୱା ପାଟି ଅଞ୍ଚଳରେ ପହଞ୍ଚିଲେ ତାକୁ କୁହା ଯାଏ ସେକ୍ରେଟରି ଆଣ୍ଟୀ ବଡ଼ିଜ କିମ୍ୱା ଆଇଜି ଏ ବୋଲି କୁହା ଯାଏ। ଯେଉଁଟା ଗେଟ ମୁଁହରେ ଏଡାଇବା ପାଇଁ ଜଗନ୍ତି। ଦେହ ଭିତରେ ଯେଉଁ ଆଣ୍ଟୀ ବୋଡିଜ ତିଆରି ହେଉଛି ତାକୁ ଆଇଜି ଜି ବୋଲି କୁହା ଯାଏ।
ଯେତେ ବେଳେ ଭୁତାଣୁ ଆମ ଦେହ ଭିତରୁ ପଶିଲା ଗେଟ ପାଖରେ ଆଇ ଜି ଏ ଉତ୍ପନ କରିବା ପାଇଁ ଯେଉଁ ସବୁ ଭେକ୍ସିନ ତିଆରି ହୋଇଛି ସେଥିରେ କ୍ଷମତା ନାହିଁ। ତା ମାନେ ଭୁତାଣୁ ଆମ ଦେହ ଭିତରକୁ ପଶି ଆସିଲା କିନ୍ତୁ ରୋଗ ହେବ କି ନାହିଁ ତାହା ଆମ ଦେହ ଭିତରେ ଥିବା ଆଇଜି ଜି ଉପରେ ନିର୍ଭର କରେ। ଆଇ ଜି ଜି ଯଦି ବହୁତ ପରିମାଣରେ ଅଛି ତାହେଲେ ଏହା ଫୁସଫୁସ କିମ୍ୱା ଅନ୍ୟ କିଛିକି ସଂକ୍ରମଣ କରିବା ପୁର୍ବରୁ ରୋକା ଯାଇ ପାରିବ।
ତା ମାନେ ଆପଣ କିଛି ଭୟଙ୍କର ରୋଗ ବା ମୃତ୍ୟୁ ମୁଖରୁ ବଞ୍ଚିତ ରହିଲେ। ପ୍ରଶ୍ନ ହେଲା କି ଭେକ୍ସିନ ନେଲା ପରେ ଆପଣ କାହିଁକି ପୋଜିଟିଭ ହେଲେ କାରଣ ଭେକ୍ସିନ ନେଲା ପରେ ବି ସେଥିରେ ଆଇ ଜି ଜି ପରିମାଣ ନାହିଁ। ଯଦି ମୋ ନାକ ବା ପାଟିରେ ପରୀକ୍ଷା କରାଯିବ ତେବେ କୋରୋନା ଭୁତାଣୁ ମିଳିବାର ସମ୍ଭାବନା ଅଛି।