ଦର୍ଶକ ବନ୍ଧୁ ଆପଣମାନେ ନିଶ୍ଚୟ ଭାବରେ ଓଡ଼ିଆ ଚଳଚିତ୍ର ଦେଖୁଥିବେ। ଏବଂ ଓଡ଼ିଆ ଚଳଚିତ୍ରର କମେଡି ମଧ୍ୟ ପସନ୍ଦ କରୁଥିବେ। ଆପଣମାନଙ୍କ ମନରେ ସର୍ବଦା ଉତ୍କଣ୍ଠା ରହୁଥିବ ଯେ, କମେଡିଆନ ମାନଙ୍କ ପାରିବାରିକ ଜୀବନ ବିଷୟରେ ଜାଣିବା ପାଇଁ। ତେବେ ଦର୍ଶକ ବନ୍ଧୁ ଆଜି ମୁଁ ଆପଣ ମାନଙ୍କୁ ସେହିଭଳି ଏକ କମେଡିଆନ ବିଷୟରେ ଜଣେଇବି। ତାଙ୍କର ନାମ ହେଲା ଜୟୀରାମ ସାମଲ।
ଆଜି ମୁଁ ଆପଣଙ୍କୁ କହିବି କି ତାଙ୍କ ଝିଅ ଏବେ କଣ କରୁଛନ୍ତି ଏବଂ ତାଙ୍କ ନାତୁଣୀ କେବେ ଫିଲ୍ମରେ ହିରୋଇନ ଭାବରେ କାମ କରିବେ ଏବଂ ତାଙ୍କ ନାମ କଣ? ଆପଣ ମାନଙ୍କ ମଧ୍ୟରୁ ଯଦି କିଏ ଜଈ ଭାଇଙ୍କ ନାତୁଣୀ ଅନିତା ସାମଲଙ୍କୁ ଦେଖିଛନ୍ତି ତ ତାଙ୍କୁ ଚିଂହିଥିବେ। ବନ୍ଧୁଗଣ ଆପଣ ତାଙ୍କ ଝିଅ ଓ ନାତୁଣୀ ବିଷୟରେ ଜାଣିବା ପୂର୍ବରୁ ତାଙ୍କ ବିଷୟରେ କିଛି ଜାଣି ରଖନ୍ତୁ। ଦର୍ଶକ ବନ୍ଧୁ ଆପଣଙ୍କ ପ୍ରିୟ ଜଈ ଭାଇଙ୍କ ପୁରା ନାମ ହେଲା ଜୟୀରାମ ସାମଲ।
୧୯୪୮ ମସିହାରେ କଟକ ଜିଲ୍ଲାର ମହଙ୍ଗା ଗ୍ରାମରେ ସେ ଜନ୍ମଗ୍ରହଣ କରିଛନ୍ତି। ବର୍ତ୍ତମାନ ସମୟରେ ତାଙ୍କ ବୟସ ଯାଇ ପହଞ୍ଚିଛି ମାତ୍ର ୭୩ ବର୍ଷ। ଦର୍ଶକ ବନ୍ଧୁ ଯଦି ଆପଣ ଜଈ ଭାଇଙ୍କ କ୍ୟାରିୟର ଉପରେ ନଜର ପକେଇବେ ତ,ସେ ୧୮୭୦ ମସିହାରେ ଚଳଚିତ୍ର ଜଗତରେ ଯୋଗ ଦେଇଥିଲେ। ଏହି ଦିନ ଠାରୁ ତାଙ୍କର ଆକ୍ଟିଂ କ୍ୟାରିୟର ଆରମ୍ଭ ହୋଇଥିଲା।
ସେ ୩୦୦ ରୁ ଅଧିକ ଚଳଚିତ୍ର ରେ କାମ କରିସାରିଛନ୍ତି। ଏହା ବ୍ୟତୀତ ସେ ଅନେକ ନାଟକରେ ମଧ୍ୟ ନିଜର କମେଡିର ଯାଦୁ ଦେଖେଇ ସାରିଛନ୍ତି। ୨୦୦୮ ମସିହାରେ ତାଙ୍କର ୩୦ ବର୍ଷର ଚଳଚିତ୍ର କ୍ୟାରିୟର ପୂରଣ ହୋଇଥିଲା। ଏଥି ପାଇଁ ତାଙ୍କୁ ଲାଇଫ ଟାଇମ ଆଚିଭିମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାସହିତ ସେ ଅନେକ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି।
ଜଈରାମ ସାମଲ ଏମିତି ଏକ କମେଡିଆନ ଥିଲେ,ଯାହା ଚଳଚିତ୍ର ଜଗତରେ ନୁହେଁ ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ତାଙ୍କ କମେଡି ଦେଖି ହସ ଫୁଟି ପଡୁଥିଲା। ତେବେ ଏବେ ଆସନ୍ତୁ ଜାଣିବା ତାଙ୍କ ପରିବାର ବିଷୟରେ ତାଙ୍କ ଝିଅ ଓ ନାତୁଣୀ ବିଷୟରେ। ଦର୍ଶକ ବନ୍ଧୁ ଆପଣ ମାନଙ୍କ ମନରେ ଉକଣ୍ଠା ଥିବା ଯେ,ତାଙ୍କର ନାତୁଣୀ ଦେଖିବାକୁ କେମିତି। ତାଙ୍କର ନାମ ହେଉଛି ଅନିତା ସାମଲ।
ସେ ଖୁବ୍ ଶୀଘ୍ର ଓଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି। ଦର୍ଶକ ବନ୍ଧୁ ଆପଣଙ୍କୁ ଅନିତା ସାମଲ ଚଳଚିତ୍ରରେ ଦେଖିବାକୁ ପସନ୍ଦ କରିବେ କି ନାହିଁ ମତେ ଜଣେଇବେ ଏବଂ ଜଈ ଭାଇଙ୍କ କେଉଁ ଚଳଚିତ୍ରଟି ଆପଣଙ୍କୁ ଭଲ ଲାଗିଥାଏ ଆଉ କେଉଁ ଡ଼ାଇଲଗଟି ଭଲ ଲାଗୁଛି ମତେ ଜଣେଇବେ।