ବିଦ୍ୟାଙ୍କୁ ହେଲା ଭୟଙ୍କର ଜେରା। ଧରା ପଡିଲା ଅସଲ ଦୋଷୀ।

samya

ସାଙ୍ଗମାନେ ଧରା ପଡିଲା ସୌମ୍ୟରଞ୍ଜନଙ୍କ ଅସଲି ମୃତ୍ୟୁର କାରଣ। ଜେରା ବେଳେ ଏହା କହିଲେ ତାଙ୍କ ସ୍ତ୍ରୀ ବିଦ୍ୟଭାରତି। ତେବେ ଆସନ୍ତୁ ଜାଣିବା କଣ ସେହି କଥା। ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୨୨ ଦିନ ବିତି ଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ କୌଣସି ସଠିକ କାରଣ ମିଳିପାରି ନାହିଁ। ଏହି ଘଟଣାର ତଦନ୍ତ ଅନେକ ଦିନ ହେଲା ଚାଲିବା ସତ୍ତ୍ୱେ ମଧ୍ୟ ଏହାକୁ ନେଇ କୌଣସି ସଠିକ ଖବର ପୋଲିସ ହାତକୁ ଲାଗି ନାହିଁ। ତେବେ ସୂଚନା ଅନୁସାରେ ପୋଲିସ ବିଦ୍ୟାଙ୍କୁ ଦ୍ଵିତୀୟ ଥର ଜେରା କରିବା ପାଇଁ ପୋଲିସ ତାକୁ ପାରଳାଖେମୁଣ୍ଡି ଡାକିଛି। ଏହା ସହିତ ତାଙ୍କର ପୁଣିଥରେ ଜେରା କରାଯିବ ବୋଲି ପୋଲିସ ସୂଚନା ଦେଇଛି।

ତେବେ ବିଦ୍ୟାଙ୍କ ହାତ ଲେଖା ଚିଠି ପୋଲିସ ହାତରେ ଲାଗିବା ପରେ ବର୍ତ୍ତମାନ ଏହି ଘଟଣା ନୂଆ ନୂଆ ମୋଡ଼ ନେବାରେ ଲାଗିଛି। ତେବେ ପୋଲିସ ହାତରେ ଯେଉଁ ଚିଠି ଲାଗିଥିଲା କି ବିଦ୍ୟା ସୋମ୍ୟଙ୍କୁ ଘୃଣା କରନ୍ତି। ଏହାବ୍ୟତୀତ ସେ ସେଠାରେ ଅନ୍ୟ ଜଣେ ଯୁବକଙ୍କ ନାମ ଲେଖିଥିଲେ ସେ ଯୁବକ ଜଣକଙ୍କ ନାମ ହେଉଛି ଜ୍ୟୋତି।

vidya

ତେବେ ସୋମ୍ୟଙ୍କ ପରିବାର ଲୋକ ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପୋଲିସ ପାଖରେ ଦାବି କରିଥିଲେ। ତେବେ ବିଦ୍ୟାଙ୍କ ହାତଲେଖା ଚିଠି ପୋଲିସ ହାତରେ ଲାଗିବା ପରେ ପୋଲିସ ସେହି ଯୁବକ ଯ୍ୟୋତିଙ୍କ ସହ ବିଦ୍ୟାଙ୍କ କଣ ସମ୍ପର୍କ ରହିଥିଲା ତାହା ଜାଣିବା ପାଇଁ ବହୁତ ଚେଷ୍ଟା ଚଲେଇଚି।

ବର୍ତ୍ତମାନ ପୋଲିସ ଏହି ସବୁ ଘଟଣା ମାନଙ୍କ ଉପରୁ ପରଦା ହଟାଇବା ପାଇଁ ପ୍ରୟାସ କରୁଛି। ତେବେ ଯେଉଁଦିନ ସୌମ୍ୟ ରଞ୍ଜନଙ୍କ ଦେହରେ ନିଆଁ ଲାଗି ଯାଇଥିଲା ସେବେ ତାଙ୍କ ରୋଷେୟା,ତାଙ୍କ ଘରେ କାମ କରୁଥିବା ବ୍ୟକ୍ତି,ବିଦ୍ୟା ମଧ୍ୟ ଉପସ୍ଥିତ ଥିଲେ। ତେବେ ପୋଲିସ ବିଦ୍ୟାଙ୍କୁ ଥରେ ମାତ୍ର ଜେରା କରିଥିଲା ମାତ୍ର ସେଠାରୁ କିଛି ସଠିକ ତଥ୍ୟ ନ ପାଇବା ଫଳରେ ବିଦ୍ୟାଙ୍କୁ ଛାଡ଼ି ଦେଇଥିଲା।

vidya

କିନ୍ତୁ ବିଦ୍ୟାଙ୍କ ହାତଲେଖା ଚିଠି ପୋଲିସ ହାତରେ ଲାଗିବା ପରେ ପୋଲିସ ବିଦ୍ୟାଙ୍କୁ ପୁଣିଥରେ ଜେରା କରିବ ପାଇଁ ପାରଳାଖେମୁଣ୍ଡି ଡାକିଛି। ତେବେ ସେହି ଦିନ କଣ ସବୁ ଘଟିଥିଲା ଏହାକୁ ଡ୍ରାମା ମାଧ୍ୟମରେ ଦର୍ଶାଇବା ପାଇଁ ପୋଲିସ ବିଦ୍ୟାଙ୍କୁ ନିର୍ଦ୍ଦେଶ ଦେଇଛି।

ଏହାପରେ ବିଦ୍ୟା ମଧ୍ୟ ସମସ୍ତ ପୋଲିସ ଅଧିକାରୀ ମାନଙ୍କ ସାମ୍ନାରେ ସେହିଦିନ କଣ ଘଟିଥିଲା ତାକୁ ଡ୍ରାମା ମାଧ୍ୟମରେ ଦର୍ଶାଇ ସାରିଛନ୍ତି। ତେବେ ପୋଲିସ ଏହି ଘଟଣାକୁ ସମାଧାନ କରିବା ପାଇଁ ଅନେକ ଚେଷ୍ଟା ଚଲେଇଛି। ପୋଲିସ ସହିତ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ଘଟଣାର ତଦନ୍ତ ଚଳାଇଛି। ତେବେ ସୋମ୍ୟଙ୍କ ପରିବାର ଲୋକ ଆଶା କରୁଛନ୍ତି କି ଏହି ଘଟଣାର ତଦନ୍ତ ଶୀଘ୍ର ସମାପ୍ତ ହେଉ ବୋଲି।

Leave a Reply

Your email address will not be published. Required fields are marked *