ଆଜି ସକାଳର ବହୁତ ଗୁଡ ଗୁରୁତ୍ୟପୂର୍ଣ୍ଣ ଖବର ଆସିଛି ଯାହା ଆପଣ ମାନଙ୍କୁ ଜାଣିବା ଦରକାର। ତେବେ ଆସନ୍ତୁ ଜାଣି ନେବା କଣ ସେହି ଗୁରୁତ୍ୱ ପୂର୍ଣ୍ଣ ଖବର ଗୁଡ଼ିକ। ରାଜ୍ୟ ପରିବହନ କମିଶନଙ୍କ ପାଖରୁ ଜରୁରୀ ସୂଚନା। ୯ ତାରିଖରୁ ଲର୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ ଆରମ୍ଭ। ୧୧ ତାରିଖରୁ ପରୀକ୍ଷା। ଯେଉଁମାନେ ପୁର୍ବରୁ ଆବେଦନ କରିଥିଲେ ସେମାନେ ଆସନ୍ତା ୯ ତାରିଖରୁ ସ୍ଲଟ ବୁକିଙ୍ଗ କରି ପାରିବେ । ୯ ତାରିଖ ୧୧ ଟା ରୁ ଏହି ସ୍ଲଟ ବୁକୀଙ୍ଗ କରାଯାଇପାରିବ। ପ୍ରତିଦିନ ସକାଳ ୭ ରୁ ୧୦ ମଧ୍ୟରେ ସ୍ଲଟ ଵୁକିଂ କରା ଯିବ। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରିବହନ କମିଶନ ପକ୍ଷରୁ ଏହି ସୂଚନା ମିଳିଛି।
ପ୍ରକାଶ ପାଇଲା ୨୦୨୧ ଜେଇଇ ମେନ ରେଜଲ୍ଟ । ଶୁକ୍ରବାର ଏନ ଟି ଏ ୨୦୨୧ ଜେଇଇ ମେନ ପରୀକ୍ଷାର ଫଲା ଫଳ ଘୋଷଣା କରିଛି। ପ୍ରାୟ ୭ ଲକ୍ଷ ପରୀକ୍ଷାର୍ଥୀ ଗତ ବର୍ଷ ପରୀକ୍ଷା ଦେଇଥିଲେ। ଏହା ସହ ପରୀକ୍ଷାର ଉତ୍ତର ମଧ୍ୟ ପ୍ରକାଶିତ ହୋଇଛି।
ବିଧାନସଭା ଆଗରେ କାନ ଧରି ଆଣ୍ଠେଇଲେ ଆଶାୟୀ ଶିକ୍ଷକ। ନିଯୁକ୍ତି ଦାବିରେ ଅଭିନବ ପ୍ରତିବାଦ। ରାଜଧାନୀ ରାସ୍ତାରେ ଏଇଭଳି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ ଏବଂ ଦୁଃଖିତ କରିଛି। କାରଣ ଯିଏ ଦେଶର ଭବିଷ୍ୟତ ଗଢ଼ୁଛି ଆଜି ତାର ଏମିତି ଅବସ୍ଥା। ବିଶ୍ୱାସ ହେଉ ନଥିଲେ ମଧ୍ୟ ସତ। ଆଶାୟୀ ଶିକ୍ଷକ ମାନେ ଏଇଭଳି କରିଥିଲେ। ରାସ୍ତା ଉପରେ କାନ ଧରି ଆଣ୍ଠେଇବା ସହ ସରକାରଙ୍କ ବିରୋଧରେ ନାରା ବାଜି କରିଛନ୍ତି।
ଆସନ୍ତା ସପ୍ତାହରୁ ମିଳିବ ପିଏମ କିସାନ ଯୋଜନାର ନବମ କିସ୍ତି। ଏହି ଯୋଜନାରେ କୃଷକ ମାନଙ୍କୁ ତିନୋଟି କିସ୍ତିରେ ୨୦୦୦ ଟଙ୍କା ଲେଖାଏଁ ମିଳିବ। କିନ୍ତୁ ଆପଣଙ୍କ ପାଖକୁ ପଇସା ଆସିବ କି ନାହିଁ ତାହା ଆପଣ ଚେକ କରିପାରିବେ।
ଜଗା ଦର୍ଶନ କରିବେ ପୁରୀ ବାସି। ୫ ଦିନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା। ଆଧାର କାର୍ଡ ବାଧ୍ୟତାମୂଳକ। ଦର୍ଶନ ପାଇଁ ଦରକାର ପଡିବ ନାହିଁ ଡବଲ ଡୋଜ ଟୀକା, ସାର୍ଟିଫିକେଟ କିମ୍ୱା ଟେଷ୍ଟ ରିପୋର୍ଟ।
ଆସନ୍ତା ୧୬ରୁ ଖୋଲିବ ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟ। ଆରମ୍ଭ ହେବ ୟୁଜି ଓ ପିଜି ପାଠ ପଢା। ପ୍ରି ଫାଇନାଲ ବର୍ଷର ପାଠ ପଢା କ୍ଲାସ ରୁମରେ ଚାଲିବ। ତେବେ ଏହି ପିଲା ମାନଙ୍କ ର ଅନଲାଇନରେ ପରୀକ୍ଷା ହେବ।
ପୂର୍ବରୁ ମହାବିଦ୍ୟାଳୟ ଓ ବୈଷୟିକ ଅନୁଷ୍ଠାନ ଗୁଡ଼ିକ ଖୋଲିବାକୁ ନେଇ ଅନୁମତି ଦିଆ ଯାଇଥିବା ବେଳେ ଏବେ ଅଣ ବୈଷୟିକ କଲେଜ ଓ ୟୁନିଭରର୍ସିଟି ଖୋଲିବ ବୋଲି ଅନୁମତି ଦିଆ ଯାଇଛି।
ଧୋନିଙ୍କ ଟୁଇଟର ଆକାଉଣ୍ଟ ରୁ ହଟିଗଲା ବ୍ଲୁ ଟିକ। କୁହା ଯାଇଛି କି ସେ ଦୀର୍ଘ ଦିନ ଧରି ନିଜର ଟୁଇଟର ବ୍ୟବହାର କରି ନାହାନ୍ତି ଏହି କାରଣରୁ ଏପରି ଘଟିଛି। ଖେଳରତ୍ନ ପୁରସ୍କାର ନାମ ହେଲା ବଦଳି। ରାଜୀବ ଗାନ୍ଧୀ ଖେଳରତ୍ନ ରୁ ନୂଆ ନାମ ହେଲା ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର।