ଏହି ପତ୍ର ମ୍ୟାଲେରିଆ ଜ୍ୱର ଭଲ କରିଦେବ।

ଆପଣ ଜାଣନ୍ତି କି ମ୍ୟାଲେରିଆ ଏକ ସଂକ୍ରମକ ରୋଗ ଅଟେ। ଏହା ମଣିଷ ଠାରୁ ମଣିଷକୁ ବ୍ୟାପିଥାଏ ଆଉ ଏହା ମଶା ମାନଙ୍କ ଦ୍ୱାରା ବ୍ୟାପିଥାଏ। ଏହା ପ୍ରତ୍ୟେକ ବର୍ଷ ୫୧ କୋଟି ଲୋକଙ୍କୁ ବ୍ୟାପିଥାଏ ଆଉ ପ୍ରାୟ ୩୦ ଲକ୍ଷ ଲୋକ ଏହାଦ୍ୱାରା ମୃତ୍ୟୁ ବରଣ କରନ୍ତି। ଏହା ସାଧାରଣ ଭାବରେ ବିଷୁବ ଅଂଚଳରେ ଦେଖିବାକୁ ମିଳିଥାଏ। ଅର୍ଥାତ ଆଫ୍ରିକା ଆଉ ଦକ୍ଷିଣ ଏସିଆରେ ଏହି ରୋଗ ସର୍ବାଧିକ ଦେଖିବାକୁ ମିଳେ। ମଶା ମାନଙ୍କର ପ୍ରଜନନ ସମୟରେ ଏହି ରୋଗ ଦେଖିବାକୁ ମିଳେ ଯାହା କି ବର୍ଷା ଦିନ ମାନଙ୍କରେ ସର୍ବାଧିକ ଥାଏ। ବୁସ୍ବ ସ୍ୱାସ୍ଥ୍ୟ ସଂଗଠନ ଅଥବା ଡବ୍ଲୁ ଏଚ ଓ ଅନୁଯାୟୀ ଦକ୍ଷିଣ ଏସିଆରେ ଦେଖିବାକୁ ମିଳୁଥିବା ତୋଟାଲ ମ୍ୟାଲେରିଆ ରୋଗର ୭୭% ଭାରତରେ ହି ଦେଖିବାକୁ ମିଳେ।

malaria

ତେବେ ଭାରତରେ ରାଜସ୍ତାନ ,ମହାରାଷ୍ଟ୍ର , ଗୁଜୁରାଟ,ଦକ୍ଷିଣ ତାମିଲନାଡୁ ଆଦି ରାଜ୍ୟ ମାନଙ୍କରେ ଏହି ରୋଗ ଦେଖିବାକୁ ମିଳେ। ଏହି ମଶା କାମୁଡ଼ିଆ ପରେ ଏକ ଜୀବାଣୁ ଆମ ଶରୀର ଭିତରକୁ ଯାଇ ଯାହା କି ଆମ ରକ୍ତରେ ମିଶିଯାଇ ଆମ ଲିଭର ଅଥବା ଯକୃତକୁ ପ୍ରଭାବିତ କରେ। ଏହାପରେ ସେହି ଜୀବାଣୁ ମାନେ ଅଧିକ ଅଣ୍ଡା ଦିଅନ୍ତି ଆଉ ବଂଶ ବିସ୍ତାର କରନ୍ତି। ତାହାପରେ ସେମାନେ ଆମ ରକ୍ତକୁ ପ୍ରଭାବିତ କରିଦିଅନ୍ତି। ତେବେ ଏହା ଥିଲା ମ୍ୟାଲେରିଆ ବାବଦରେ କିଛି ଦୈନିକ ତଥ୍ୟ। ଏବେ ଜାଣିବା କି ଆପଣଙ୍କୁ ଯଦି ମ୍ୟାଲେରିଆ ହୁଏ ତାହେଲେ ଆପଣ କି କି ଘରୋଇ ରିମେଡି ନେଇପାରିବେ। ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା।

ଆପଣ ପ୍ରଥମ ଉପାୟ କରିବା ପାଇଁ ଗଙ୍ଗଶିଉଳି ପତ୍ର ଆଣନ୍ତୁ। ଏହା କାହାରି ବି ବାଡ଼ି ମାନଙ୍କରେ ସହଜରେ ମିଳି ଯାଇପାରିବ। ଏହାପରେ ଆପଣ ୩ଟି କି ୪ଟି ଗଙ୍ଗଶିଉଳି ପତ୍ରକୁ ଛେଚି ତାହାକୁ ଭଲ ଭାବରେ ରସ ବାହାର କରି ଦିଅନ୍ତୁ। ତାହାପରେ ଆପଣ ସେହି ରସ ସହିତ ଦୁଇ ଚାମଚ ନିଅନ୍ତୁ ଏକ ବାଟିରେ। ତାହାପରେ ଆପଣ ଏକ ଅଦା ଆଣି ତାହାକୁ ଛେଚି ଏହାର ରସ ବାହାର କରନ୍ତୁ।

ତାହାର ରସ ଆପଣ ଏକ ଚାମଚ ନିଅନ୍ତୁ। ତାହାକୁ ଭଲ ଭାବରେ ଗୋଳେଇବା ପରେ ଆପଣ ସେଥିରେ ଏକ ଚାମଚ ମହୁ ମିଶାନ୍ତୁ। ଏହାକୁ ଭଲ ଭାବରେ ଗୋଳେଇ ଦେବା ପରେ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ଗୋଳେଇ ତାହାକୁ ଦିନରେ ଥରେ ଲେଖାଏଁ ସେବନ କରନ୍ତୁ। ଆପଣ ଦେଖିବେ ଆପଣଙ୍କ ମ୍ୟାଲେରିଆ ସହ ଅନ୍ୟାନ୍ୟ ଜ୍ୱର ମଧ୍ୟ ଭଲ ହେଇଯିବ।

ju

ଏହାପର ଉପଚାର ପାଇଁ ଆପଣ ଏକ କୁଟାରେ ୬-୭ଟି ତୁଳସୀ ପତ୍ର ଆଣନ୍ତୁ ଆଉ ତାହା ସହିତ ୭ଟି ଗୋଲ ମରିଚ ଆଣି ତାହାକୁ କୁଟି ଦିଅନ୍ତୁ। ତାହାପରେ ଆପଣ ସେଥିରେ ଅଧା ଚାମଚ ମହୁ ମିଶାନ୍ତୁ ଅଥବା ସେମାନଙ୍କର ରସ ବାହାର କରି ତାହା ଭିତରେ ଅଧା ଚାମଚ ମହୁ ମିଶାନ୍ତୁ। ଏହାପରେ ଆପଣ ଏହାକୁ ଦିନରେ ଥରେ ଲେଖାଏଁ ସେବନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ମ୍ୟାଲେରିଆ ଭଲ ହେଇଯିବ।

Leave a Reply

Your email address will not be published. Required fields are marked *