ଟିକା ନେବା ପରେ ଏହି ୭ଟି ଜୀନିଷ ଉପରେ ଗୁରୁତ୍ୱ ଦେବା ଉଚିତ , ନହେଲେ ବହୁତ ଅସୁବିଧା ହୋଇପାରେ ।।

Vaccine

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ସମସ୍ତେ କୋରନା ବିଷୟରେ ଜାଣିଥିବେ , କାରଣ ଦୁଇ ବର୍ଷ ହେଲାଣି କୋରନା କାୟ୍ଯା ବିସ୍ତାର କରିଚାଲିଛି । ଦ୍ବିତୀୟ ଲହର ନ ସରୁଣୁ , ପୁଣିଥରେ ନୂଆ ଲହର ଆସିଲାଣି ଯାହାକୁ ତୃତୀୟ ଲହର କୁହାଯାଉଛି । ଏହି ତୃତୀୟ ଲହର କବଳରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ମାଗଣାରେ ଟିକା କରଣ ଅଭିଯାନ ଆରମ୍ଭ କରିଛନ୍ତି , ଯାହାଫଳରେ ସେମାନେ କରୋନା ସଂକ୍ରମଣ ରୁ ରକ୍ଷା ପାଇପାରିବେ । ବିଶେଷଜ୍ଞଙ୍କ ମତ ଅନୁସାରେ ଟିକା ନେବା ପରେ କେଉଁ ସବୁ ଜୀନିଷର ଯତ୍ନ ନେବା ଦରକାର ତା ବିଷୟରେ ଆପଣଙ୍କୁ ଜଣେଇବୁ , ଯାହାଫଳରେ ଆପଣ ନିରାପଦ ଓ ସୁସ୍ଥ ରହିପାରିବେ । ବିଶେଷଜ୍ଞଙ୍କ ମତରେ ଟିକା ନେବା ପରେ ଏହି ୭ଟି ଜୀନିଷର ଯତ୍ନ ନେବା ଦରକାର ସେଗୁଡିକ ହେଲା

୧ – ଟୀକାକରଣ ପରେ ତୁରନ୍ତ କାମକୁ ଯାଆନ୍ତୁ ନାହିଁ ଓ ଘରେ ୨-୩ଦିନ ବିଶ୍ରାମ କରିବା ଉଚିତ | କିଛି ଲୋକ ଟିକା ନେବା ପରେ କାମ କରିଥାନ୍ତି , ଯାହାଫଳରେ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ନିଜ ସ୍ୱାସ୍ଥ୍ୟ ସହିତ ଅସାବଧାନତା ନକରି ଘରେ ରହି ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ |

vaccine

୨- ଟିକା ନେବା ପରେ ସବୁବେଳେ ମାସ୍କ ବ୍ୟବହାର କରନ୍ତୁ , କାରଣ ବିନା ମାସରେ ଘରୁ ବାହାରକୁ ଗଲେ ପୁଣିଥରେ ଆପଣ କରୋନାର ସିକାର ହୋଇପାରନ୍ତି । ସେଥିପାଇଁ ନିଜକୁ ରକ୍ଷା କରିବା ପାଇଁ ମାସ୍କ ପିନ୍ଧିବା ଉଚିତ ।

3. ଟିକା ନେବା ପରେ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବା ଠାରୁ ଦୂରେଇ ରୁହନ୍ତୁ କାରଣ ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣ ବ୍ୟାପିବାର ଭୟ ଅଧିକ ଥାଏ । ସେଥିପାଇଁ ଟିକା ନେବା ପରେ ମଧ୍ୟ କରୋନା ର ସମସ୍ତ ପ୍ରୋଟୋକଲକୁ ସଂପୂର୍ଣ୍ଣ ଅନୁସରଣ କରିବା ଉଚିତ୍ |

4. ଟିକା ନେବା ପରେ ଭ୍ରମଣରୁ ଦୂରେଇ ରହିବା ଉଚିତ୍ , କାରଣ ପୁଣିଥରେ କରୋନା ସଂକ୍ରମଣ ଦୃତ ଗତିରେ ମାଡିଚିଲିଛି , ଯଦି ଟିକା ନେବା ପରେ ଆମେ ବାହାରକୁ ବୁଲିବାକୁ ଯିବା ତାହେଲେ ପୁଣି ଥରେ କରୋନା ସଂକ୍ରମଣ ହେବାର ସମ୍ଭାବନା ରହିଛି ।

5.ଟିକା ନେବା ପରେ ସିଗାରେଟ୍ ଏବଂ ମଦ୍ୟପାନରୁ ଦୂରେଇ ରୁହନ୍ତୁ , କାରଣ ଟିକା ନେବାର ୩ଦିନ ଭିତରେ ମଦ୍ୟପାନ କଲେ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ସେଥିପାଇଁ ଆପଣ ଟିକା ନେବା ପରେ ମଦ୍ୟପାନ ନ କରି ଗରମ ପାଣି ପିଅନ୍ତୁ ଏବଂ ସବୁଜ ପନିପରିବା ଖାଆନ୍ତୁ |

Vaccine

୬. ଟିକା ନେବା ପରେ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । ଯଦି ଆପଣଙ୍କର ପୂର୍ବରୁ କୈଣସି ପ୍ରକାରର ଆଲର୍ଜି ସମସ୍ୟା ଅଛି, ତେବେ ଟିକା ନେବା ପରେ ଆପଣଙ୍କୁ ବହୁତ ସତର୍କ ରହିବାକୁ ହେବ ଓ କୈାଣସି ଅସୁବିଧା ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

7. ଟିକା ନେବା ପରେ ଆପଣଙ୍କୁ ହାଇଡ୍ରେଟେଡ୍ ରହିବା ଉଚିତ । ଯେଉଁଥିପାଇଁ ଆପଣ ଖାଇବାରେ ହାଇଡ୍ରେଟ୍ ଜାତୀୟ ଜୀନିଷ ଖାଆନ୍ତୁ ଯଥା – ବିଭିନ୍ନ ପ୍ରକାରର ଫଳ , ପନିପରିବା ଏବଂ ବାଦାମ ଖାଇବା ଉଚିତ । କାରଣ ଏହା ଖାଇବା ଦ୍ବାରା ଆମ ଶରିରକୁ ବହୁତ ଶକ୍ତି ମିଳିଥାଏ , ଯାହାଫଳରେ ଆମକୁ କୈାଣସି ସମସ୍ୟା ରେ ସାମ୍ନା କରିବାକୁ ପଡିନଥାଏ ‌।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *