ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡ ଘଡି ସହିତ ବର୍ଷାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ଆସନ୍ତୁ ଆଜି ସଂପୂର୍ଣ୍ଣ ଅପଡେଟ ଜାଣିବା ଯାହା କି ଆସନ୍ତା ୨୪ ଘଣ୍ଟା ପ୍ରବଳରୁ ପ୍ରବଳ ବର୍ଷା ସହିତ ବିଜୁଳି ଘଡ ଘଡି ର ଆଶଙ୍କା ରହିଛି। କେଉଁ ଜିଲ୍ଲା ମାନଙ୍କରେ ରହିଛି କଣ ସବୁ ରହିଛି ପାଣି ପାଗ ବିଶେଷଜ୍ଞ ଠାରୁ ସଂପୂର୍ଣ୍ଣ ଅପଡେଟ ଜାଣିବା।
ଆଗରୁ ମଧ୍ୟ ଏହି ପରି ଘଟିବାର ସୂଚନା ମିଳିଥିଲା। କିଛି ଦିନ ତଳେ ଏପରି ଏକ ଲଘୁଚାପ ସୃଷ୍ଟି ହୋଇ ପ୍ରବଳ ରୁ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ଯାହା ସାରା ଓଡ଼ିଶାକୁ ଭିଜେଇ ରଖି ଦେଇଥିଲା। ଆସନ୍ତୁ ଆଜି ମଧ୍ୟ ଜାଣିବା କେଉଁ ଜିଲ୍ଲାରେ କେତେ ମାତ୍ରାରେ ବର୍ଷା ହେବ ଓ ସରକାର ମଧ୍ୟ ଏହା ପାଇଁ ସତର୍କ ସୂଚନା ଜାରି କରିଛନ୍ତି।
ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳା ହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ନୟାଗଡ, କଟକ ଓ ଯାଜପୁର। ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳ ବୈଶାଖୀର ସମ୍ଭାବନା ରହିଛି।
ତେବେ ଏହି ଜିଲ୍ଲା ଗୁଡ଼ିକୁ ଆଞ୍ଚଳିକ ପାଣି ପାଗ କେନ୍ଦ୍ର ପକ୍ଷ ରୁ ୟେଲୋ ୱାର୍ଣିଂ ଜାରି କରା ଯାଇଛି। ସେହି ପରି ୧୨ ତାରିଖରୁ ୧୩ ତାରିଖ ମଧ୍ୟରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ ଓ ରାୟଗଡ଼ା ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳ ବୈଶାଖୀ ର ସମ୍ଭାବନା ରହିଛି।
ଆଉ ଏହା ଛଡ଼ା ବିଶେଷଜ୍ଞ ମାନେ ଏହା ବି ସୂଚନା ଦେଇଛନ୍ତି ଆସନ୍ତା ୧୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣି ବଳୟ ସୃଷ୍ଟି ହେବ। ତେବେ ଏହି ଘୁର୍ଣି ବଳୟ ୧୬ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ଆନ୍ଧ୍ର ଓ ତେଲେଙ୍ଗାନା ଆଡ଼କୁ ଯିବ ବୋଲି ପ୍ରଫେସର ସୁରେନ୍ଦ୍ର ନାଥ ପୂର୍ବାନୁମାନ କରିଛନ୍ତି।
ସେ ଆକଳନ କରିଛନ୍ତି ଯେ ଏହାର ପ୍ରଭାବରେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ବିଶେଷ କରି ଅବିଭକ୍ତ କୋରାପୁଟରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ଯାହା କି ଏହି କିଛି ଥିଲା ପାଣି ପାଗ ବିଭାଗ ର ସଂପୂର୍ଣ୍ଣ ଅପଡେଟ।