ସେପ୍ଟେମ୍ୱର ମାସରେ କନ୍ୟା ରାଶିରେ ଘଟିବ ବଡ ପରିବର୍ତ୍ତନ । ଦେଖନ୍ତୁ

kanya

ବନ୍ଧୁଗଣ ଆସନ୍ତୁ ଜାଣିବା କନ୍ୟା ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆସୁଥିବା ସେପ୍ଟେମ୍ବର ମାସଟି କେମିତି ରହିବାକୁ ଯାଉଛି। ଗ୍ରହ ମାନଙ୍କର ଗୋଚର , ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ କଣ ସବୁ ଫଳ ଆଣିବାକୁ ଯାଉଛି ଯାହାକି ଆପଣଙ୍କ ଜୀବନରେ ଅନେକ ଖୁସି, ଆନନ୍ଦ ଆଣିଦେବ ଆଉ କେଉଁ ଜିନିଷ ସବୁ ପ୍ରତି ଆପଣଙ୍କୁ ଅଧିକରୁ ଅଧିକ ସାବଧାନ ରହିବାକୁ ପଡିବ ଏବଂ ଯାହା ବି ଗ୍ରହ ଆପଣଙ୍କ ବିରୁଦ୍ଧରେ ରହିଛି ତାର ଖଣ୍ଡନ ପାଇଁ କଣ କରିବାକୁ ପଡ଼ିବ ଜାଣିବା ପାଇଁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ।

ସେପ୍ଟେମ୍ବର ମାସ ପ୍ରାୟତଃ କନ୍ୟା ରାଶିର ଲୋକ ମାନଙ୍କ ପାଇଁ ମିଳାମିଶା ପୂର୍ଣ୍ଣ ରହିବ। କେତେକ କ୍ଷେତ୍ରରେ ହୁଏତ ଆପଣଙ୍କ ଜୀବନ ଭଲ ହେବ କିନ୍ତୁ କେତେକ କ୍ଷେତ୍ରରେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। କ୍ୟାରିୟର ଦୃଷ୍ଟି କୋଣରୁ ଏହି ମାସ ନିଯୁକ୍ତି ପାଇଁ ଥିବା ଲୋକ ମାନଙ୍କ ପାଇଁ ଅନୁକୂଳ ନୁହେଁ । ତେଣୁ ବ୍ୟବସ୍ଥା କରୁଥିବା ଲୋକ ଙ୍କୁ ମଧ୍ୟ ମାସର ପ୍ରଥମ ଏତେ ଭଲ ରହିବ ନାହିଁ କିନ୍ତୁ ମାସର ଶେଷ ବେଳକୁ ଆପଣଙ୍କ ପାଇଁ ବହୁତ ଭଲ ଫଳାଫଳ ହେବା । କିଛି ଛାତ୍ର ମାନଙ୍କ ପାଇଁ ମଧ୍ୟ ଏଇ ମାସ ଏତେ ଭଲ ସାବ୍ୟସ୍ତ ହୋଇନପାରେ କିନ୍ତୁ ଟେକ୍ନିକାଲ ଫିଲ୍ଡର ଛାତ୍ର ମାନଙ୍କ ପାଇଁ ଏହି ମାସ ଅତ୍ୟନ୍ତ ଶୁଭ ରହିବ।

kanya

ଉଚ୍ଚ ଶିକ୍ଷା ସହିତ ଜଡ଼ିତ ଛାତ୍ରଏବଂ ବିଦେଶ ରେ ପଢିବାକୁ ଆଶା ରଖିଥିବା ଛାତ୍ରଙ୍କ ପାଇଁ ଏହି ମାସ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ପାରିବାରିକ ଜୀବନ ଅତ୍ୟନ୍ତ ସନ୍ତୋଷନକ ରହିବ ,ଘରେ ସୁଖ ଶାନ୍ତି ବଜାୟି ରହିବ। ପ୍ରେମିଯୁଗଲଙ୍କ ପାଇଁ ମାସର ପ୍ରଥମ ଟିକେ ଚ୍ୟାଲେଞ୍ଜିଙ୍ଗ ହୋଇପାରେ କିନ୍ତୁ ପରବର୍ତ୍ତୀ ସମୟରେ ଭଲ ଖବର ମିଳିପାରେ।

ବୈବାହିକ ଜୀବନରେ ଏହି ମାସର ଆରମ୍ଭ ଭଲ ହେବ କିନ୍ତୁ ଶେଷ ବେଳକୁ କିଛି ଅସୁବିଧା ଆସିପାରେ। ଏହି ମାସରେ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ଉନ୍ନତ ହେବ ।ନୂତନ ଉପାୟରେ ଟଙ୍କା ରୋଜଗାର କରିବାର ସମୟ ରହିଛି। ଆପଣଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବା। କିନ୍ତୁ ସ୍ୱାସ୍ଥ୍ୟରେ ଏହି ମାସ ଆପଣଙ୍କ ପାଇଁ ବିଶେଷ ଭଲ ନାହିଁ ସେଇଥିପାଇଁ ଆପଣଙ୍କୁ ଟିକେ ସତର୍କ ରହିବାକୁ ପଡ଼ିବ।

ତେବେ ଆସନ୍ତୁ ଆଉ ଟିକେ ବିସ୍ତାର ଭାବେ ଜାଣିବା କି ଆପଣଙ୍କ ସହ ଆଉ କଣ କଣ ଏହି ମାସରେ ଘଟିବ। କ୍ୟାରିୟର ଦୃଷ୍ଟିକୋଣରୁ ଏହି ମାସ ଯୁବକ ମାନଙ୍କ ପାଇଁ ଅତ୍ୟନ୍ତ ଗୁରୁ୍ତ୍ୱପୂର୍ଣ୍ଣ ଅଟେ କିନ୍ତୁ ଆପଣଙ୍କୁ ବର୍ତମାନ ବହୁତ୍ ସତର୍କତାର ସହ ଚଳିବାକୁ ପଡ଼ିବ। ଆପଣଙ୍କ ଜୀବନରେ ଏହି ମାସର ଉତ୍ଥାନ ପତନ ଲଗିରହିବ । ବ୍ୟବସାୟରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ଏହି ମାସ ଟିକେ ଦୁର୍ବଳ ରହିବ । ହୋଇପାରେ ଯେ ଆପଣଙ୍କୁ ଆପଣଙ୍କ ପରିଶ୍ରମର ଫଳ ଠିକ୍ ଭାବେ ମିଳି ନପାରେ।

kanya

ବ୍ୟବସାୟ ବେଗ ଟିକେ ଧିମା ରହିବ କିନ୍ତୁ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ କାରଣ ମାସର ଶେଷ ଆଡ଼କୁ କିଛି ଭଲ ଖବର ନେଇକରିଆସିବ । ଆପଣଙ୍କର ଦେବଗୁରୁ ବୃହସ୍ପତି ଆପଣଙ୍କର ପଞ୍ଚମ ଘରେ ଅବସ୍ଥାନ କରିବେ ଯାହା ଦ୍ଵାରା ଆପଣଙ୍କୁ ଉତ୍କୃଷ୍ଟ ସଫଳତା ମିଳିବାର ସମ୍ଭାବନା ରହିଛି ।ମାସର ଦିତୀୟାର୍ଦ୍ଧ ଆପଣଙ୍କ ପାଇଁ ବିଶେଷ ମଙ୍ଗଳ କର ସାବ୍ୟସ୍ତ ହେବ ।

Leave a Reply

Your email address will not be published. Required fields are marked *