ଭୟାନକ ରୂପ ନେଲା ବାତ୍ୟା। ଭୀଷଣ ବର୍ଷାକୁ ପବନ ବହିବ ସାଙ୍ଘାତିକ।

rain

ସାଙ୍ଗମାନେ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା। ସତର୍କ ସୂଚନା ଜାରି କଲେ ଏସଆରଶି। ୧୭ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା ଓ ଆଜିଠାରୁ ରାଜ୍ୟର ଅନେକ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରବଳ ବର୍ଷା। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି। ୧୭ ତାରିଖରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି। ଏହାକୁ ନଜରରେ ରଖି ଏସଆରସି ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ଏସଆରସି ଲେଖିଛନ୍ତି ଯେ ୟେଲୋ ୱର୍ଣିଂ ଥିବା ରାଜ୍ୟ ମାନଙ୍କରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ସେହିପରି ସହର ମାନଙ୍କରେ ତଳିଆ ଅଞ୍ଚଳରେ ପାଣି ପଶି ସମସ୍ୟା ସୃଷ୍ଟି କରିପାରେ।

rain

ତେବେ କଣ୍ଟ୍ରୋଲ ରୁମକୁ ୨୪ ଘଣ୍ଟା ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଜାରୀ କରାଯାଇଛି। ତେବେ ସମୁଦ୍ରରେ ପବନର ବେଗ ଘଣ୍ଟା ପ୍ରତି ୪୫ କିମି ବେଗ ରହିବ। ୧୭ ତାରିଖରୁ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯିବା ପାଇଁ ମନା କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ମାନଙ୍କ ମଧ୍ୟରେ ରହିଛନ୍ତି କୋରାପୁଟ,ମାଲକାନଗିରି ରାୟଗଡା,ଗଜପତି,ମୟୂରଭଞ୍ଜ,କେନ୍ଦୁଝର।

ଏହି ଜିଲ୍ଲା ମାନଙ୍କୁ ପ୍ରବଳ ବର୍ଷା ପାଇଁ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି। ଏଥି ସହିତ ନବରଙ୍ଗପୁର,ରାୟଗଡ଼ା,କନ୍ଧମାଳ,ବଲାଙ୍ଗୀର,ନୂଆପଡ଼ା, କେନ୍ଦୁଝର,ଅନୁଗୁଳ,ଢେଙ୍କାନାଳ,ସୁନ୍ଦରଗଡ,ଦେବଗଡ଼, ବାଲେଶ୍ବର,ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

୧୫ ରୁ ୧୬ ତାରିଖ ମଧ୍ୟରେ ବାଲେଶ୍ୱର,ମୟୂରଭଞ୍ଜ,ଗଞ୍ଜାମ ଗଜପତି,ମାଲକାନଗିରି,କୋରାପୁଟ,ନବରଙ୍ଗପୁର,କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହା ବର୍ତ୍ତମାନ ସବୁଠୁ ବଡ ଖବର। ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା।

rains

ତେବେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ବର୍ଷା ଜାରୀ ରହିବ। ତେବେ ଏହି ବର୍ଷା ଯୋଗୁ କୃଷି କାର୍ଯ୍ୟ ସୁରୁଖୁରୁରେ ଚାଲିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ତେବେ ରାଜ୍ୟରେ ଅନେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।

ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ବିଶେଷ କରି ଅବିଭକ୍ତ କୋରାପୁଟରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ଯାହା କି ଏହି କିଛି ଥିଲା ପାଣି ପାଗ ବିଭାଗର ସଂପୂର୍ଣ୍ଣ ଅପଡେଟ।

Leave a Reply

Your email address will not be published. Required fields are marked *