ସାଙ୍ଗମାନେ ତେବେ ଆଉ କିଛି ବର୍ଷ ପରେ ସମୁଦ୍ର ଭିତରେ ଥିବ ପାରାଦୀପ। କଥାଟି ଶୁଣି ଆପଣ ଏହାକୁ ହସରେ ଉଡ଼ାଇ ଦେଇ ପାରନ୍ତି। କିନ୍ତୁ ଏହା ଏକ ଦମ ସତ। ଆଉ କିଛି ବର୍ଷ ପରେ ସମୁଦ୍ର ଭିତରେ ଥିବ ପାରାଦୀପ। ସମୁଦ୍ରରୁ ଅଧା ଫୁଟରୁ ତିନି ଫୁଟ ତଳେ ଥିବ ଓଡ଼ିଶାର ବନ୍ଦର ଇଲାକା ପାରାଦୀପ। କିଛି ଏ ଭଳି ଅନୁମାନ କରିଛି ଆମେରିକା ଅନ୍ତରୀକ୍ଷ ଏଯେନ୍ସି ନାସା। ଖାଲି ପାରାଦୀପ ନୁହଁ ଭାରତର ୧୨ଟି ସହର ଆଗାମୀ କିଛି ବର୍ଷ ସମୁଦ୍ର ମଧ୍ୟରେ ଲୀନ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଏ ନେଇ ସଂପୂର୍ଣ୍ଣ ଖବରଟି କଣ ରହୁଛି। ନାସା ତାର ରିପୋର୍ଟ ରେ କଣ ସବୁ କହିଛି।
ଆଉ ମାତ୍ର ୭୯ ବର୍ଷ ଅର୍ଥାତ ୨୦୮୧ ମସିହା ବେଳକୁ ଭାରତର ୧୨ ଟି ଉପକୂଳ ବର୍ତ୍ତି ସହର ତିନି ଫୁଟ ପାଣିରେ ବୁଡ଼ିଯିବ। କାରଣ କ୍ରମାଗତ ତାପମାତ୍ରା ବଢୁଥିବାରୁ ଆଣ୍ଟ୍ରକଟିକା ଅର୍ଥାତ ଉତ୍ତର ମେରୁରେ ଜମା ହୋଇଥିବା ବରଫ ତରଳିବାରେ ଲାଗିଛି। ଏହା ଦ୍ବାରା ସମୁଦ୍ରର ଜଳ ସ୍ତର ବୃଦ୍ଧି ହେଉଛି। ଏ ପରି ପ୍ରଭାବରେ ମୁମ୍ବାଇ, ଚେନ୍ନାଇ, କୋଚି ପରି ଅନେକ ସହରକୁ ପାଣି ମାଡି ଆସିବ। ଏହା ଦ୍ବାରା ଏହାର ଉପକୂଳ ବର୍ତ୍ତି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିବ।
କାରଣ କୌଣସି ତଟିୟ ଅଞ୍ଚଳରେ ତିନି ଫୁଟ ପାଣି ଆସିବାର ଅର୍ଥ ବହୁତ ବଡ଼ ଭୁ ଭାଗ ଧ୍ଵଂସ ପାଇ ଯିବ। ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ସି ଲେବୁଲ ପ୍ରୋଜେକସନରେ ଏହି ବିପଦର ଖୁଲାସା କରିଛି। ନାସା ର ରିପୋର୍ଟ ଅନୁଯାୟୀ ୨୦୮୧ ମସିହା ବେଳକୁ ଦୁନିଆ ପ୍ରଚଣ୍ଡ ଖରା ଓ ତାତିରେ କଲବଲ ହେବ। ଏହାସହିତ ଗ୍ଲୋବାଲ ୱାର୍ମିଂର ସମସ୍ୟା ମଧ୍ୟ ବୃଦ୍ଧି ପାଇବ। ଆମ ବାୟୁମଣ୍ଡଳର ଓଜୋନ ସ୍ତର ମଧ୍ୟ କମିବାକୁ ଲାଗିବ।
ଅଙ୍ଗାରକାମ୍ଲ ନିୟନ୍ତ୍ରଣ ଓ ପ୍ରଦୂଷଣ ଉପରେ ନିୟନ୍ତ୍ରଣ କରା ନ ଗଲେ ତାପମାତ୍ରା ହାରା ହାରି ୪.୪ ଡିଗ୍ରୀ ସେଲସିୟସ ପର୍ଯନ୍ତ ବୃଦ୍ଧି ଘଟିବ। ଆଗାମୀ ଦୁଇ ଦଶନ୍ଧିରେ ତାପ ମାତ୍ରା ୧.୨ ଡିଗ୍ରୀ ପ୍ରତିଶତ ବୃଦ୍ଧି ଘଟିବ। ଏତେ ମାତ୍ରାରେ ତାପ ମାତ୍ରା ବଢିବାର ଅର୍ଥ ଗ୍ଲେସିଅର ଅର୍ଥାତ ଜମା ହୋଇଥିବା ବରଫ ତରଳିବା ସ୍ଵାଭାବିକ।
ଏହା ହିଁ ସମୁଦ୍ର ଓ ସ୍ଥଳ ଭାଗରେ ତାଣ୍ଡବ ଲୀଳା ମଚାଇବ। ରିପୋର୍ଟରେ କୁହା ଯାଇଛି କି ୨୦୮୧ ମସିହା ସୁଦ୍ଧା ଭାରତର ୧୨ ଟି ସହର ଅଧା ଫୁଟ ରୁ ତିନି ଫୁଟ ସମୁଦ୍ରରେ ଲୀନ ହୋଇଯିବ। ୧୨ ଟି ସହର ମଧ୍ୟରେ ଓଡିଶାର ପାରାଦୀପ ରହିବ ବୋଲି ନାସା ଆଶଙ୍କା କରିଛି।