Weather News – ଓଡ଼ିଶାର ପାଣିପାଗ ବିଭାଗ ଦେଲା ବଡ଼ Update, ଆଗାମୀ ୫ଦିନ ହେବ ପ୍ରବଳ ବର୍ଷା

ନମସ୍କାର ବନ୍ଧୁମାନେ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ ଜଣାଉଛୁ। ବନ୍ଧୁଗଣ, ବର୍ତ୍ତମାନ ରାଜ୍ୟର ଅନେକ ଜାଗାରେ ବର୍ଷା ହେଉଛି ତେବେ ବର୍ତ୍ତମାନ ପାଣିପାଗ ବିଭାଗ ତରଫରୁ ଆଉଛି ଏକ ବଡ଼ ଖବର। 5ଦିନ ଯାଏ ହେବ ଭୀଷଣ ବର୍ଷା। କାରଣ ବଙ୍ଗୋପ ସାଗରରେ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି। ଯାହା ପ୍ରଭାବରେ ରାଜ୍ୟରେ ବର୍ଷା ଝଡି ହେବାର ସମ୍ଭାବନା ରହିଛି।

ସମୁଦ୍ର ଉପକୂଳବର୍ତ୍ତି ଜିଲ୍ଲାକୁ ମଧ୍ୟ ବିପଦ ରହିଛି। ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସଜୀବୀ ମାନଙ୍କୁ ବାରଣ କରାଯାଇଛି। ସୂଚନା ମୁତାବକ ୧୨ଟି ଜିଲାରେ ପ୍ରବଳ ବର୍ଷା ସହିତ ବିଜୁଳି ଘଡ଼ ଘଡିରେ ତାଣ୍ଡବ ରଚିବ। ତାହା ମଧ୍ୟରୁ ବାଲେଶ୍ଵର ଭଦ୍ରକ, କଟକ, ମୟୁରଭଞ୍ଜ ଏବଂ ଯାଜପୁର ଆଦି ଜିଲାରେ ପ୍ରବଳ ବର୍ଷା ସହତ ବଜ୍ରପାତର ମଧ୍ୟ ସମ୍ଭାବନା ରହିଛି। ଏହି ଚାରି ପାଞ୍ଚଟି ଜିଲ୍ଲାକୁ ମଧ୍ୟ ରେଡ଼ ଜୋନରେ ଘୋଷଣା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

rain

ଆଗାମୀ ୫ଦିନ ଯାଏ ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ। କାରଣ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ପ୍ରବଳରୁ ପ୍ରବଳ ବର୍ଷା ହେବାକୁ ଯାଉଛି।କଟକ,ଜଗତସିଂହପୁର,କେନ୍ଦ୍ରାପଡା,ଢେଙ୍କାନାଳ,ବାଲେଶ୍ୱର,ଭଦ୍ରକ,କେଉଁଝର,ଯାଜପୁର ଆଦି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ମୌସୁମୀ ଟ୍ରଫ୍‌-ଲାଇନ୍‌ ଏବେ ପୂର୍ବରେ ଉତ୍ତରମୁହାଁ ହୋଇଛି। ଏହା ଏବେ ବିହାର, ଉତ୍ତରବଙ୍ଗ, ବାଂଲାଦେଶ ମଧ୍ୟ ଦେଇ ଗତି କରୁଛି। ଏଣୁ ରାଜ୍ୟରେ ମୌସୁମୀର ଦୁର୍ବଳ ସ୍ଥିତି ଜାରି ରହିଛି। ଏବେ ଉତ୍ତର ବଙ୍ଗୋପସାଗର ଓ ଏହା ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୪ରୁ ୬ତାରିଖ ମଧ୍ୟରେ ବିଶେଷକରି ଉତ୍ତର ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

rains

ଅପରପକ୍ଷେ ୩ ଦିନ ଧରି ମୌସୁମୀ ଦୁର୍ବଳ ରହିଛି। ଫଳରେ ନିଅଣ୍ଟିଆ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି। ୧ ଜୁନ୍‌ରୁ ୩ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍‌ ଉପରେ ୪୬୫.୯ ମିମି ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ୫୯୯.୭ ମିମି ବର୍ଷା ହୋଇଥାଏ। ରାଜ୍ୟର ୧୫ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସ୍ବ‌ାଭାବିକ ବର୍ଷା ହୋଇଥିବା ବେଳେ ଅବଶିଷ୍ଟ ୧୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ସ୍ଥିତି ଉପୁଜିଛି। ଏଥିସହ ଭଦ୍ରକ, ଯାଜପୁର ଓ ଗତପତିରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହେଲାଣି। ଭଦ୍ରକ ଜିଲ୍ଲାରେ ୨୭୦.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ୩୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି।

ବନ୍ଧୁଗଣ ଆମେ ଆପଣମାନଙ୍କ ପାଇଁ ଏଭଳି ରାଶିଫଳ, ଓଡ଼ିଆ ଖବର, ବାସ୍ତୁ ବିଚାର, ସ୍ୱାସ୍ଥ୍ୟ ଚିକିତ୍ସା,ମନୋରଞ୍ଜନ ଭିତ୍ତିକ ଆର୍ଟିକିଲ ଆଣିଦେଇଥାଉ ଏଭଳି ଖବର ସବୁବେଳେ ପଢିବା ପାଇଁ ଆମ ଫେସବୁକ ପେଜ୍ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *