ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ର ରହସ୍ୟ। ଏହି କାରଣ ପାଇଁ ଚାଲିଗଲା ଜୀବନ

ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଫିଟିଲା ସବୁଠୁ ବଡ଼ ରହସ୍ୟ। ବାହାଘର ପୂର୍ବରୁ ହୋଇଥିଲା ଏହି ପ୍ଲାନ। ଶେଷରେ ଖୋଲିଗଲା ରହସ୍ୟ ଧରା ପଡ଼ିଗଲା ଆସାମୀ। ସାଙ୍ଗ ମାନେ ଆଜିର ଏହି ଭିଡିଓଟି ଆମେ ପାରଳାଖେମୁଣ୍ଡି ଏସସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ବିଷୟରେ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା। ଆପଣ ମାନେ ତ ନିହାତି ସୌମ୍ୟଙ୍କ ମୃତ୍ୟୁ ବିଷୟରେ ଅବଗତ ଥିବେ। ଏହି ଖବର ବର୍ତ୍ତମାନ ସମୟରେ ସାରା ଓଡ଼ିଶା ବାସୀଙ୍କ ମନରେ ଚାଲିଛି ଏବଂ ସବୁ ଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଏହି ଘଟଣାଟି ଜଣେ ସାଧାରଣ ଲୋକର ନ୍ୟାୟକୁ ନେଇ ଜଡ଼ିତ। ଆମ ସମାଜରେ ଜଣେ ସାଧାରଣ ଲୋକ କିପରି ନ୍ୟାୟ ପାଉଛି ଏବେ ସେହି ଚିନ୍ତାରେ ସମସ୍ତେ।

ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ବର୍ତ୍ତମାନ ପର୍ଯ୍ୟନ୍ତ ୨୪ ରୁ ୨୫ ଦିନ ହୋଇ ସାରିଥିବା ବେଳେ ମଧ୍ୟ ପୋଲିସ ହାତରେ କୌଣସି ପ୍ରକାର ସୂତ୍ର ଲାଗି ନାହି। ପୋଲିସ ତଦନ୍ତ ଉପରେ ତଦନ୍ତ ଜାରି ରଖିଛି। କେତୋଟି ଅଲଗା ଅଲଗା ଜିଲ୍ଲାରେ ପୋଲିସ ତଦନ୍ତ ମଧ୍ୟ ଜାରି ଅଛି। ଗଜପତି ଜିଲ୍ଲାରେ ପୋଲିସର ତଦନ୍ତରେ କ୍ରାଇମ ବ୍ରାଞ୍ଚ ସାହାର୍ଯ୍ୟ କରୁଛି।

samya

କିନ୍ତୁ କିଛି ପ୍ରକାର ତଥ୍ୟ ସାମ୍ନାକୁ ଆସି ନାହିଁ। ଲୋକ ମାନଙ୍କ ମତରେ ପୋଲିସର ତଦନ୍ତ ବର୍ତ୍ତମାନ ବାଟ ବଣା ହୋଇ ସାରିଛି। ପୋଲିସ ଜିଲ୍ଲାକୁ ଜିଲ୍ଲା ଭ୍ରମଣ କରୁଛି କିନ୍ତୁ କିଛି ଲାଭ ହେଉ ନାହିଁ। ସୌମ୍ୟଙ୍କ ପରିବାର ଲୋକ ମଧ୍ୟ ତାଙ୍କର ମତ ରଖିଛନ୍ତି। ସେମାନେ ମଧ୍ୟ ପୋଲିସ ତଦନ୍ତରେ ଖୁସି ନାହାଁନ୍ତି। ତାଙ୍କ କହିବା ମୁତାବକ ପୋଲିସ କେବଳ ପୁରୁଣା କଥାକୁ ଓଲଟାଉଚି।

ସେ ମୁଖ୍ୟମନ୍ତ୍ରୀଙ୍କୁ ଦରଖାସ୍ତ ଲେଖି ସେ ଏହି ତଦନ୍ତର ଏକ ଯାଞ୍ଚ କରାଯାଉ କିମ୍ୱା ଏହା ସିବିଆଇ କି ହସ୍ତାନ୍ତର କରାଯାଉ। ବିଦ୍ୟା ଭାରତୀଙ୍କ ପୈତୃକ ଘରୁ କିଛି ଖବର ଧୀରେ ଧୀରେ ଆସୁଛି। ଜ୍ୟୋତି ନାମକ ଜଣେ ପିଲା ତାଙ୍କୁ ପ୍ରେମ କରୁଥିଲେ। ଏବଂ ବିବାହ କରିବେ ବୋଲି ମନସ୍ଥ କରିଥିଲେ। ଯେତେବେଳେ ତାଙ୍କ ଜାତକରେ ତ୍ରୁଟି ପରି ଲିଖିତ ହୋଇଥିଲା କି ବିଦ୍ୟାଙ୍କର ବିଧବା ଯୋଗ ଅଛି ଏଥି ପାଇଁ ବିଦ୍ୟାଙ୍କ ବାପା ସୌମ୍ୟଙ୍କୁ ସାହାରା ଗଛ କରିଥିଲେ।

vidya

ପ୍ରଥମେ ସୌମ୍ୟଙ୍କ ସହ ବିବାହ କରାଇ ଥିଲେ ଓ ବିବାହର ଏକ ବର୍ଷ ପର୍ଯ୍ୟନ୍ତ ସେ କୌଣସି ଶାରୀରିକ ସଂପର୍କ ରଖିବେ ନାହିଁ ବୋଲି କହି ଥିଲେ। ଏହି ପରି ପ୍ଲାନ କରା ଯାଇଥିଲା ସୌମ୍ୟ ଙ୍କ ବିରୋଧରେ। ମୁଖ୍ୟ କଥା ହେଉଛି ଅକ୍ଷୟଙ୍କୁ ଏ ପର୍ଯ୍ୟନ୍ତ ତଦନ୍ତର ପରିସର ଭୁକ୍ତ କରା ଯାଇନାହିଁ। ଯାହାର କଥା ସାମ୍ନାକୁ ଆସିଛି ତାଙ୍କୁ ଏ ପର୍ଯ୍ୟନ୍ତ ସାମ୍ନାକୁ ଆଣି ନାହାଁନ୍ତି। ତାଙ୍କ ଡ଼୍ରାଇଭର ମଧ୍ୟ ଏହା କହୁଥିଲେ।

Leave a Reply

Your email address will not be published. Required fields are marked *