ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବ ଏହି ତାରିଖରେ।

school

ସାଙ୍ଗମାନେ ଆମ ରାଜ୍ୟରେ ଦଶମ ଓ ଦ୍ଵାଦଶ ଶ୍ରେଣୀର ବିଦ୍ୟାଳୟ ଖୋଲି ସାରିଛି। ଏହା ସହିତ ଆସନ୍ତା ୧୬ ତାରିଖରୁ ନବମ ଶ୍ରେଣୀର ସ୍କୁଲ ସବୁ ମଧ୍ୟ ଖୋଲାଯିବ। ତେବେ ଏବେ ଏବେ କିଛି ବଡ ଅପଡେଟ ଆସୁଛି କି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ପାଇଁ। ତେବେ ଏହା କେଉଁ ତାରିଖରେ ଖୋଲିବ ଓ କଣ ରହିଛି ସରକାରଙ୍କ ଅପଡେଟ ତାହା ମୁଁ ଆଜି ଆପଣ ମାନଙ୍କୁ କହିବି।

ଭାରତର ବିଭିନ୍ନ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ସ୍କୁଲ କଲେଜ ଖୋଲୁଚନ୍ତି। ତେବେ ଓଡିଶାରେ ନବମ ଓ ଦଶମ ଶ୍ରେଣୀର ସ୍କୁଲ ଖୋଲି ସାରିଥିବା ବେଳେ ଅଗଷ୍ଟ ୯ ରେ ବୈସୟିକ କଲେଜ ଖୋଲୁଛି। ଅଗଷ୍ଟ ୯ ରେ ଦଶମ,ଦ୍ଵାଦଶ ଓ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଖୋଲାଯିବା ନେଇ ଘୋଷଣା ହୋଇଛି।

schools

୧୮ ବର୍ଷରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ଟୀକାକରଣ ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ସମସ୍ତେ ପାଇପାରି ନାହାଁନ୍ତି। ଏହିପରି ଭାବେ ସ୍କୁଲ ପିଲା ମାନଙ୍କୁ କେବେ ଟୀକା ମିଳିବ ତାହା ଭାବିଲା ବେଳକୁ ଆଖି ମଧ୍ୟ ପାଉନାହିଁ। ତେବେ ପିଲା ମାନଙ୍କୁ ସ୍କୁଲ ଛାଡ଼ିବା ନେଇ ଅଭିଭାବକ ମାନେ ଚିନ୍ତାରେ ରହିବା ସ୍ଵାଭାବିକ। ଏହା ସତ ଯେ କୋଭିଡ ମହାମାରୀ ପାଇଁ ଛାତ୍ର ଛାତ୍ରୀ ମାନେ ଦୀର୍ଘ ଦେଢ଼ ବର୍ଷ ହେବ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଯାଇ ନାହାନ୍ତି। ସେମାନେ ଘରେ ରହି ପଢୁଛନ୍ତି। ତେବେ ସାଙ୍ଗସାଥୀ ମାନଙ୍କ ସହିତ ଦେଖା ସାକ୍ଷାତ ହୋଇ ନପାରିବାରୁ ସାମାଜିକ ସମ୍ପର୍କରେ ପରିବର୍ତନ ଆସୁଛି।

ତେବେ ଏହି ସମୟରେ ପିଲାମାନଙ୍କ ମାନସିକ ସ୍ଵାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ମଧ୍ୟ ପଡ଼ୁଚି। ଏଥିପାଇଁ ସରକାର କିଛି ଯୋଜନା ପ୍ରସ୍ତୁତ କରୁଛନ୍ତି ଯାହାକି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ସ୍କୁଲ ଖୋଲିବା ନେଇ। ତେବେ କିଛି ସୂଚନା ମୁତାବକ ଏହି ଅଗଷ୍ଟ ମାସ ଶେଷ ସୁଦ୍ଧା ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଖୋଲି ପାରେ।

school

ତେବେ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ଖୋଲିବା ପାଇଁ ସରକାର ଏବେ ଆଗଭର ହେଇଛନ୍ତି। ଏଠାରେ ସୂଚନା ମିଳୁଚି ଯେ ମିଳିଥିବା ଖବର ଅନୁଯାୟୀ ସରକାର ଏକ ନୂଆ ନିୟମ କରୁଛନ୍ତି। ଏଥିରେ ରହିଛି ଯେ ଛାତ୍ରଛାତ୍ରୀ ମାନେ ସ୍କୁଲ ଯିବାକୁ ହେଲେ ତାଙ୍କ ଅଭିଭାବକ ମାନଙ୍କୁ ଏକ ଲେଖା ଦେବାକୁ ପଡ଼ିବ। ଏହାର ଅର୍ଥ ହେଉଛି ଯେ ଛାତ୍ରର କୌଣସି ସ୍ବାସ୍ଥ୍ୟ ଜନିତ ସମସ୍ୟା ହେଲେ ସେଥିପାଇଁ ସରକାର କିମ୍ବା ଶିକ୍ଷାନୁଷ୍ଠାନ ଦାୟୀ ରହିବେ ନାହିଁ।

ତେବେ ସ୍ଥିତି ଦେଖି ସରକାର ନିଷ୍ପତି ନେବେ। ତେବେ ସୂଚନା ମୁତାବକ ବହୁତ ଶୀଘ୍ର ପ୍ରଥମରୁ ଅଷ୍ଟମ ମଧ୍ୟ ଖୋଲିବାକୁ ଯାଉଚି। ଏହାସହିତ ଅଗଷ୍ଟ ୧୬ ତାରିଖରେ କ୍ଲାସରୁମରେ ହେବ ଅଫ୍ଲାଇନ ପାଠପଢ଼ା। ସମସ୍ତ ସରକାରୀ,ସରକାରୀ ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲର ନବମ ଶ୍ରେଣୀ ପିଲା ମାନଙ୍କ ପାଇଁ ସ୍କୁଲ ଖୋଲିବ। ଏନେଇ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି।

Leave a Reply

Your email address will not be published. Required fields are marked *