୧୦୦ ବର୍ଷର ଅପେକ୍ଷାର ଘଟିଲା ଅନ୍ତ। ନିରଜ ଚୋପ୍ରାଙ୍କ କାହାଣୀ ପଢିଲେ ଆଖିରେ ଲୁହ ଆସିଜିବ

ସାଙ୍ଗମାନେ ଆପଣ ମାନେ ତ ଜାଣି ଥିବେ ଭାରତ ଗୋଲ୍ଡ ମେଡାଲ ହାସଲରେ ଟୋକିଓ ଅଲମ୍ପିକରେ ପ୍ରବେଶ କରି ସାରିଛି। ଭାରତ ପାଇଁ ନିରଜ ଚୋପ୍ରା ଚଳିତ ଟୋକିଓ ଅଲମ୍ପିକରେ ପ୍ରଥମ ଗୋଲ୍ଡ ମେଡାଲ ଆଣିଛନ୍ତି। ଅଭିନବ ବିନ୍ଦ୍ରାଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ବନି ଯାଇଛନ୍ତି ଯେ କି ଭାରତ ପାଇଁ ଇଣ୍ଡିଭିଯୁଆଲ ଖେଳରେ ଗୋଲ୍ଡ ମେଡାଲ ଆଣିଛନ୍ତି। ତେବେ ଟୋକିଓ ଅଲମ୍ପିକରେ ପ୍ରଥମ ଚେଷ୍ଟାରେ ଫାଇନାଲ ରାଉଣ୍ଡକୁ ଯାଇ ଥିଲେ। ଆଉ ଫାଇନାଲ ରାଉଣ୍ଡରେ ସେ ୮୭.୫୮ ମିଟର ଜାଭେଲିନ ଥ୍ରୋ କରି ଭାରତ ପାଇଁ ଗୋଲ୍ଡ ମେଡାଲ ଆଣିଛନ୍ତି।

Niraj Chopra

ଏହା ସହ ସେ ଅଲମ୍ପିକରେ ଗୋଲ୍ଡ ମେଡାଲ ଆଣିବାରେ ପ୍ରଥମ ଭାରତୀୟ ବନି ଯାଇଛନ୍ତି। ଅଥଲେଟିକ୍ସରେ ଗୋଲ୍ଡ ମେଡାଲ ଆଣିବାର ସ୍ଵପ୍ନ ସାରା ଭାରତ ଦେଖୁଥିବା ବେଳେ ତାହା ଆଜି ନୀରଜ ଚୋପ୍ରା ପୂରଣ କରି ଦେଇଛନ୍ତି। ୧୯୦୦ ମସିହା ଅଲମ୍ପିକ୍ସ ଏଡିସନରେ ଭାରତ ସମୁଦାୟ ୩୫ ଟି ମେଡାଲ ଜିତି ସାରିଛି।

ସବୁ ଠାରୁ ବଡ କଥା ଏଇୟା ହେଲା ଯେ ଟୋକିଓ ଅଲମ୍ପିକରେ ଆମ ଠାରୁ ବେଷ୍ଟ ଦେଖିବାକୁ ମିଳିଛି। ଏବେ ଯାଏ ଭାରତ ଟୋକିଓ ଅଲମ୍ପିକରେ ସମୁଦାୟ ୭ ଟି ମେଡାଲ ଆଣି ସାରିଛି। ସେଥିରୁ ଗୋଟେ ସ୍ଵର୍ଣ୍ଣ, ୨ ଟି ରୌପ୍ୟ ଓ ୪ ଟି ବ୍ରୋଞ୍ଜ ମେଡାଲ ଅଟେ। ଏହା ଭାରତ ପାଇଁ ବହୁତ ଗର୍ବର ବିଷୟ।

Niraj

ମାତ୍ର ୨୩ ବର୍ଷ ବୟସରେ ଏତେ ବଡ ସଫଳତା ପାଇବା ହେଉଛି ବହୁତ ବଡ଼ କଥା। ଅନେକ ଯୁବକ ମାନଙ୍କ ପାଇଁ ସେ ଏକ ଇନସ୍ପିରେଶନ ବନି ଯାଇଛନ୍ତି। ହରିୟାଣାର ଏହି ଗୋଲ୍ଡ ମେଡାଲିଷ୍ଟ ୨୦୧୬ ରେ ଭାରତୀୟ ସେନା ବାହିନୀରେ ଯୋଗ ଦେଇଥିଲେ। ଅଲମ୍ପିକ ପୂର୍ବରୁ ସେ ୬ ଟି ମେଡାଲ ଭାରତ ପାଇଁ ଜିତି ସାରିଛନ୍ତି।

ସମର ଅଲମ୍ପିକରେ ଗୋଲ୍ଡ ମେଡାଲ ଜିତିବା ପରେ ତାଙ୍କୁ ଭାରତ ସରକାରଙ୍କ ଠାରୁ ୭୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରା ଯାଇଛି। ଖାଲି ଏତିକି ନୁହେଁ ହରିୟାଣା ସରକାର ମଧ୍ୟ ତାଙ୍କର ଏହି ବଡ଼ ସଫଳତା ପାଇଁ ୬ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି।

ଏହା ସହ ତାଙ୍କୁ ହରିୟାଣା ସରକାର ଗ୍ରେଡ ୧ ର ସରକାରି ଚାକିରୀ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ତାଙ୍କର ଜମି କିଣିବାରେ କିଛି ପ୍ରତିଶତ ଛଡ଼ା ମଧ୍ୟ କରା ଯାଇଛି। ଭାରତ ଗୋଲ୍ଡ ମେଡାଲ ପାଇବା ଏହା ଏକ ବହୁତ ବଡ଼ ଖୁସିର ବିଷୟ। ଏହିପରି ଭାବେ ଅନ୍ୟ ଖେଳାଳି ମାନେ ମଧ୍ୟ ଆହୁରି ଗୋଲ୍ଡ ମେଡାଲ ହାସଲ କରନ୍ତୁ। ଆଶା କରୁଛି କି ସେ ଆସନ୍ତା ଅଲମ୍ପିକ ଖେଳରେ ସେ ଭାରତ ପାଇଁ ପୁଣି ଗୋଲ୍ଡ ମେଡାଲ ଆଣନ୍ତୁ। ତାଙ୍କର ଏହି ମେଡାଲ ରେସ ଜାରି ରହୁ।

Leave a Reply

Your email address will not be published. Required fields are marked *