ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ଜାଣିଥିବେ ଲୋକମାନଙ୍କ କଥାରୁ ହିଁ ଜଣା ପଡ଼ିଥାଏ କି ସେ ଲୋକ ଭଲ କି ଖରାପ । କିନ୍ତୁ ଯଦି ଆପଣ ସବୁଦିନ ଭଲ କଥା କହୁଥିଲେ କିନ୍ତୁ ଯଦି ଦିନେ ଆପଣ କିଛି ଖରାପ କଥା କହିଛନ୍ତି ତାହେଲେ ସେଦିନ ଆପଣ ସମସ୍ତଙ୍କ ଆଗରେ ଖରାପ ହୋଇଯାଇ ଥାନ୍ତି । ଆପଣମାନେ ସମସ୍ତେ ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁର ରାଉତରାୟ ଙ୍କୁ ତ ଜାଣିଥିବେ ।
ସେ ତାଙ୍କର କଥାବାର୍ତ୍ତା ପାଇଁ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ଓ ଲୋକମାନେ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରନ୍ତି । ସେ ସବୁବେଳେ ଲୋକମାନଙ୍କ ଦୁଃଖ କଥା ବୁଝିଥାନ୍ତି ଓ କରୋନା ସମୟରେ ସେ ଲୋକମାନଙ୍କୁ ବହୁତ ସାହାଯ୍ୟ ମଧ୍ୟ କରିଛନ୍ତି । ସୁରେଶ ରାଉତରାୟ ଗତ ଅଗଷ୍ଟ ୧୦ ତାରିଖରେ ନିଜର ୭୮ ତମ ଜନ୍ମଦିନ ପାଳନ କରିଥିଲେ।
ସୁର ନିଜର ପରିବାର ବର୍ଗ ଏବଂ ସମର୍ଥକମାନଙ୍କ ଗହଣରେ ଧୁମଧାମରେ ନିଜ ଜନ୍ମଦିନ ପାଳନ କରିଥିଲେ। ତାଙ୍କ ସମର୍ଥକମାନେ ତାଙ୍କୁ ଫୁଲତୋଡ଼ା ଏବଂ ମାଳା ପିନ୍ଧାଇବା ସହ ଜନ୍ମଦିନର ଶୁଭକାମନା ଜଣାଇଥିଲେ। କିନ୍ତୁ, ଜନ୍ମଦିନରେ ସୁର ରାଉତରାୟ ଲୋକମାନଙ୍କୁ ଏପରି କିଛି କହିଥିଲେ ଯାହା ବର୍ତ୍ତମାନ ଚର୍ଜୋର ଧରିଛି । ପ୍ରକୃତରେ ସୁର ନିଜ ଜନ୍ମଦିନ ଉତ୍ସବ ପାଳନ କରିବା ପରେ କିଛି ସମର୍ଥକମାନଙ୍କୁ ଟଙ୍କା ଦେଇଥିଲେ ଯେଉଁମାନେ ତଗାଡିଭଡା କରି ତାଙ୍କୁ ଦେଖିବା ପାଇଁ ଆସିଥିଲେ ।
କିନ୍ତୁ, ଟଙ୍କା ଦେବା ସମୟରେ ପାଖରେ ଥିବା କିଛି ଲୋକ ତାଙ୍କୁ ପଇସା ମାଗିଥିଲେ , ଯେଉଁଥିପାଇଁ ସେ ଚିଡ଼ି ଯାଇଥିଲେ । ସୁର ରାଗିଯିବା ସହ ସେମାନଙ୍କୁ ଅତି ଅଶ୍ଲୀଳ ଭାଷାରେ ଗାଳି ମଧ୍ୟ କରିଥିଲେ । ସେଠାରେ ଉପସ୍ଥିତ ଥିବା କିଛି ଲୋକେ ଏହି ଘଟଣାର ଭିଡ଼ିଓ ରେକର୍ଡ଼ କରିଥିଲେ ଓ ତା ସେହି ଭିଡିଓ କୁ ସୋସିଆଲ ମିଡିଆରେ ଛାଡ଼ିଦେଇ ଥିଲେ ।
ଦେଖନ୍ତୁ ଭିଡିଓ :-
ସେହି ଭିଡିଓ ଟି ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ଓ ତାଙ୍କର ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଭିଡିଓ ଭାଇରାଲ ହେବା ପରେ ସୁର ରାଉତରାୟ ଏବେ ବିବାଦ ଘେରକୁ ଆସିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସୁର ରାଉତରାୟ ଏହି ଭିଡିଓ ବିଷୟରେ କିଛି କହିନାହାନ୍ତି ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।