ପ୍ରଥମ ଥର ଦେଖନ୍ତୁ ସିଦ୍ଧାନ୍ତ ମହାପାତ୍ରଙ୍କ ଝିଅ ଦେଖିବାକୁ କେମିତି।

Sidhant

୧୯୬୬ ମସିହା ମେ ମାସ ୪ ତାରିଖରେ ଜନ୍ମ ନେଇଥିବା ଆପଣଙ୍କ ପ୍ରିୟ ହିରୋ ସିଦ୍ଧାନ୍ତ ମହାପାତ୍ର,ମୁନା ଭାଇ। ଆଜି ମୁଁ ଆପଣ ମାନଙ୍କୁ କହିବି, ସେହି ସିଦ୍ଧାନ୍ତ ମହାପାତ୍ରଙ୍କର ଘର,ପରିବାର,ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ। ବିଶେଷ କରି ତାଙ୍କର ଝିଅ ବର୍ତ୍ତମାନ କଣ କରୁଛନ୍ତି,ସେ କେବେ ଚଳଚିତ୍ର ରେ କମ କରିବେ,ସେ ଦେଖିବାକୁ କେମିତି, ତାହା ଆପଣ ସମ୍ପୂର୍ଣ୍ଣ ଭାବରେ ଜାଣିପାରିବେ ଏହି ବାର୍ତ୍ତା ମାଧ୍ୟମରେ।

ତେବେ ସାଙ୍ଗମାନେ ସିଦ୍ଧାନ୍ତ ମହାପାତ୍ର,ତାଙ୍କର ଡାକ ନାମ ସିଧୁ ଓ ମୁନା ଭାଇ। ବର୍ତ୍ତମାନ ତାଙ୍କ ବୟସ ଯାଇ ପହଁଚିଛି ୫୫ ବର୍ଷ। ବୃତ୍ତିରେ ସେ ଜଣେ ଅଭିନେତା,ଚଳଚିତ୍ରରେ ସେ ପ୍ରଡ୍ୟୁସର,ଡାଇରେକ୍ଟର ଓ ସେ ଜଣେ ବିଜନେସମ୍ୟାନ ମଧ୍ୟ। ବିଶେଷ ଭାବରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଓଲିଉଡ଼ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ବୋଲି କୁହାଯାଏ।

Sidhant

ସେ ତାଙ୍କ କ୍ୟାରିଅରରେ ୧୫୦ ରୁ ଅଧିକ ଚଳଚିତ୍ରରେ କାମ କରିସାରିଛନ୍ତି। ସେ ତାଙ୍କର ଚଳଚିତ୍ର କ୍ୟରିଅରରେ ମଧ୍ୟରେ ପାଖାପାଖି ୭ ଟି ଷ୍ଟେଟ ଫିଲ୍ମ ଆୱାର୍ଡ଼ ହାସଲ କରିଛନ୍ତି,ତାହା ପୁଣି ୨୦୦୦ ରୁ ୨୦୦୬ ମସିହା ମଧ୍ୟରେ। ଗୁଗଲ ଉଇକିପିଡ଼ିଆ ଅନୁଯାୟୀ ତାଙ୍କର ରାଜନୈତିକ ଦଳ ହେଲା ବିଜେଡି। ସେ ୨୦୦୪ ରେ ମାମା ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି,ଗୋଟିଏ ପୁଅ ଆଉ ଗୋଟିଏ ଝିଅ। ତାଙ୍କ ବିଷୟରେ ଆପଣ ସମ୍ପୂର୍ଣ୍ଣ ଭାବେ ଜାଣିପାରିବେ କିନ୍ତୁ ତା ପୂର୍ବରୁ ଆସନ୍ତୁ ସିଦ୍ଧାନ୍ତ ମହାପାତ୍ରଙ୍କ ବିଷୟରେ କିଛି ସଂକ୍ଷିପ୍ତ ବିବରଣୀ ଜାଣିବା।

ତାଙ୍କର ଜନ୍ମ ସ୍ଥାନ ହେଉଛି ବ୍ରହ୍ମପୁର। ବ୍ରାହ୍ମଣ ପରିବାରରେ ସେ ଜନ୍ମ ଗ୍ରହଣ କରିଛନ୍ତି। ତାଙ୍କର ସ୍କୁଲ ଟାଇମ ଅତିବାହିତ ହେଇଛି ଏସ ଟି ଭେଙ୍କଟେସ ସ୍କୁଲ ବ୍ରହ୍ମପୁରରେ ଏବଂ ଡିଡି କଲେଜ କେନ୍ଦୁଝରରେ ତାଙ୍କର +୨ ଟାଇମ ଏବଂ ରାଇରଙ୍ଗପୁର କଲେଜରେ ସେ କମର୍ସ ଅନର୍ଷ ରଖିଥିଲେ। ତାଙ୍କର ବାପା ମନ୍ନମୋତ ମହାପାତ୍ର ଓ ମାତା ଉଭୟ ଡକ୍ଟର ଅଟନ୍ତି। ସିଦ୍ଧାନ୍ତ ମହାପାତ୍ରଙ୍କ ପତ୍ନୀ ମାମା ମିଶ୍ର ସେ ଜଣେ ଚଳଚିତ୍ର ଅଭିନେତ୍ରୀ ଥିଲେ,କିନ୍ତୁ ସେ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରିବା ପରଠୁ ସେ ଚଳଚିତ୍ର ଜଗତରୁ ଦୂରେଇ ଯାଇଛନ୍ତି।

Sidhant Mohapatra

ତାଙ୍କର ଝିଅଙ୍କ ନାମ ରହିଛି ସାଇ ସିଦ୍ଧି ମହାପାତ୍ର ଓ ତାଙ୍କ ପୁଅଙ୍କ ନାମ ରହିଛି ସାଇ ସମର୍ଥା ମହାପାତ୍ର । ତାଙ୍କର ପ୍ରଥମ ଓଡ଼ିଆ ଚଳଚିତ୍ର ୧୯୯୨ ମସିହାରେ ପରଦାକୁ ଆସିଥିଲା,ସେତେବେଳେ ତାଙ୍କ ବୟସ ହେଇଥିଲା ୨୭ ବର୍ଷ। ସେ ତାଙ୍କ କ୍ୟାରୀୟରରେ ପାଖାପାଖି ୧୫୦ ଚଳଚିତ୍ରରେ କାମ କରିସାରିଛନ୍ତି।

ତାଙ୍କର ଅଭିନିତ ଚଳଚିତ୍ର ଶ୍ରଦ୍ଧାଞ୍ଜଳି,ରହିଛି ରହିବି ତୋରି ପାଇଁ,କଣ୍ଢେଇ ଆଖିରେ ଲୁହ, ଧର୍ମର ହେବ ଜୟ ଏମିତି ଅନେକ ଚଳଚିତ୍ର ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ।ଖୁବ୍ ଶୀଘ୍ର ଆପଣ ମାନେ ସିଦ୍ଧାନ୍ତ ମହାପାତ୍ରଙ୍କ ଝିଅଙ୍କୁ ଚଳଚିତ୍ର ଜଗତରେ ଦେଖିବାକୁ ପାଇବେ।

Leave a Reply

Your email address will not be published. Required fields are marked *