ସାଙ୍ଗମାନେ ଭଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ। ଭଣ୍ଡାର ସ୍ଵାଦ ଅତ୍ୟନ୍ତ ମିଠା। ଏହାକୁ ଖାଇବା ଦ୍ଵାରା ଆପଣ ଅନେକ ଗମ୍ଭୀର ରୋଗରୁ ମୁକ୍ତି ପାଇପାରିବେ। ଯଦି ଆପଣ ନିୟମିତ ୧୫ ଦିନ ପର୍ଯ୍ୟନ୍ତ ପାଚିଲା ଭଣ୍ଡା ଖାଇବେ ତେବେ ଏହି ତିନୋଟି ରୋଗରୁ ରକ୍ଷା ପାଇପାରିବେ। ଆଜି ମୁଁ ଆପଣ ମାନଙ୍କୁ ଭଣ୍ଡାର ସମସ୍ତ ଉପକାରିତା ଗୁଣ ବିଷୟରେ କହିବି। ଭଣ୍ଡାରେ ପ୍ରଚୁର ପରିମାଣରେ ଭିଟାମିନ ଏ ରହିଥାଏ। ଯଦି ଆପଣ ମାନେ ୧୫ ଦିନ ପର୍ଯ୍ୟନ୍ତ ନିୟମିତ ଭାବେ ଭଣ୍ଡା ଖାଇବେ ତେବେ ଆପଣଙ୍କ ଦୃଷ୍ଟି ଶକ୍ତି ବଢିଯିବ। ଭଣ୍ଡାରେ ଏଞ୍ଜାଇମ ଓ ଫାଇବର ପ୍ରଚୁର ପରିମାଣରେ ମିଳିଥାଏ। ଏହାଦ୍ବାରା ଏହାକୁ ଖାଇବା ଦ୍ଵାରା ଆପଣଙ୍କ ହଜମ ଶକ୍ତି ବହୁତ ମଜବୁତ ହୋଇଥାଏ।
ଆପଣଙ୍କ ପାଚନ ବ୍ୟବସ୍ଥା ସଠିକ ଭାବେ କାମ କରେ। ଭଣ୍ଡା ଖାଇବା ଦ୍ବାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହାସହିତ ଆମ ଶରୀର ଅନେକ ଗମ୍ଭୀର ସଂକ୍ରମଣରୁ ମୁକ୍ତି ପାଇଥାଏ। ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ନିୟମିତ ଭଣ୍ଡା ଖାଆନ୍ତୁ। ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ଜଣ୍ଡିସ ଆଦି ସମସ୍ୟା ରହିଛି ତେବେ ଆପଣ ନିଶ୍ଚିତ ପାଚିଲା ଭଣ୍ଡା ଖାଆନ୍ତୁ।
ଏଥିରେ ଭିଟାମିନ ସି ଓ ଏ ରହିଥିବା କାରଣରୁ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ପାଚିଲା ଭଣ୍ଡା ହୃଦୟ ଜନିତ ସମସ୍ୟା ମାନଙ୍କୁ ଦୂରେଇ ରଖିଥାଏ। ଏହାକୁ ସବୁଦିନ ଖାଇବା ଦ୍ଵାରା ଉଚ୍ଚ ରକ୍ତଚାପରୁ ମଧ୍ୟ ମୁକ୍ତି ମିଳିଥାଏ।
କବଜ ସମସ୍ୟା ଭୋଗୁଥିବା ବ୍ୟକ୍ତି ପ୍ରତିଦିନ ଖାଦ୍ୟରେ ଭଣ୍ଡା ନିହାତି ଭାବରେ ସାମିଲ କରିବା ଉଚିତ। ଏହା ପ୍ରାକୃତିକ ଭାବରେ ଆପଣଙ୍କ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଭଣ୍ଡା ଆଖି ପାଇଁ ମଧ୍ୟ ଖୁବ ଉପକାରୀ ହୋଇଥାଏ। ଭଣ୍ଡା ଶରୀରରେ ବ୍ୟାକ୍ଟେରିଆ ମାନଙ୍କୁ ବଢ଼ିବାକୁ ଦେଇ ନଥାଏ। ଏହା ରକ୍ତ ବୃଦ୍ଧି କରିବାରେ ସହାୟକ ହୋଇଥାଏ।
ବୟସ୍କ ବ୍ୟକ୍ତି ତାଙ୍କ ଖାଦ୍ୟରେ ନିଶ୍ଚିତ ଭାବରେ ଭଣ୍ଡା ସାମିଲ କରିବା ଉଚିତ। ଭଣ୍ଡା ଆମ ତ୍ୱଚ଼ା ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ଭଣ୍ଡା ଖାଇବା ଦ୍ବାରା ତ୍ୱଚାରେ ବ୍ରଣ ସମସ୍ୟା କମିବା ସହିତ ତ୍ଵଚ଼ା ଉଜ୍ଜ୍ବଳ ମଧ୍ୟ ହୋଇଥାଏ। ଏହି ଭଣ୍ଡା ମହିଳା ମାନଙ୍କ କ୍ଷେତ୍ରରେ ମଧ୍ୟ ବହୁତ ଉପଯୋଗୀ ଅଟେ।
ମହିଳା ମାନେ ଭଣ୍ଡା ଖାଇବା ଦ୍ବାରା ସେମାନଙ୍କୁ ମାସିକ ଋତୁସ୍ରାବ ସମୟରେ ଯନ୍ତ୍ରଣା କମ ହୋଇଥାଏ। ଭଣ୍ଡା ଖାଇବା ଦ୍ବାରା ଶରୀରରେ ଇନ୍ସୁଲିନର ମାତ୍ରା ନିୟନ୍ତ୍ରଣ ହୋଇଥାଏ। ଏହା ଥଣ୍ଡା ସର୍ଦ୍ଦି ଆଦି ରୋଗ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ସ୍ତନ୍ୟପାନ କରାଉଥିବା ପ୍ରତି ମହିଳା ମାନଙ୍କ ପାଇଁ ଭଣ୍ଡା ଖାଇବା ନିହାତି ଦରକାରୀ ଅଟେ। ତେଣୁ ପ୍ରତି ବ୍ୟକ୍ତି ନିଜ ଖାଦ୍ୟରେ ପାଚିଲା ଅମୃତ ଭଣ୍ଡାକୁ ସାମିଲ କରିବା ନିହାତି ଜରୁରୀ ଅଟେ।