ଓଡ଼ିଶାରେ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ନୂଆ ପରୀକ୍ଷା ଗାଇଡ ଲାଇନ।

ସାଙ୍ଗମାନେ ଏବେ ଏବେ ଆଉ କିଛି ବଡ଼ ଅପଡେଟ ଆସୁଛି କି ବଦଳିବ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତି। ଏବେ ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା। ତେଣୁ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବମ ଓ ଦଶମ ଶ୍ରେଣୀର ପରୀକ୍ଷା ପଦ୍ଧତିକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିବର୍ତ୍ତନ ନେଇ ଯୋଜନା କରା ଯାଇଛି। ତେବେ ଆଜି ଆମେ ସଂପୂର୍ଣ୍ଣ ଅପଡେଟ ଜାଣିବା କି ଏବେ କିଛି ଭିନ୍ନ ପଦ୍ଧତିରେ ହେବ ପରୀକ୍ଷା।

ଚଳିତ ଶିକ୍ଷା ବର୍ଷ ୨୦୨୧-୨୨ ରେ ଜୁଲାଇ ମାସରୁ ଶିକ୍ଷା ଦାନ ଆରମ୍ଭ ହୋଇ ଏପ୍ରିଲରେ ଶେଷ ହବ ବୋଲି ବୋଡ ପକ୍ଷରୁ କୁହା ଯାଇଛି। ଏଥି ସହ ଏହି ଶିକ୍ଷା ବର୍ଷକୁ ଦୁଇ ପର୍ଯ୍ୟାୟରେ ବିଭକ୍ତ କରା ଯାଇଛି। ପ୍ରଥମ ପର୍ଯ୍ୟାୟରେ ଜୁଲାଇ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟକୁ ଡିସେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ କରା ଯାଇଛି।

ତେବେ କୋରୋନା ପାଇଁ ପୂର୍ବ ବର୍ଷ ସ୍କୁଲ ମାନଙ୍କରେ ପରୀକ୍ଷା ଗୁଡ଼ିକୁ ବାତିଲ କରା ଯାଇଥିଲା। ଶେଷରେ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇ ଥିଲା। ତେବେ ଆଗକୁ ଯେପରି ଏହି ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡେ ସେଥି ପାଇଁ ନୂତନ ପରୀକ୍ଷା ପଦ୍ଧତିକୁ ଅପଣେଇଛନ୍ତି ବୋଡ଼।

school

ତେବେ ଚଳିତ ଶିକ୍ଷା ବର୍ଷ ରେ ହେବାକୁ ଥିବା ଦୁଇ ପର୍ଯ୍ୟାୟ ଓ ପଦ୍ଧତିରେ ପିଲା ମାନେ ଅଲଗା ଅଲଗା ପରୀକ୍ଷା ଦେବେ। ତେବେ ପ୍ରତି ପର୍ଯ୍ୟାୟରେ ୫୦ ପ୍ରତିଶତ ସିଲାବସକୁ ନେଇ ପାଠ ପଢା ଯିବ ଏବଂ ବୋଡ଼ ସିଧା ସଳଖ ଏହି ପରୀକ୍ଷା କରାଇବ। ତେବେ ବୋଡ଼ ଦ୍ଵାରା ପ୍ରସ୍ତୁତ ପ୍ରଶ୍ନ ପତ୍ରରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ୩୦ ପ୍ରତିଶତ ନମ୍ବର ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ୫୦ ପ୍ରତିଶତ ନମ୍ବର ରହିବ।

ତେବେ ପ୍ରତି ପରୀକ୍ଷା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଅନଲାଇନରେ ଫର୍ମ ପୂରଣ କରିବାକୁ ପଡ଼ିବ। ତେବେ ଏହି ଦୁଇ ପର୍ଯ୍ୟାୟ ମାର୍କ ସହ ସ୍କୁଲ ରେ କରିଥିବା ଅଭୁନ୍ତରଣ ମୂଲ୍ୟାୟନ ୨୦ ପ୍ରତିଶତ ମାର୍କ କୁ ମିଶେଇ ପରୀକ୍ଷାର୍ଥୀ ମାନଙ୍କର ସମୁଦାୟ ମୂଲ୍ୟାୟନ ହେବ ବୋଲି ବୋଡ ପକ୍ଷରୁ ସୂଚନା ମିଳୁଛି। ତେବେ ଗତ ବର୍ଷ ପରି ଚଳିତ ବର୍ଷ ୭୦ ପ୍ରତିଶତ ପାଠ୍ୟକ୍ରମ ପଢା ଯିବ।

schools

ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଇଁ ବିଦ୍ୟାଳୟରେ ଅବ୍ୟନତରିନ ମୂଲ୍ୟାୟନ ଚାରୋଟି ପର୍ଯ୍ୟାୟରେ କରା ଯିବ। ତେବେ ଦଶମ ଶ୍ରେଣୀ ପିଲା ମାନଙ୍କର ଏହି ମୂଲ୍ୟାୟନ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ କରା ଯିବ। ସେହି ପରି ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ନଭେମ୍ବର ପ୍ରଥମ ସପ୍ତାହ ଏହି ପରି ଭାବେ କରାଯିବ ବୋଲି ବୋଡ ଦ୍ଵାରା ସୂଚନା ଦିଆ ଯାଇଛି।

Leave a Reply

Your email address will not be published. Required fields are marked *