ଗତକାଲି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ରାଜ୍ୟ ବାସୀଙ୍କ ପାଇଁ କିଛି ନୂଆ ଘୋଷଣା ଜାରି କରିଛନ୍ତି। ଯାହାକି ନୂଆ ରୂପରେ ଆସିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ୯୬ ଲକ୍ଷ ପରିବାର ପାଇଁ ସ୍ମାର୍ଟ ହେଲଥ କାର୍ଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହା ଦ୍ଵାରା ଏଥର ଆଉ କିଛି ନୂଆ ଲୋକ ଉପକୃତ ହେବେ।
ଆଉ ଏକ ନୂଆ ଯୋଜନା ଆସିବାକୁ ଯାଇଛି ଏକ ନୂଆ ରୂପରେ। ଏବେ ଆମେ ସମ୍ପର୍ଣ୍ଣ ଅପଡେଟ ଜାଣିବା। ରାଜ୍ୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ସ୍ଵାଧୀନତା ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆ ରୂପରେ ଲାଗୁ ହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ଏଥି ପାଇଁ ରାଜ୍ୟରେ ୯୬ ଲକ୍ଷ ପରିବାର ସାଢେ଼ ତିନି କୋଟି ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ ମିଳିବ।
ସାରା ରାଜ୍ୟରେ ପର୍ଯ୍ୟାୟ କ୍ରମେ ଏହି କାର୍ଡ ବଣ୍ଟନ କରା ଯିବ। ଏ ଭଳି ସ୍ମାର୍ଟ ହେଲଥ କାର୍ଡ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ,ଅନ୍ନପୂର୍ଣ୍ଣା ଓ ଅନ୍ତର୍ଧିକରୀଙ୍କୁ ମିଳିବ ହେଲଥ କାର୍ଡ। ଏଥିରେ ପ୍ରତି ବର୍ଷ ପ୍ରତେକ ପରିବାର ପାଇଁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ।
ରାଜ୍ୟ ତଥା ଦେଶର ୨୦୦ ରୁ ଅଧିକ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ମିଳିବ। ସ୍ମାର୍ଟ ହେଲଥ କାର୍ଡ ଦେବାରେ ଓଡ଼ିଶା ହେବ ଦେଶର ପ୍ରଥମ ରାଜ୍ୟ। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ବାସୀଙ୍କ ସ୍ୱାସ୍ଥ୍ୟ ନିରାପତ୍ତାକୁ ଆହୁରି ସୁଦୃଢ ହେବାରେ ଏହି ବ୍ୟବସ୍ଥା ସହାୟକ ହେବା ସହ ରାଜ୍ୟର ସ୍ୱାସ୍ଥ୍ୟ ସେବା ବିକାଶରେ ଏକ ନୂଆ ଯୁଗ ବିକାଶର ଆରମ୍ଭ କରିବ।
ତେବେ ଲୋକମାନେ ଯେତେବେଳେ ଜମି ବିକିବାକୁ ସୁନା ବିକିବାକୁ ପିଲାଙ୍କ ପାଠ ପଢା ବନ୍ଦ କରିବା ଖବର ଶୁଣିଲେ ତାଙ୍କୁ ବହୁତ କଷ୍ଟ ଲାଗେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ସୁନ୍ଦରଗଡ,ଗଜପତି,ବଲାଙ୍ଗିର ଓ ମୟୂରଭଞ୍ଜ ଜିଲ୍ଲା ଅଧିକାରୀଙ୍କୁ ସ୍ମାର୍ଟ କାର୍ଡ ଦିଆଯିବ। ତେବେ ନଭେମ୍ବର ମାସ ସୁଦ୍ଧା ସମସ୍ତ ଜିଲ୍ଲାରେ ଏହି ଯୋଜନା ପର୍ଯ୍ୟାୟ କ୍ରମେ ଲାଗୁ କରା ଯିବ।
ତେବେ ୨୦୧୮ ଅଗଷ୍ଟ ୧୫ ତାରିଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଥଲା। ଏହି ଯୋଜନାରେ ୭୧ ଲକ୍ଷ ୬୯ ହଜାର ପରିବାରଙ୍କୁ ଏହି ଯୋଜନାରେ ସାମିଲ କରା ଯାଇଥିଲା। ତେବେ ଯାହାକି ଗତ କାଲି ବଡ଼ ଘୋଷଣା ମୁତାବକ ଏନେଇକି ମିଳିବାକୁ ଯିବ ଏହି ସୁବିଧା ଯାହା କି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଆସୁଛି।