ପୁଣି ଆସୁଛି ଲଘୁଚାପ। ଏହି ଲୋକ ମାନେ ରୁହନ୍ତୁ ସାବଧାନ

ତେବେ ଆଜି ଆଉ ଏକ ବଡ ପାଣିପାଗ ରିପୋର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହି ରିପୋର୍ଟ ଅନୁସାରେ ବର୍ଷା ହେବାର ସମ୍ଭାବନା ଅଛି ଆମ ଓଡିଶାକୁ। ତେବେ ଏହା ବାବଦରେ କିଛି ଖବର ଆମ ସାମ୍ନାକୁ ଆସୁଛି। ଆସନ୍ତା ୨୫-୨୬ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା। ଏଥିପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତୁ ଏହି ବିଷୟରେ ଜାଣିବା କି ସେଇ ଜିଲ୍ଲା ଗୁଡ଼ିକର ନାମ ଏବଂ ସେଇଠି ଲଘୁଚାପର ପ୍ରଭାବ।

rains
‌ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ। ଜୁନରୁ ଆଜି ସୁଦ୍ଧା ସ୍ଵାଭାବିକ ଠାରୁ ୩୦ ପ୍ରତିଶତ କମ ବର୍ଷା ହୋଇଛି। ତେବେ ୨୭ ଜିଲ୍ଲା ରେ ହୋଇଛି ନିଅଣ୍ଟିଆ ବର୍ଷା । ଏହି ଭଳି ସ୍ଥିତିରେ ଆଗକୁ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଆସନ୍ତୁ ଜାଣିବା କି ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୨୫ ତାରିଖରୁ ୨ ଦିନ ପର୍ଯ୍ୟନ୍ତ ରାଜ୍ୟ ରେ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି।

ତେବେ ୨୫ ତାରିଖ ପାଇଁ ୧୪ ଜିଲ୍ଲାରେ ୟେଲୋ ୱାର୍ନିଂ ଜାରି କରାଯାଇଛି । ଆଉ ସେ ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ଵର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା, କଟକ, ପୁରୀ,ଜଗତସିଂହପୁର,ଖୋର୍ଦ୍ଧା, ନୟାଗଡ଼,ଗଞ୍ଜାମ ,ଗଜପତି, ମୟୂରଭଞ୍ଜ, କେଉଁଝର ଏବଂ ଢେ଼ଙ୍କାନାଳ ଜିଲ୍ଲାକୁ ୟାଲୋ ୱାର୍ନିଂ ଜାରି କରାଯାଇଛି । ତେବେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ର ମଧ୍ୟ ସମ୍ଭାବନା ରହିଛି । ସେହିପରି ୨୬ ତାରିଖ ପାଇଁ ୧୨ ଜିଲ୍ଲା କୁ ଯାହାକି ବାଲେଶ୍ଵର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା, କଟକ ଜଗତସିଂହପୁର, କେଉଁଝର , ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାର ଗୋଟେ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

rains
ତେବେ ଆଗାମୀ ୩ ଦିନ ରାଜ୍ୟରେ ପାଗ ଶୁଖିଲା ରହିବା ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ହାଲକା ବର୍ଷା ହେବା ସହିତ ମୌସୁମୀର ପ୍ରଭାବ ଦୁର୍ବଳ ରହିଥିବାର ଦେଖାଦେଇଛି। ତେବେ ସର୍ବାଧିକ ବର୍ଷା କୋରାପୁଟ ଜିଲ୍ଲାର ଲାନ୍ତପୂର୍ ଠାରେ ୭୨.୪ ମିଲିମିଟର ରେକର୍ଡ ହେଉଛି।

ତେବେ ମୌସୁମୀ ଜନିତ ନିମ୍ନ ଚାପ ରେଖା ରାଜସ୍ଥାନରେ ବିକନିରର ବାହାରେ ଶ୍ରିପରି, ସିଦ୍ଧି,ପାଟଣା ଏବଂ ବାଲିଘାଟର ମଧ୍ୟ ଦେଇ ପୂର୍ବ ରେ ଏହା ନାଗାଲାଣ୍ଡ ପର୍ଯ୍ୟନ୍ତ ଲମ୍ବିଛି।ତେବେ ମୌସୁମୀ ଜନିତ ନିମ୍ନ ଚାପ ରେଖାର ପୂର୍ବ ଭାଗ ଦେଖିବାକୁ ଗଲେ ଏହା ସାଧାରଣତଃ ଅବସ୍ଥାନ ଠାରୁ ଉତ୍ତରରେ ରହିଥିବାରୁ ମୌସୂମି ପ୍ରଭାବ ଓଡ଼ିଶା ଉପରେ କମ ରହିଛି । ତେବେ ଏହି ପରିସ୍ଥିତି ଆଗାମୀ ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ଠାରୁ ସୁଚନା ମିଳିଛି। ତେବେ ୨୫-୨୬ ତାରିଖ ମଧ୍ୟରେ ଆରମ୍ଭ ହେଇଯିବ ପ୍ରବଳ ହେଇଯିବ ପ୍ରବଳ ବର୍ଷା

Leave a Reply

Your email address will not be published. Required fields are marked *