ଏହି ଝିଅ ପାଇଁ ଚାଲିଗଲା ଜୀବନ , ଫିଟିଲା ପରଦା ପଛର ରହସ୍ୟ ।

Tushar Kanta

ହତ୍ୟା ନା ଆତ୍ମହତ୍ୟା? ପ୍ରେମ ନା ତ୍ରିକୋନୀୟ ପ୍ରେମରେ ଏହି ହତ୍ୟା କାଣ୍ଡ ହୋଇଛି। କଟକ କ୍ୟାଣ୍ଟନମେଣ୍ଟ ଥାନାରେ କ୍ରିଷ୍ଟ କଲେଜ ଛାତ୍ରଙ୍କ ହତ୍ୟାକୁ ନେଇ ମାମଲା ରୁଜୁ କରିଛନ୍ତି ତୁଷାରଙ୍କ ପରିବାର ଲୋକ। ମୃତ ଦେହ ମିଳିବାର ୨୪ ଘଣ୍ଟା ପରେ କିଛି ଚାଟିଙ୍ଗ ଆସିଛି ଯେଉଁ ଥିରେ ତାଙ୍କ ବାନ୍ଧବୀ ତାଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିବା ଅଭିଯୋଗ ଆସିଛି। ପରିବାର ଲୋକେ ମଧ୍ୟ ବାନ୍ଧବୀ, ଏକ୍ସ ବୟ ଫ୍ରେଣ୍ଡ, ତିନି ସମ୍ପର୍କୀୟ ଭାଇ ଏବଂ ବଡ଼ ଭଉଣୀ ଯୋଜନାବଧ ଭାବେ ହତ୍ୟା କରିଥିବା ସିଧା ସଳଖ ଅଭିଯୋଗ ଆଣିଛନ୍ତି। ଗତ ୩ ତାରିଖରେ ଡି ନାମକ ବ୍ୟକ୍ତି ବାରମ୍ବାର ଫୋନ କରି ଡାକୁଥିଲେ। କିଏ ଏହି ଡି ତାହା ତଦନ୍ତ ଘେରକୁ ଆସିଛି।

tushar

ଚାଟିଙ୍ଗରୁ ପ୍ରେମ,ପ୍ରତାରଣା, ତ୍ରି କୋଣିୟ ପ୍ରେମ ଜଳ ଜଳ କରି ଦେଖା ଯାଉଛି। ସନ୍ଦେହ ଘେରକୁ ଆସିବା ପରେ ମଧ୍ୟ ବାନ୍ଧବୀ ଓ ତାଙ୍କ ସମ୍ପର୍କୀୟ ଲୋକେ ପ୍ରତିକ୍ରିୟା ଦେବାକୁ ରୋକ ଠୋକ ମନା କରି ଦେଇଛନ୍ତି। ଗତ ୩ ତାରିଖରେ ଘଟିଥିବା ଘଟଣା କଣ ଥିଲା ତା ପଛର କାରଣ କଣ କ୍ରାଇମ ସ୍ପଟ କେଉଁଠି? କଲେଜ ରେ ପାଠ ପଢୁଥିବା ପିଲାର ଏ ଭଳି ମୃତ୍ୟୁ ତା ପଛରେ କଣ କାରଣ ହୋଇଥାଇ ପାରେ ପୋଲିସ ଏବେ ବିଭିନ୍ନ ଦିଗରୁ ତଦନ୍ତ କରୁଛି।

ବାସ୍ତବରେ ଅଭିଯୋଗ କଣ କରା ଯାଇଛି ଏବେ ଥାନାରେ। ମୃତ ଦେହ ମିଳିବାର ୨୪ ଘଣ୍ଟା ପରେ ମଧ୍ୟ ଏବେ ବି ରହସ୍ୟ ଘେରରେ ରହିଛି ତୁଷାରଙ୍କ ମୃତ୍ୟୁ ଘଟଣା କାରଣ ଯେଉଁ ପରି ଭାବେ ଘଟଣା ଘଟି ଥିଲା ତିନି ଚାରି ଦିନ ହେଲା ପରିବାର ଲୋକେ ଥାନାରେ ଅଭିଯୋଗ ଦେଇଥିଲେ କି ସେ ମିଳୁ ନାହାଁନ୍ତି ବୋଲି।

Tusharkant

ହଠାତ ଗତ କାଲି ଦେଖିବାକୁ ମିଳିଥିଲା କି ଯୋବ୍ରା ଅନିକଟ ବ୍ୟାରେଜ ପାଖରେ ପଡ଼ିଥିଲା ଏକ ମୃତ ଶରୀର ଏବଂ ଶରୀରର ପରିଚୟ ମିଳିଥିଲା ଯାହା ତୁଷାର କାନ୍ତ ଙ୍କ ର ଥିଲା। ତାଙ୍କର ପରିବାର ଲୋକ ଥାନାରେ ଅଭିଯୋଗ ଦେଇଥିଲେ କି ତାଙ୍କ ପୁଅର ତାଙ୍କ ପୁଅ ର ହତ୍ୟା କରା ଯାଇଛି। ଏହା ଆତ୍ମ ହତ୍ୟା ନୁହଁ ଏହା ଏକ ବଡ଼ କଥା।

ଏହି ଘଟଣାରେ ଅନେକ ଗୁଡ଼ିଏ ଲୋକଙ୍କ ବିଷୟରେ ତଥ୍ୟ ଦିଆ ଯାଇଛି। ଏହି ଅଭିଯୋଗ ଯେତେବେଳେ ତୁଷାର ଙ୍କର ବାପା ଆଣିଥିଲେ ସେ ଏଫ ଆଇ ଆର ରେ ସ୍ପଷ୍ଟ ଭାବେ ଲେଖି ଥିଲେ କି ତୁଷାର ଙ୍କ ବାନ୍ଧବୀ ଓ ଏକ୍ସ ଵୟେ ଫ୍ରେଣ୍ଡ, ତିନି ଜଣ ସମ୍ପର୍କୀୟ ଭାଇ ଏବଂ ତାଙ୍କ ବଡ଼ ଭଉଣୀ ଏହି ହତ୍ୟା କରିଛନ୍ତି। ଏଇଭଳି କେସରେ ପୋଲିସ ସନ୍ଦେହ ଘେରକୁ କିଛି ବ୍ୟକ୍ତି ଆସିଛନ୍ତି। ପୋଲିସ ତାଙ୍କୁ ପଚରା ଉଚରା କରନ୍ତି ଏବଂ ଇନଭେଷ୍ଟିଗେସନ ଆରମ୍ଭ କରନ୍ତି।

Leave a Reply

Your email address will not be published. Required fields are marked *